SUNSTARTV
ସନଷ୍ଟାରଟିଭି ବ୍ୟୁରୋ: ଚଳିତ ନିର୍ବାଚନ ସରିବା ପରେ ହୁ ହୁ ହୋଇ ବଢିଥିଲା ସମସ୍ତ ସାମଗ୍ରୀ । ଡାଲି ଚାଉଳ ଠାରୁ ଆରମ୍ଭ କରି ପନିପରିବା ଏପରିକି ପେଟ୍ରଲ ଏବଂ ଗ୍ୟାସ ଦରରେ ମଧ୍ୟ ବୃଦ୍ଧି ହୋଇଥିଲା । ଯାହାକୁ ନେଇ ଚିନ୍ତାରେ ଥିଲେ ଖାଉଟି । କହିବାକୁ ଗଲେ ନିର୍ବାଚନ ପରେ ଆରମ୍ଭ ହୋଇଥିଲା ମହଙ୍ଗା ଯୁଗ । କିନ୍ତୁ ଚଳିତ ମାସ ଆରମ୍ଭରୁ ହିଁ ଏହି ମହଙ୍ଗାରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ଆଜୁଠୁ ଦେଶରେ ବଦଳି ଏଲପିଜି ଗ୍ୟାସର ଦର । ଯାହାକୁ ନଇ ବେଶ ଖୁସି ଅଛନ୍ତି ଗୃହୀଣି । କେବଳ ଗ୍ୟାସ ନୁହେଁ ଅନ୍ୟ କିଛି କ୍ଷେତ୍ରରେ ମଧ୍ୟ ହୋଇଛି ପରିବର୍ତ୍ତନ । ଯହାକି ସିଧାସଳଖ ଲୋକଙ୍କ ପକେଟ୍ ଉପରେ ପକାଇବ ପ୍ରଭାବ ।
ଚଳିତ ମାସ ଆରମ୍ଭରୁ ତୈଳ କମ୍ପାନୀଗୁଡିକ କମିର୍ସିଆଲ ଏଲପିଜି ସିଲିଣ୍ଡରର ମୂଲ୍ୟରେ ସଂଶୋଧନ କରିଛନ୍ତି । ଆଜିଠାରୁ ୧୯ କେଜି କମର୍ସିଆଲ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ୩୧ ଟଙ୍କା ହ୍ରାସ ପାଇଛି । ଦିଲ୍ଲୀରେ ଏବେ ଏହି ସିଲିଣ୍ଡର ୧୬୭୬ ପରିବର୍ତ୍ତେ ୧୬୪୬ ଟଙ୍କାରେ ଉପଲବ୍ଧ ହେବ। କୋଲକାତାରେ ଏହି ସିଲିଣ୍ଡର ଏବେ ୧୭୫୬ ଟଙ୍କାରେ ମିଳୁଥିବା ବେଳେ ପୂର୍ବରୁ ଏହାର ମୂଲ୍ୟ ୧୭୮୭ ଟଙ୍କା ଥିଲା । ଏହାବ୍ୟତୀତ ମୁମ୍ବାଇ , ଚେନ୍ନାଇରେ ମଧ୍ୟ ଗ୍ୟାସ ସିଲିଣ୍ଡର ଦାମ ପରିବର୍ତ୍ତନ ହଇଛି । ମୁମ୍ବାଇରେ ବର୍ତ୍ତମାନ ଗ୍ୟାସ ସିସିଲଣ୍ଡର ଦାମ୍ ୧୫୯୮ ରହିଥିବା ବେଳେ ଚେନ୍ନାଇରେ ଦାମ୍ ୩୧ ଟଙ୍କା ହ୍ରାସ ପାଇ ୧୮୦୯.୫୦ ପଇସା ରହିଛି ।ତେବେ ୧୪.୨ କିଲୋଗ୍ରାମ ଘରୋଇ ଗ୍ୟାସ ସିଲିଣ୍ଡର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ । ଏହା ଦିଲ୍ଲୀରେ ୮୦୩ ଟଙ୍କା ଏବଂ ମୁମ୍ବାଇରେ ୮୦୨.୫୦ ଟଙ୍କାରେ ଉପଲବ୍ଧ ହେଉଛି ।
ତେବେ ଗ୍ୟାସ ସିଲିଣ୍ଡର ବ୍ୟତୀତ ବିଲ୍ ପେମେଣ୍ଟସିଷ୍ଟମରେ ମଧ୍ୟ ପରିବର୍ତ୍ତନ ହୋଇଛି । ଆରବିଆଇର ନୂତନ ନିୟମ ଅନୁଯାୟୀ, ଭାରତ ବିଲ୍ ପେମେଣ୍ଟ ସିଷ୍ଟମ୍ ମାଧ୍ୟମରେ କ୍ରେଡିଟ୍ କାର୍ଡ ଦେୟ ପ୍ରଦାନ କରାଯିବ। ଯାହା ଡିଜିଟାଲ୍ ପେମେଣ୍ଟ ଉପରେ ସିଧାସଳଖ ପ୍ରଭାବ ପକାଇବ। ସେହିପରି ଟ୍ରାଇ ମୋବାଇଲ୍ ନମ୍ବର ପୋର୍ଟେବିଲିଟି ନିୟମରେ ପରିବର୍ତ୍ତନ କରିବାକୁ ଯାଉଛି । ଯେଉଁଥିରେ ସିମ୍ କାର୍ଡ ପୋର୍ଟ ନିୟମ ବଦଳିଯିବ। ଏହି ଅନୁଯାୟୀ ଯଦି ଆପଣଙ୍କର ସିମକାର୍ଡ କୌଣସି କାରଣରୁ ନଷ୍ଟ ହୋଇଯାଏ, ତେବେ ଆପଣ ୭ ଦିନ ପରେ ସିମ୍ କାର୍ଡ ପାଇବେ ।