Sunstar TV :
ଉତ୍ତର କୋରିଆରୁ ଆସିଛି ଅଜବ ମାମଲା । ଏକ ଛତ୍ରଶାସକ କିମ୍ ଜୋଙ୍ଗ ଉନ୍ ଲଗାଇଛନ୍ତି ଅଜବ ମାମଲା । ଏହି ସରକାର ଏବେ ଲଗାଇଛନ୍ତି ଅଦ୍ଭୁତ ନିୟମ । ମଣିଷ ନିଜର ୧୦ କେଜିର ଶୁଖିଲା ମଳ ଜମା କରି ସରକାରଙ୍କୁ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆଉ ଯେଉଁ ବ୍ୟକ୍ତି ଏହି ନିୟମ ନମାନିବ ତାକୁ ଜୋରିମାନା ଦଣ୍ଡ ଲାଗିବ ।
ଆଉ ତାହା ପୁଣି ୫ଶହ ଟଙ୍କାର । ଉ. କୋରିଆ ଦେଶର ସୀମାରେ ମଳ ଭର୍ତ୍ତି ବେଲୁନ ପକାଉଥିବା ନେଇ ଦକ୍ଷିଣ କୋରିଆ ଅଭିଯୋଗ କରିବାର ପ୍ରାୟ ମାସେ ପରେ କିମ୍ଙ୍କ ଏହି ଆଦେଶ ଆସିଛି । ତେବେ ଏହାକୁ ନେଇ ଉ. କୋରିଆ ସରକାରୀ ନ୍ୟୁଜ୍ ଏଜେନ୍ସି ପକ୍ଷରୁ କୁହାଯାଇଛି ଯେ ଜୈବକ ଖତ ପ୍ରସ୍ତୁତ ପାଇଁ ଲୋକଙ୍କୁ ଏହି ନିର୍ଦ୍ଦେଶ ଦିଆଯାଇଛି । ଏହାକୁ ନିକଟସ୍ଥ ସାର କେନ୍ଦ୍ରରେ ଜମା କରିବାକୁ ପଡିବ। ଏଥିପାଇଁ ଏକ ପ୍ରମାଣପତ୍ର ଦିଆଯିବ। ପରେ ଘରକୁ ଘର ଯାଇ ପ୍ରମାଣପତ୍ର ଯାଞ୍ଚ କରାଯିବ। ଏହା ଉତ୍ତର କୋରିଆ ଲୋକଙ୍କ ପାଇଁ ନୂଆ କଥା ନୁହେଁ ବୋଲି କୁହାଯାଇଛି। ମାତ୍ର ଲୋକେ ଏହା ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ।