SunstarTV
ବିଶ୍ୱକପ୍ ବିଜୟ ପରେ ଟି-୨୦ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି ଜୟ-ଭୀରୁ ଯୋଡି ବିରାଟ କୋହଲି ଓ ରୋହିତ ଶର୍ମା। ଫାଇନାଲ ମ୍ୟାଚ ଜିତିବା ପରେ ଉଭୟ ଖେଳାଳି ଏହି ଫର୍ମାଟରୁ ଅବସର ଘୋଷଣା କରିଛନ୍ତି ।
ଫାଇନାଲ ଜିତିବା ପରେ ସାମ୍ବାଦିକ ସମ୍ମିଳନୀରେ ରୋହିତ ଟି-୨୦ ଇଣ୍ଟରନ୍ୟାସନାଲରୁ ଅବସର ଘୋଷଣା କରିଛନ୍ତି। ଏହ ଶହ ନୂଆ ଖେଳାଳିଙ୍କୁ ସୁଯୋଗ ଦେବାକୁ ଅବସର ନେଉଥିବା କହିଛନ୍ତି ଅଧିନାୟକ ରୋହିତ ଶର୍ମା । ସେ କହିଛନ୍ତି , ଟି-୨୦ରୁ ନିଜ କ୍ରିକେଟ କ୍ୟାରିୟର ଆରମ୍ଭ କରିଥିବା ବେଳେ ପ୍ରତ୍ୟେକ ମୁହୂର୍ତ୍ତର୍ରେ ଏହାକୁ ଉପଭୋଗ କରିଛନ୍ତି ।
ସୂଚନା ମୁତାବକ ବିରାଟ କୋହଲି ୨୦୧୦ ମସିହାରୁ ଟି-୨୦ ଫର୍ମାଟରେ ଡେବ୍ୟୁ କରିଥିଲେ। ଏହି ଫର୍ମାଟରେ ଅନ୍ତର୍ଜାତୀୟ ସ୍ତରରେ କୋହଲି ୧୨୫ ଟି ମ୍ୟାଚ ଖେଳି ୪ହଜାର ୧୮୮ ରନ୍ ସଂଗ୍ରହ କରିଛନ୍ତି । ଏଥିରେ ଗୋଟିଏ ଶତକ ଓ ୩୮ଟି ଅର୍ଧଶତକ ମଧ୍ୟ ସାମିଲ ରହିଛି ।
ସେହିପରି ଅଧିନାୟକ ରୋହିତ ଶର୍ମା ଟି-୨୦ ଫର୍ମାଟରେ ୧୫୯ ଟି ମ୍ୟାଚ ଖେଳି ୧୪୦.୮୯ ଷ୍ଟ୍ରାଇକ ରେଟରେ ୪ହଜାର ୨୩୧ ରନ୍ ସଂଗ୍ରହ କରିଛନ୍ତି । ଏଥି ମଧ୍ୟରେ ୫ଟି ଶତକ ୩୨ଟି ଅର୍ଦ୍ଧଶତକୀୟ ପାରି ମଧ୍ୟ ସାମିଲ୍ ରହିଛି ।
ଦେଖିବାକୁ ଗଲେ ରାହୁଲ ଦ୍ରାବିଡଙ ମଧ୍ୟ କୋଚ୍ ଭାବେ କାର୍ଯ୍ୟକାଳ ଶେଷ ହୋଇଛି। ଏହିପରି, ଏହି ବିଶ୍ୱକପ ପରେ ତିନି ମହାନ ରୋହିତ ଶର୍ମା, ବିରାଟ କୋହଲି ଏବଂ ରାହୁଲ ଦ୍ରାବିଡ ବିଦାୟ ନେଉଛନ୍ତି।