Sunstar TV
ସନଷ୍ଟାରଟିଭି ବ୍ୟୁରୋ : ସାମ୍ନାକୁ ଆସିଲା ଲୋମଟାଙ୍କୁରା ଦୃଶ୍ୟ । ପୁଣେର ଲୋନାଭାଲାରେ ଘଟିଥିବା ଏକ ଭୟଙ୍କର ଦୁର୍ଘଟଣାରେ ପୁରା ପରିବାର ପାଣିରେ ଭାସିଗଲେ । ସୂଚନାଯୋଗ୍ୟ ଯେ, ଏହି ଦୁର୍ଘଟଣାରେ ଜଣେ ୩୬ ବର୍ଷ ବୟସ୍କା ମହିଳା ଏବଂ ୧୩ ବର୍ଷ ଓ ଆଠ ବର୍ଷର ଦୁଇ ଝିଅଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣା ଖବର ପାଇ ଉଦ୍ଧାରକାରୀ ଦଳ ବନ୍ଧ ନିକଟ ନଦୀରୁ ତିନୋଟି ମୃତଦେହ ଉଦ୍ଧାର କରିଛି, ଅନ୍ୟ ଦୁଇ ପିଲାଙ୍କୁ ଖୋଜା ଚାଲିଛି, ସେମାନେ ବି ନିଜ ପରିବାର ସହିତ ପାଣିରେ ଭାସିଯାଇଥିଲେ ।
ଏହି ଦୁର୍ଘଟଣାର ଏକ ଭୟଙ୍କର ଭିଡିଓ ସାମ୍ନାକୁ ଆସିଛି । ପୁରା ପରିବାର ଜଳର ତୀବ୍ର ସ୍ରୋତରେ ଘେରି ରହିଛନ୍ତି । ସେଠାରେ ଉପସ୍ଥିତ ଥିବା ଲୋକମାନେ ସେମାନଙ୍କୁ ସାହାଯ୍ୟ କରିବାକୁ ଚେଷ୍ଟା କରୁଛନ୍ତି । ସୋସିଆଲ ମିଡ଼ିଆରେ ଭାଇରଲ ହେଉଥିବା ଭିଡିଓ ଦେଖି ବାରି ହୋଇ ପଡୁଛି, କେହି ଦଉଡି ଫିଙ୍ଗି ସେମାନଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଥିବାବେଳେ କେହି ଜଣେ ସମସ୍ତଙ୍କୁ ବାନ୍ଧି ହୋଇ ରହିବାକୁ ପରାମର୍ଶ ଦେଉଛି । ଦେଖୁ-ଦେଖୁ ସେମାନେ ସମସ୍ତେ ପ୍ରବଳ ସ୍ରୋତ ସହିତ ଭାସିଗଲେ। ଏହି ଦୁର୍ଘଟଣା ସମ୍ପର୍କରେ ସ୍ଥାନୀୟ ପୋଲିସ କହିଛି ଯେ ବର୍ଷା ଦିନକୁ ଉପଭୋଗ କରିବାକୁ ଏବଂ ଭୁସି ଡ୍ୟାମ ନିକଟରେ ଥିବା ଜଳପ୍ରପାତକୁ ଉପଭୋଗ କରିବାକୁ ଆସିଥିଲା ଅନସାରୀ ପରିବାର ।
ଏହି ସମୟ ମଧ୍ୟରେ, କୁହାଯାଉଛି ଯେ ଫ୍ଲାସ୍ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା ଏବଂ ସେମାନେ ଜଳର ପ୍ରବଳ ସ୍ରୋତ ମଧ୍ୟରେ ଅଟକି ଯାଇଥିଲେ । ତା ପରର ସ୍ଥିତି ସମସ୍ତଙ୍କୁ ଜଣା । ବର୍ଷାକୁ ଉପଭୋଗ କରନ୍ତୁ ହେଲେ ନିଜ ଜୀବନକୁ ବାଜିରେ ଲଗାନ୍ତୁ ନାହିଁ । ସାବଧାନ୍ ରୁହନ୍ତୁ ସତର୍କ ରୁହନ୍ତୁ ।
#BreakingNews: Five members of a family from Pune who had come for a holiday were swept away in a waterfall near Lonavala hill station. #Pune #Lonavala #Dam #Accident #BhushiDam #Maharashtra #SayyedNagar #FlashFlood #ViralVideo
According to the Lonavala police, the incident… pic.twitter.com/LD4WczQWk4
— Neha Bisht (@neha_bisht12) July 1, 2024