SunstarTV
ସୁସ୍ଥ ଜୀବନ ସମସ୍ତଙ୍କ ପ୍ରାଥମିକତା ସୁସ୍ଥ ଜୀବନ ସମସ୍ତଙ୍କ ପ୍ରାଥମିକତା ତାଲିକାରେ ଅଛି । ଏହା ମଧ୍ୟ କୁହାଯାଇଛି ଯେ, ‘ସ୍ୱାସ୍ଥ୍ୟ ହେଉଛି ସମ୍ପଦ ‘। କେବଳ ଜଣେ ସୁସ୍ଥ ବ୍ୟକ୍ତି ଜୀବନକୁ ସଠିକ୍ ଭାବରେ ଉପଭୋଗ କରିପାରିବ ଏବଂ ଏଥିରେ ଡାକ୍ତରଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବଡ଼ ଏବଂ ଛୋଟ ସମସ୍ତ ପ୍ରକାରର ରୋଗ ଡାକ୍ତରଙ୍କ ସାହାଯ୍ୟରେ ଭଲ ହୋଇପାରିବ। ବୋଧହୁଏ ସେଥିପାଇଁ ସେ ଈଶ୍ବରଙ୍କ ମାନ୍ୟତା ପାଇଛନ୍ତି। ଜାତୀୟ ଡାକ୍ତର ଦିବସ ପ୍ରସିଦ୍ଧ ଡାକ୍ତର ତଥା ବଙ୍ଗଳାର ଦ୍ୱିତୀୟ ମୁଖ୍ୟମନ୍ତ୍ରୀ ଡକ୍ଟର ବିଧାନ ଚନ୍ଦ୍ର ରାୟଙ୍କ ସମ୍ମାନାର୍ଥେ ପାଳନ କରାଯାଏ।
ଯଦିଓ ବିଶ୍ବ ର ବିଭିନ୍ନ ଦେଶରେ ବିଭିନ୍ନ ଦିନରେ ଡାକ୍ତର ଦିବସ ପାଳନ କରାଯାଏ, କିନ୍ତୁ ଭାରତରେ ଏହି ଦିନଟି ୧ ଜୁଲାଇରେ ପାଳନ କରାଯାଏ, କାରଣ ଭାରତର ପ୍ରସିଦ୍ଧ ଚିକିତ୍ସକ ଡକ୍ଟର ବିଧାନ ଚନ୍ଦ୍ର ରାୟ ଜନ୍ମଗ୍ରହଣ କରିଥିଲେ। ଏବଂ ସେ ମଧ୍ୟ ଜୁଲାଇ ୧ରେ ମୃତ୍ୟୁ ବରଣ କରିଥିଲେ। ଚିକିତ୍ସା କ୍ଷେତ୍ରରେ ତାଙ୍କର ଅବଦାନକୁ ସମ୍ମାନ ଜଣାଇବା ପାଇଁ ଜୁଲାଇ ୧ ରେ ଡାକ୍ତର ଦିବସ ପାଳନ ଆରମ୍ଭ କରାଯାଇଥିଲା।
ସେ ତାଙ୍କ ଜୀବନକୁ ମାନବ ସେବାରେ ଉତ୍ସର୍ଗ କରିଥିଲେ । ତାଙ୍କ ମୃତ୍ୟୁର ବର୍ଷେ ପୂର୍ବରୁ ସେ ‘ଭାରତ ରତ୍ନ’ ସମ୍ମାନରେ ସମ୍ମାନିତ ହୋଇଥିଲେ। ତାଙ୍କର ସମ୍ମାନାର୍ଥେ ତଥା ଡାକ୍ତରମାନଙ୍କ ତ୍ୟାଗ, ସେବାକୁ ଉଚିତ ସମ୍ମାନ ପ୍ରଦର୍ଶନ ନିମନ୍ତେ ୧୯୯୧ ମସିହାରେ ପ୍ରଥମ ଥର ପାଇଁ ‘ଜାତୀୟ ଡାକ୍ତର ଦିବସ’ ପାଳନ କରାଯାଇଥିଲା।
ପ୍ରତିବର୍ଷ କିଛି ଥିମ୍ ସହିତ ଡାକ୍ତର ଦିବସ ପାଳନ କରାଯାଏ । ଚଳିତ ବର୍ଷ ଜାତୀୟ ଡାକ୍ତର ଦିବସର ବିଷୟବସ୍ତୁ ହେଉଛି – “Healing Hands, Caring Hearts”।