SUNSTARTV
ସନଷ୍ଟାରଟିଭି ବ୍ୟୁରୋ: ଚଳିତ ଶିକ୍ଷାବର୍ଷରେ ଆସିଛି ସାମାନ୍ୟ ପରିବର୍ତ୍ତନ । ଯାହାକି + ୨ ଛତ୍ରଛାତୀଙ୍କୁ ଖୁସି କରି ଦେଇଛି । ତେବେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ +୨ ପ୍ରଥମ ବର୍ଷ (ଏକାଦଶ) ନାମଲେଖା ସୂଚୀରେ ହୋଇଛି ପରିବର୍ତ୍ତନ । ଆସନ୍ତା ୬ ତାରିଖ ବଦଳରେ ୧୨ ତାରିଖ ପର୍ଯ୍ୟନ୍ତ ବିଦ୍ୟାର୍ଥୀ ମାନେ ନାମଲେଖା ପାଇଁ ଆବେଦନ କରିପାରିବେ। ଏନେଇ ନିର୍ଦେଶାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ସୂଚନା ଅନୁଯାୟୀ ଛାତ୍ରଛାତ୍ରୀ ସାମ୍ସ ପୋର୍ଟାଲରେ www.samsodisha.gov.in ଲଗଇନ୍ କରି ଆବେଦନ କରିପାରିବେ।
ତେବେ କଳା, , ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ପାଠ୍ୟକ୍ରମ ଏବଂ ଉପଶାସ୍ତ୍ରୀ ପାଇଁ ଛାତ୍ରଛାତ୍ରୀ ଅନ୍ଲାଇନ୍(ଆଭାସି) ଜରିଆରେ ଆବେଦନ କରିପାରିବେ। ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ୨ ହଜାର ୨୯୪ କନିଷ୍ଠ ମହାବିଦ୍ୟାଳୟରେ +୨ ପାଠ୍ୟକ୍ରମରେ ନାମଲେଖା ପାଇଁ ଛାତ୍ରଛାତ୍ରୀ ଆବେଦନ କରିପାରିବେ। ମାଧ୍ୟମିକ ଶିକ୍ଷା ପରିଷଦ କିମ୍ବା ସମକକ୍ଷ ବୋର୍ଡରୁ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀ ସାମ୍ସରେ ପଞ୍ଜୀକରଣ କରିବା ପରେ ଆବେଦନ କରିପାରିବେ। ଏହି ଆବେଦନ ପ୍ରକ୍ରିୟା ଜୁଲାଇ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଜଣା ପଡିଛି ।
ଏହାପରେ ଚଳିତମାସ ୨୦ ତାରିଖରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ । ଯେଉଁଥିରେ ଯୋଗ୍ୟ ଛାତ୍ରଛାତ୍ରୀମାନେ ସେମାନଙ୍କ ଇଣ୍ଟିମେସନ୍ ଲେଟର(ନାମଲେଖା ପାଇଁ ଆମନ୍ତ୍ରଣ ପତ୍ର) ଡାଉନଲୋଡ କରିପାରିବେ। ଜୁଲାଇ ୨୨ରୁ ୨୭ ମଧ୍ୟରେ ପ୍ରଥମ ପର୍ଯ୍ୟାୟରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀଙ୍କ ନାମ ଲେଖାଯିବ। ସେହିପରି ଅଗଷ୍ଟ ୫ରେ ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ଅଗଷ୍ଟ ୨୦ରେ ସ୍ପଟ ନାମଲେଖା ପାଇଁ ମେଧା ତାଲିକା ପ୍ରକାଶ ପାଇବ। ତେବେ ଏହିସବୁ ଭିତରେ କିନ୍ତୁ ଆଗଷ୍ଟ ପହିଲାରୁ ହିଁ ପାଠପଢା ଆରମ୍ଭ ହୋଇଯିବ ବୋଲି ଜଣାପଡିଛି ।