Sunstar TV
ସନଷ୍ଟାରଟିଭି ବ୍ୟୁରୋ : ଉଚ୍ଛେଦ ହୋଇଛି ବ୍ରିଟିଶ ନିୟମ । ୧୮୬୦ ମସିହାରୁ ଚାଲିଆସୁଥିବା ନିୟମ ପରିବର୍ତ୍ତନ ହୋଇ ଆଜି ଠାରୁ ସାରା ଦେଶରେ ଲାଗୁ ହୋଇଛି ନୂଆ ଭାରତୀୟ ନ୍ୟାୟ ସଂହିତା । ପ୍ରାୟ ଦେଢ଼ ଶହ ବର୍ଷ ଧରି ଦେଶବ୍ୟାପୀ ଲାଗୁ ହୋଇଥିବା ଇଂରେଜ ଅମଳର ପୋଲିସ ଆଇନ ଆଜି ଇତିହାସ ପାଲଟି ଯାଇଛି । ଆଜି ସକାଳେ ଦିଲ୍ଲୀରେ ଭାରତୀୟ ନ୍ୟାୟ ସଂହିତାର ପହିଲା FIR ରୁଜ୍ଜୁ ହୋଇଛି । କମଳା ମାର୍କେଟ ଥାନାରେ ଜଣେ ଭେଣ୍ଡର ନାଁରେ ଏକ ଫୁଟ ଓଭର ବ୍ରିଜ ଅବରୋଧ ଅଭଯୋଗରେ ମାମଲା ରୁଜ୍ଜୁ ହୋଇଛି ।
ନୂଆ ନିୟମ ମୁତାବିକ, ‘କ୍ରିମିନାଲ ପ୍ରୋସିଜିଓର କୋଡ଼’- CrPC , ଇଣ୍ଡିଆନ ପେନାଲ କୋଡ଼ – IPC ଏବଂ ଇଣ୍ଡିଆନ ଏଭିଡ଼େନ୍ସ ଆକ୍ଟ ଦେଶରୁ ହଟିବ । ଇଣ୍ଡିଆନ ପେନାଲ କୋଡ଼ – IPC ବଦଳରେ ଆସିବ ‘ଭାରତୀୟ ନ୍ୟାୟ ସଂହିତା’ , ‘କ୍ରିମିନାଲ ପ୍ରୋସିଜିଓର କୋଡ଼’- CrPC ବଦଳରେ ଆସିବ ‘ଭାରତୀୟ ନାଗରିକ ସୁରକ୍ଷା ସଂହିତା’ ଓ ‘ଇଣ୍ଡିଆନ ଏଭିଡ଼େନ୍ସ ଆକ୍ଟ’ ବଦଳରେ ଆସିବ ‘ଭାରତୀୟ ସଂଖ୍ୟା ଅଧିନିୟମ’ ।
ଏହି ନୂଆ ଆଇନ ଅଧିନରେ ଆଧୁନିକ ନୀୟ ବ୍ୟବସ୍ଥା କରାଯିବ, ଯେଉଁଥିରେ ଜିରୋ FIR , ପୋଲିସ ଅଭିଯୋଗର ଅନଲାଇନ ପଞ୍ଜିକରଣ, ଏମଏମଏସ ଭଳି ବୈଦ୍ୟୁତିକ ମାଧ୍ୟମରେ ସମନ ଏବଂ ସମସ୍ତ ଜଘନ୍ୟ ଅପରାଧ ପାଇଁ ଆପରାଧୀକ ଦୃଶ୍ୟର ବାଧ୍ୟତାମୂଳକ ଭିଡିଓଗ୍ରାଫି ଭଳି ବ୍ୟବସ୍ଥା ଅନ୍ତର୍ଭୁକ୍ତ କରାଯିବ ।
ନୂଆ ଆପରାଧିକ ନିୟମ ଲାଗୁ ନେଇ ବିଜ୍ଞାପତି ପ୍ରକାଶ ପାଇବା ପରେ ଗୃହ ମନ୍ତ୍ରଣାଳୟ ପୁଲିସ, ଜେଲ, ପ୍ରସିକ୍ୟୁଟର, ନ୍ୟାୟିକ, ଫରେନସିକ୍ କର୍ମଚାରୀ ଓ ସାଧାରଣ ଜନତାଙ୍କ ସମେତ ସମସ୍ତ ଅଂଶୀଦାରଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଅନେକ ପଦକ୍ଷେପ ନିଆଯାଇଥିଲା । ତେବେ ଆଜି ଠାରୁ ଏହି ନୂଆ ନିୟମ ଲାଗୁ ହେଉଥିବାରୀ ସରକାର ଏନେଇ ବ୍ୟାପକ ପ୍ରସ୍ତୁତି କରିଛନ୍ତି ।