SUNSTARTV
ସନଷ୍ଟାରଟିଭି ବ୍ୟୁରୋ: ଆଜିଠୁ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ସରୁଛି କାର୍ଯ୍ୟକାଳ । ଆରମ୍ଭ ହେବ ମନୋଜ ଆହୁଜାଙ୍କ ଦାୟିତ୍ୱ । ମନୋଜ ଆହୁଜା ଗତକାଲି ଓଡିଶାରେ ପହଞ୍ଚିଥିବା ବେଳେ ଆଜିଠାରୁ ସେ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିବେ । ଶ୍ରିୟୁକ୍ତ ଆହୁଜା ହେଉଛନ୍ତି ୧୯୯୦ ବ୍ୟାଚର ବରିଷ୍ଠ ଆଇଏଏସ ଅଫିସର । ତେବେ ସେ ପ୍ରଥମେ ଖୋର୍ଦ୍ଧା ଜିଲ୍ଲାପାଳ ଭାବେ ଆରମ୍ଭ କରିଥିଲେ ନିଜର କ୍ୟାରିୟର । ସେ କେନ୍ଦ୍ର କୃଷି ସଚିବ ଦାୟିତ୍ଵରେ ରହିଥିଲେ । ୨୦୧୭ରେ କେନ୍ଦ୍ରୀୟ ଡେପୁଟେସନରେ ଯିବା ପରେ ଲାଲ ବାହାଦୂର ଶାସ୍ତ୍ରୀ ଏକାଡେମୀର ସ୍ଵତନ୍ତ୍ର ନିର୍ଦ୍ଦେଶକ ଭାବେ କାମ କରିଥିଲେ ଶ୍ରୀଯୁକ୍ତ ଆହୁଜା । ୨୦୨୦ରେ ସେ କେନ୍ଦ୍ର ଶିକ୍ଷାମନ୍ତ୍ରାଳୟରେ ସିବିଏସଇ ଅଧ୍ୟକ୍ଷ ଭାବେ ଦାୟିତ୍ଵରେ ରହିଥଲେ। ଏହାପରେ ୨୦୦୯ରେ ଖାଦ୍ୟ ଯୋଗାଣ ସଚିବ, ୨୦୧୦ରେ ଖଣି ଇସ୍ପାତ ବିଭାଗ ସଚିବ ହୋଇଥିଲେ । ୨୦୧୨ରେ କ୍ରୀଡ଼ା ଯୁବ ବ୍ଯାପାର ଓ ୨୦୧୨ ରୁ ୨୦୧୫ ପର୍ଯ୍ୟନ୍ତ ବାଣିଜ୍ୟ କର କମିଶନର ଥିଲେ । ୨୦୧୫ରେ ସମବାୟ ବିଭାଗର ସଚିବ ଦାୟିତ୍ଵ ଗ୍ରହଣ କରିଥିଲେ।
ଅପର ପକ୍ଷେ ଆଜି ଆଏଏସ ମନୋଜ ଦାସଙ୍କ କାର୍ଯ୍ୟକାଳ ସରୁଥିବା ବେଳେ ସାେ ତାଙ୍କର ମନ କଥା କହିଛନ୍ତି । ସୋସିଆଲ ମିଡିଆ ଏକ୍ସରେ ଶ୍ରୀଯୁକ୍ତ ମନୋଜ ଏକ ପୋଷ୍ଟ କରିଥିବା ଦେଖିବାକୁ ମିଳିଛି । ଯେଉଁଥିରେ ପ୍ରଦୀପ କହିଛନ୍ତି, ମୁଁ ମୋ ଜୀବନର ଏକ ନୂତନ ସୋପାନରେ ପାଦ ଦେବାକୁ ଯାଉଛି । ଜଣେ ନାଗରିକ ହିସାବରେ ରାଜ୍ଯର ବିକାଶ ପାଇଁ କାମ କରିବାକୁ ସମସ୍ତଙ୍କଠୁ ସେ ଆଶୀର୍ବାଦ କାମନା କରିଛନ୍ତି । ଏହାସହିତ ସମସ୍ତଙ୍କୁ ହୃଦୟରୁ ଧନ୍ଯବାଦ ଜଣାଇଛନ୍ତି ପ୍ରଦୀପ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଲୋକେ କରିଥିବା ଅନେକ ଆଶା ମୋ ସୀମାର ବାହାରେ ଥିଲା । ଅନେକ ସମୟରେ ଲୋକ ଭାବିଥାନ୍ତି ମୁଖ୍ଯ ଶାସନ ସଚିବ ସବୁକିଛି କରିପାରିବେ । କିନ୍ତୁ ଏହା ସତ ନୁହେଁ । ମୁଁ ବିଧିବ୍ଯବସ୍ଥାରେ ବନ୍ଧା । କିଛି କ୍ଷେତ୍ରରେ ମୁଁ ସାହାଯ୍ୟ କରିବାକୁ ଚାହୁଁଥିଲେ ମଧ୍ଯ ମୋର ପରିସୀମା କାରଣରୁ କରିପାରିନାହିଁ । ଯେତେବେଳେ ବି ବ୍ଯବସ୍ଥା ସୁଯୋଗ ଦେଇଛି ମୁଁ ସମସ୍ଯାର ସମାଧାନ କରିବାକୁ ଚେଷ୍ଟା କରିଛି । ସରକାରୀ କାର୍ଯ୍ଯରୁ ଅବସର ନେବାପରେ ମଧ୍ଯ ମୁଁ ଲୋକଙ୍କ ସମସ୍ଯାର ସମାଧାନ ପାଇଁ ଚେଷ୍ଟା କରିବି ।