SunstarTV
କେବେ ମିଳିବ ସୁଭଦ୍ର ଯୋଜନା ଟଙ୍କା? ମୁଖ୍ୟମନ୍ତ୍ରୀ ଦେଲେ ବଡ ଇସାରା । ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ । ସେପ୍ଟେମ୍ବର ୧୭ରେ ରାଜ୍ୟରେ ଶୁଭାରମ୍ଭ ହେବ ସୁଭଦ୍ରା ଯୋଜନା । ସେପ୍ଟେମ୍ବର ୧୭ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ । ଆଉ ଏହି ଦିନ ଅବସରରେ ସୁଭଦ୍ରା ଟଙ୍କା ରିଲିଜ ଦିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଉ ଏହି ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସି ସୁଭଦ୍ରା ଯୋଜନା ଲଞ୍ଚ୍ କରିବେ ବୋଲି ସେ ସୂଚନା ଦେଇଛ କହିଛନ୍ତି ।
କିଛିଦିନ ପୂର୍ବେ ସୁଭଦ୍ରା ଯୋଜନା ନେଇ ବଡ଼ ବୟାନ ଦେଇଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ନିଷ୍ପତ୍ତି ଅନୁଯାୟୀ ରାଜ୍ୟର ସବୁ ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା ମିଳିବ ନେଇ ସୂଚନା ଦେଇଥିଲେ ପ୍ରଭାତୀ ପରିଡ଼ା। ସେ କହିଥିଲେ ଯେ, ସୁଭଦ୍ରା ଯୋଜନାରେ କ୍ୟାବିନେଟ୍ ମୋହର ବାଜିବା ପରେ ଏହି ଯୋଜନା ଡ୍ରାଫ୍ଟିଂ ଷ୍ଟେଜ୍ରେ ଅଛି । ଆସନ୍ତା ୧୦୦ ଦିନ ମଧ୍ୟରେ ଦିଆହେବ ବୋଲି ପ୍ରଭାତୀ ପରିଡ଼ା ସୂଚନା ଦେଇଥିଲେ ।
ଏହି ଯୋଜନାରୁ କିଏ ଉଠାବେ ଲାଭ ପାଇବେ?
ମହିଳା ଜଣଙ୍କ ଓଡି଼ଶାର ବାସିନ୍ଦା ହୋଇଥିବେ। ତାଙ୍କର ବୟସ ୨୩ରୁ ୫୯ ମଧ୍ୟରେ ହେବା ଜରୁରୀ। ଗୋଟିଏ ପରିବାରରୁ ଜଣଙ୍କୁ ସୁଭଦ୍ରା ଭାଉଚର ମିଳିବ।ଆବେଦନକାରୀ କୌଣସି ସରକାରୀ ଚାକିରୀ କରିନଥିବେ, ଅଙ୍ଗନବାଡି କର୍ମୀ ହୋଇପାରିବେ ହିତାଧିକାରୀ, ସୁଭଦ୍ରା ଯୋଜନାର ହିତାଧିକାରୀଙ୍କ ପାଇଁ ଏହି ସବୁ ଯୋଗ୍ୟତା ଆବଶ୍ୟକ ବୋଲି ଆଲୋଚନା ହେଉଛି । କିନ୍ତୁ ସରକାରଙ୍କ ପକ୍ଷରୁ ଏ ପର୍ଯ୍ୟନ୍ତ ବିଧିବଦ୍ଧ ଭାବେ ନୋଟିଫିକେସନ ଆସିନାହିଁ ।