Sunstar TV :
ସେ ଦେଶ ହେଉ କି ବିଦେଶ । ସବୁଠୁ ସୁଆଦିଆ ଓଡିଶାର ଖାଦ୍ୟ । ଆଉ ଏହାରି ଭିତରେ ରହିଛି ବାଇଗଣ ମସଲା ଖାଦ୍ୟ । ପ୍ରିୟ ପାଠକ ବନ୍ଧୁ ସାଧା ଦିନ ଯଦି ଖାଦ୍ୟ ଖାଇବାକୁ ଇଚ୍ଛା ହେଉନି ତେବେ ଏପରି ରାନ୍ଧିଲେ ସବୁ ବେଳେ ସାଧା ଖାଇବାକୁ ଇଚ୍ଛା ହେବ । ହଁ ଆଜ୍ଞା ଆମେ କହୁଛୁ ସାଧାରେ ତିଆରି ହେଉଥିବା ବାଇଗଣ ମସଲା କଥା । ଥରେ ଏଭଳି ତିଆରି କରନ୍ତୁ । ତେବେ ଏବେ ପଢନ୍ତୁ କିଭଳି ତିଆରି ହୁଏ ବାଇଗଣ ମସଲା ।
ଏହାକୁ ତିଆରି କରିବା ପୂର୍ବରୁ ପ୍ରଥମେ ଆପଣଙ୍କୁ ଗୋଲ୍ ଆକାରର ବାଇଗଣ ନେବାକୁ ପଡିବ । ପରେ ଶୁଦ୍ଧ ପାଣିରେ ଭଲ ଭାବେ ଧୋଇବାକୁ ପଡିବ । ଏହାପରେ ବାଇଗଣକୁ ଚାରି ଖଣ୍ଡ କରି କାଟନ୍ତୁ । ସେଥିରେ ଲୁଣ ଓ ହଳଦୀ ମିଶାନ୍ତୁ । ଏହା ପରେ କଡ଼େଇରେ ତେଲ ଗରମ କରି ସେଗୁଡ଼ିକୁ ଅଳ୍ପ ଆଞ୍ଚରେ ଛାଣି ଦିଅନ୍ତୁ । ଏବେ କଡ଼େଇରେ କିଛି ତେଲ ଗରମ କରି ସେଥିରେ ଅଦା ରସୁଣ କଟା ପକାନ୍ତୁ ।
ସେଥିରେ ହଳଦୀ ପାଉଡର ଏବଂ ଲଙ୍କା ଗୁଣ୍ଡ ପକାଇ ଭଲ ଭାବ ଭାଜନ୍ତୁ। ଭାଜି ହେବା ପରେ ସେଥିରେ ଟମାଟୋ ପ୍ୟୁରି ପକାନ୍ତୁ। ଏହାପରେ ସେଥିରେ ଛୋଟ ଛୋଟ କଟା ହୋଇଥିବା ପିଆଜ ପକାନ୍ତୁ। ଗରମ ମସଲା ପକାଇ ପାଞ୍ଚ ମିନିଟ୍ ଭାଜନ୍ତୁ। ସେଥିରେ କିଛି ସ୍ୱାଦ ଅନୁସାରେ ଲୁଣ ପକାନ୍ତୁ। ଏବେ ଛଣା ହୋଇଥିବା ବାଇଗଣକୁ ପକାଇ ଗୋଳେଇ ଦିଅନ୍ତୁ। ସେଥିରେ କିଛି ଧନିଆ ପତ୍ର ପକାଇ ଗ୍ୟାସ ବନ୍ଦ କରି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ବାଇଗଣ ମସଲା।
-
ତେବେ ଏଥିପାଇଁ କଣ ଆବଶ୍ୟକ ସାମଗ୍ରୀ ନଜର ପକାନ୍ତୁ :
- ଗୋଲ ଆକାରର ବାଇଗଣ
- ଅଦା
- ରସୁଣ
- ହଳଦୀ ପାଉଡର
- ଲୁଣ
- ପିଆଜ
- ଲଙ୍କା ଗୁଣ୍ଡ
- ଧନିଆ ପତ୍ର
- ତେଲ
- ପାଣି