SUNSTARTV
ସନଷ୍ଟାରଟିଭି ବ୍ୟୁରୋ: ବଲିଉଡର ଦବଙ୍ଗ ଗାର୍ଲ ହଉଛନ୍ତି ଅଭିନେତ୍ରୀ ସୋନାକ୍ଷୀ ସିହ୍ନା । ଯିଏକି ଜୀବନର ଏକ ନୂଆ ଅଧ୍ୟାୟରେ ପାଦ ଥାପିଛନ୍ତି । ସେ ଗତ ୨୩ ତାରିଖରେ ତାଙ୍କର ପ୍ରେମିକ ଜହିର ଇକବାଲଙ୍କୁ ବିବାହ କରିଛନ୍ତି । ଏଥିସହିତ ଉଭୟ କପଲ ରିସିପସନର ଏକ ଗ୍ରାଣ୍ଡ ସେଲିବ୍ରେସନ ମଧ୍ୟ କରିଥିଲେ । ଯାହାର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଇଥିଲା । ତେବେ ବିବାହର ମତ୍ର ୬ ଦିନ ପରେ ସୋନାକ୍ଷୀଙ୍କୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ଯାହାକୁ ଜାଣିବା ପରେ ସୋନାକ୍ଷୀଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରାଯିବା ସହ ତାଙ୍କ ଫ୍ୟାନ୍ସମାନେ ଏହାକୁ ସହଜରେ ଗ୍ରହଣ କରି ପାରୁନାହାନ୍ତି ।
ତେହେ ମିଳିଥିବା ସୂଚନା ଅନୁଯାୟୀ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ବିବାହର ମାତ୍ର ୬ ଦିନ ପରେ ହସ୍ପିଟାଲକୁ ଯାଇଛନ୍ତି । ଫଳରେ ସୋନାକ୍ଷୀ ଗର୍ଭବତୀ ଥିବା ଚର୍ଚ୍ଚା ହେଉଛି । ସୋନାକ୍ଷୀ ଏବଂ ତାଙ୍କ ସ୍ୱାମୀ ଜହୀର କୋକିଲାବେନ୍ ହସ୍ପିଟାଲରୁ ବାହାରକୁ ଆସୁଥିବାର ଏକ ଭିଡିଓ ଭାଇରାଲ ହୋଇଛି । ଯାହାକୁ ନେଇ ସେ ଗର୍ଭବତୀ ଥିବା ଚର୍ଚ୍ଚା ଜୋର ଧରିଛି । କିନ୍ତୁ ଏହି ଘଟଣାକୁ ନେଇ ଏଯାଏଁ ମୁହଁ ଖୋଲି ନାହାନ୍ତି ଉଭୟ ଦମ୍ପତ୍ତି ।
ସୋନାକ୍ଷୀଙ୍କ ଏହି ଗର୍ଭବତୀ ହେବାର ଖବରକୁ କିଛି ୟୁଜର୍ସ ମିଛ କହୁଥିବା ବେଳେ ଆଉ କିଛି ଜଣ ଏହାକୁ ସତବୋଲି ମଧ୍ୟ ଗ୍ରହଣ କରୁଛନ୍ତି । ସେହିପରି ଅନ୍ୟ କିଛି ୟୁଜର୍ସଙ୍କ କହିବା ଅନୁଯାୟୀ ଉଭୟ କୈଣସି ବି କାରଣ ପାଇଁ ହସ୍ପିଟାଲ ଜାଇ ପରନ୍ତି । ଏହାର ଅର୍ଥ ନୁହେଁ ସେ ଗର୍ଭବତୀ ଅଛନ୍ତି । ସେହିପରି ଆଉ କିଛି ଜଣ ସୋନାକ୍ଷୀଙ୍କୁ ସପୋର୍ଟ କରି କହିଛନ୍ତି ଯେ କୌଣସି ପ୍ରମାଣ ନଥାଇ କାହାକୁ ଏପରି ଟ୍ରୋଲ କରିବା ଉଚିତ୍ ନୁହେଁ । ହୁଏତ ଉଭୟ ତାଙ୍କ ପିତାଙ୍କୁ ଦେଖା କରିବାରୁ ହସ୍ପିଟାଲ ଯାଇଥାଇପାରନ୍ତି । ଏହା ଏକ ଗୁଜବ କଥା । ତେବେ ପ୍ରକୃତରେ ସୋନାକ୍ଷୀ ଗର୍ଭବତୀ ନା ଏହା ଏକ ଗୁଜବ ତାହା ଆଗକୁ ଜଣାପଡିବ ।