SUNSTARTV
ସନଷ୍ଟାରଟିଭି ବ୍ୟୁରୋ: ଚଳିତ ବର୍ଷ ମେ ୧୦ ତାରିଖରୁ ଖୋଲିଛି ପ୍ରଭୁ କେଦାରନାଥଙ୍କ ମନ୍ଦିର । ପବିତ୍ର ଅକ୍ଷ ତୃତୀୟା ଠାରୁ ଆରମ୍ଭ ହୋଇଛି ଶିବଶଙ୍କରଙ୍କ ଦର୍ଶନ । ମନ୍ଦିରରେ ଲାଗୁଛି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ । ମନରେ ଅନେକ ଭକ୍ତି ଏବଂ ଶ୍ରଦ୍ଧା ନେଇ କାଇଁ କେତେଦୂରରୁ ଶ୍ରଦ୍ଧାଳୁ ଛୁଟି ଆସୁଛନ୍ତି ବାବାଙ୍କ ଦର୍ଶନ ପାଇଁ । ତେବେ ପ୍ରତିଦିନ ପରି ଆଜି ମଧ୍ୟ ଚାଲିଥିଲା ବାବା କେଦାରନାଥଙ୍କ ଦର୍ଶନ । ଭକ୍ତଟିଏ ତାର ପ୍ରଭୁକୁ ଦଖିବା ପାଇଁ କରିଥିଲା ଅପେକ୍ଷା । କିନ୍ତୁ ଠିକ୍ ସେହି ସମୟରେ ମାଡି ଆସିଲା ଭୟଙ୍କର ବିପଦ । ଚାହୁଁ ଚାହୁଁ ଖସିବାକୁ ଲାଗିଲା ବିଶାଳ କାୟ ବରଫ । ପ୍ରଭୁ କେଦାରନାଥ ମନ୍ଦିରର ଠିକ ପଛରେ ସୃଷ୍ଟି ହେଲା ଭୟଙ୍କର ହିମ ସ୍ଖଳନ । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାର ଲାଗିଛି ।
ଯିଏ ବି ସେ ଭିଡିଓ ଦଖୁଛି ତା ରୁମମୂଳ ଟାଙ୍କୁରି ଉଠୁଛି । ତେବେ ଟିକେ ଭଲ ଭାବରେ ନିଜର ପକାନ୍ତୁ ଏହି ଦୃଶ୍ୟ ଉପରେ କିପରି ଖସିବାର ଲାଗିଛି ବରଫ ଖଣ୍ଡ । ତେବେ ମନ୍ଦିରର ପଛରେ ଥିବା ଗାନ୍ଧୀ ସରୋବର ନିକଟ ପାହାଡରୁ ଖସୁଥିଲା ଏହି ବିରାଟ କାୟ ବରଫ ଅତରା । ଯହାକୁ ଦେଖି ଭୟଭିତ ହୋଇଯାଇଥିଲେ ସେଠାରେ ଉପସ୍ଥିତ ଥିବା ଶ୍ରଦ୍ଧାଳୁ । କିନ୍ତୁ ପ୍ରଭୁ ଭୋଳାନାଥଙ୍କ କୃପାରୁ ଏହି ହିମ ସ୍ଖଳନରେ କାହାର କିଛି କ୍ଷୟ କ୍ଷତି ହୋଇ ନଥିବା ସୂଚନା ରହିଛି । ଏଥିସହିତ ମନ୍ଦିରର ମଧ୍ୟ କୌଣସି କ୍ଷତି ହୋଇ ନାହିଁ ବୋଲି ଜଣାପଡିଛି । ତେବେ ହଠାତ୍ କାହିଁକି ଏପରି ହିମ ସ୍ଖଳନ ହେଲା ତାହା ଏଯାଏଁ ଜଣାପଡି ନାହିଁ । ଅପର ପକ୍ଷେ ମୌସୁମୀ ପରିବର୍ତ୍ତନ ଏବଂ ବିଭିନ୍ନ ସ୍ଥାନରେ ବର୍ଷା ପବନ କାରଣରୁ ବଦଳୁଛି ପାଣିପାଗ । ଫଳରେ ଏପରି ହୋଇଥାଇ ପାରେ ବୋଲି ଅନୁମାନ କରାଯ।ଉଛି । ତେବେ ଏହି ହିମ ସ୍ଖଳନ କେଦାରନାଥରେ ଆଗରୁ ଅନେକ ଥର ହୋଇଥିବା ଖବର ରହିଛି । ଏହି ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇ ନଥିବା ଜଣାପଡିଛି ।
वीडियो केदारनाथ धाम का है, जहां सुबह पांच बजे चोराबाड़ी से ऊपर हिमालय की पर्वत श्रृंखलाओं में रविवार को ग्लेशियर टूट गया। इस दौरान बर्फ का गुबार उठा और कुछ देर बाद गहरी खाई में समा गया। #kedarnath #Uttarakhand pic.twitter.com/eHnYaTUXoy
— bhUpi PnWr (@askbhupi) June 30, 2024