SUNSTARTV
ସନଷ୍ଟାରଟିଭି ବ୍ୟୁରୋ: ସରିଛି ଟି -୨୦ ବିଶ୍ୱକପ୍ ୨୦୨୪ । ଯେଉଁଥିରେ ଇତିହାସ ରଚିଛି ଭାରତ । ଦୀର୍ଘ ୧୭ ବର୍ଷ ପରେ ୱାର୍ଲ୍ଡକପ ହାତେଇଛି ଟିମ୍ ଇଣ୍ଡିଆ । ନିଜ ସର୍ଜିରେ ଲଗାଇଛି ଦୁଇଟି ଷ୍ଟାର । ଭାରତ ୱାର୍ଲ୍ଡକପ ଜିତିବା ପରେ ସବୁଠି ହୋଇଥିଲା ଧୁମ୍ ସେଲିବ୍ରେସନ । ଖେଳାଳୀଙ୍କ ଠାରୁ ଆରମ୍ଭ କରି ଦର୍ଶକ ଏପରି ସବୁ ଭାରତୀୟ ଆଜି ଟିମ୍ ଇଣ୍ଡିଆ ପଇଁ ଗର୍ବ ଅନୁଭବ କରୁଛନ୍ତି । କିନ୍ତୁ ଏହିସବୁ ଭିତରେ ଆସିଛି ଏକ ବଡ ଖବର । ମ୍ୟାଚ୍ ଜିତିବା ପରେ ଏବେ ୱେଷ୍ଟଇଣ୍ଡିଜର ବାର୍ବାଡୋସ ଠାରେ ଫଶି ରହିଛନ୍ତି ଭାରତୀୟ କ୍ରିକେଟ୍ ଟିମ୍ । ଯାହାକୁ ନେଇ ଚିନ୍ତାରେ ସମସ୍ତେ । ତେବେ କାହିଁକି ସେମାନେ ବାର୍ବାଡୋସରେ ଫଶିଛନ୍ତି ତାକୁ ନେଇ ହେଉଛି ଚର୍ଚ୍ଚା ।
ତବେ ମିଡିଆ ରୋପାର୍ଟ ଅନୁଯାୟୀ ଟି-୨୦ ବିଶ୍ୱକପ୍ ସରିବା ପରେ ୱେଷ୍ଟଇଣ୍ଡିଜର ବାର୍ବାଡୋସରେ ହୋଇଛି ଭୟଙ୍କର ଘୂର୍ଣ୍ଣିଝଡ । ଯହାଫଳରେ ସେଠାରେ ବର୍ତ୍ତମାନ ସ୍ଥିତି ପୂରା ଶୋଚନୀୟ ହୋଇପଡିଛି । ଫଳରେ ସମସ୍ତେ ବର୍ତ୍ତମାନ ଗୃହବନ୍ଦି ଥିବା ଜଣାପଡିଛି । ଯେଉଁଠାରେ ଭାରତୀୟ ଟିମ୍ ମଧ୍ୟ ଫଶି ରହିଛନ୍ତି । ଘୁର୍ଣ୍ଣିଝଡ ହୁରିକେନ୍ ‘ବେରିଲ’ ଏବେ ୱେଷ୍ଟଇଣ୍ଡିଜର ବାର୍ବାଡୋସରେ ନିଜର ତାଣ୍ଡବ ରଚିଛି । ସେଠାରେ ଅନେକ କ୍ଷୟକ୍ଷତି ହେବା ସହ ସମସ୍ତେ ଘରଭିତରେ ଫଶିରହିଛନ୍ତି । ଏଥିସହିତ ସେଠାରେ ଯାନବାହାନ ଚଳାଚଳଠାରୁ ଆରମ୍ଭ କରି ବିମାନ ଚଳାଚଳ ମଧ୍ୟ ବନ୍ଦ ରହିଛି । ଏହି ଘୂର୍ଣ୍ଣିଝଡ ୱେଷ୍ଟଇଣ୍ଡିଜର ପ୍ରଥମ ବାତ୍ୟା ।
ତେବେଦକ୍ଷିଣ-ପୂର୍ବ କ୍ୟାରିବିଆନ୍ ଆଡ଼କୁ ଆସୁଥିବା ‘ବେରିଲ’ ଏବେ ଶକ୍ତିଶାଳୀ କ୍ୟାଟେଗୋରି-୩ ବାତ୍ୟାରେ ପରିଣତ ହୋଇଛି । ବାର୍ବାଡୋସ୍, ସେଂଟଲୁସିଆ, ଗ୍ରେନାଡା ଏବଂ ସେଂଟ ଭିନସେଂଟ ଏବଂ ଗ୍ରେନେଡାଇନ୍ ସମେତ ଅନେକ ଦ୍ୱୀପରେ ବାତ୍ୟା ସତର୍କ ସୂଚନା ଜାରି କରାଯାଇଛି । ମିଆମିର ନ୍ୟାସନାଲ ହରିକେନ୍ ସେଂଟର ପରିସ୍ଥିତିର ଗମ୍ଭୀରତା ଉପରେ କହିଛି ଯେ ‘ବେରିଲ୍’ ଜୀବନ ପ୍ରତି ବିପଦପୂର୍ଣ୍ଣ ପବନ ଏବଂ ଝଡ଼ ତୋଫାନ ଆଣିବାର ପୂର୍ବାନୁମାନ କରିଛି । ଏହା ଏକ ଅତ୍ୟନ୍ତ ବିପଜ୍ଜନକ ବାତ୍ୟା । ତେବେ ଏହି ବାତ୍ୟା ଫଳରେ ଟିମ୍ ଇଣ୍ଡିଆ ହୋଟେଲରେ ସୁରକ୍ଷୀତ ଅବସ୍ଥାରେ ଅଛନ୍ତି । ସେମାନଙ୍କୁ ଭରତ ଫେରାଇ ଆଣିବାକୁ ଚାଲିଛି ପ୍ରସ୍ତୁତି । ବିସିସିଆଇ ଭାରତୀୟ ଖେଳାଳୀଙ୍କ ପାଇଁ ସ୍ୱତନ୍ତ୍ର ବିମାନ ପଠାଇବାର ବ୍ୟବସ୍ଥା ମଧ୍ୟ କରୁଥିବା ସୂଚନା ରହିଛି । ତେବେ ପାଗ ଜଦି ଠିକ୍ଠାକ୍ ରହେ ତେହାଲେ ଏହି ସ୍ୱତନ୍ତ୍ର ବିବାନ ସିଧାସଳଖ ଦିଲ୍ଲୀ ପାଇଁ ଉଡାଣ ଭରିପାରେ ବୋଲି ଜଣାପଡିଛି । କୁହାଯାଉଛି ଯେ ଟିମ୍ ଇଣ୍ଡିଆର ଖେଳାଳିଙ୍କୁ ବାର୍ବାଡୋସରୁ ବାହାରିବାକୁ ଆଜି ବିଳମ୍ବତି ରାତି କିମ୍ବା ଆସନ୍ତାକାଲି ସକାଳ ଯାଏଢ଼ ଅପେକ୍ଷା କରିବାକୁ ପଡିପାରେ ।
ତେବେ ଭାରତୀୟ ଖେଳାଳୀ ଚଳିତ ମସ ୩ ତାରିଖ ସୁଦ୍ଧା ନିଜ ଦେଶକୁ ଫେରିବାର ସମ୍ଭାବନା ରହିଛି । କିନ୍ତୁ ସେଠାକାର ସ୍ତିସ୍ଥିତୁ ଅନୁଧ୍ୟାନ କରି କିଛି ବ୍ୟବସ୍ଥା କରାଯିବ ବୋଲି ଆଲୋଚନା ହେଉଛି । ତେବେ ବାର୍ବାଡୋସରେ ଭାରତୀୟ ଦଳ ଫଶି ରହିଥିବା ବେଳେ ଏଠାରେ ତାଙ୍କୁ ସମସ୍ତେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ।