Sunstar Tv
ସନଷ୍ଟାରଟିଭି ବ୍ୟୁରୋ : ଦିଲ୍ଲୀରୁ ଫେରିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡା। ଏହି ୩ ଦିନିଆ ଗସ୍ତରେ ଦିଲ୍ଲୀ ଯାଇ ବିଜେପିର ଶୀର୍ଷ ନେତୃତ୍ୱଙ୍କୁ ଭେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ । ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଅର୍ଥମନ୍ତ୍ରୀ, ଗୃହମନ୍ତ୍ରୀ ଓ ପ୍ରବାସୀ ଓଡିଆଙ୍କ ସହ ସାକ୍ଷାତ କରିଛନ୍ତି ୩ ରାଜନେତା । ଯେଉଁ ସବୁ ପ୍ରତିଶ୍ରୁତି ଓଡ଼ିଶାବାସୀଙ୍କୁ ଦିଆଯାଇଥିଲା ତାର ବାସ୍ତବିକରଣକୁ ନେଇ ଦିଲ୍ଲୀରେ ଚିତ୍ର ଅଙ୍କନ ହେଉଥିବା ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କୁ ଭେଟିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହିତ ଦୁଇ ଉପମୁଖ୍ୟମନ୍ତ୍ରୀ । ଉକ୍ତ ସାକ୍ଷାତକାରକୁ ଦୃଷ୍ଟିରେ ରଖି ରାଜ୍ୟରେ ଆୟୁଷ୍ମାନ ଯୋଜନା ଲାଗୁ ହେବା ନେଇ ଆଲୋଚନା ଜୋର ଧରିଛି ।
କେବଳ ସେତିକି ନୁହେଁ, ମୁଖ୍ୟମନ୍ତ୍ରୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀ ବିଜେପି ଚାଣକ୍ୟ କୁହାଯାଉଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ଭେଟିବାକୁ ନେଇ କୁହାଯାଉଛି ଯେ, ଓଡ଼ିଶାରେ ବିଜେପି ପ୍ରଥମ ଥର ସରକାର କରିବା ପରେ କିପରି ଶାସନ ଓ ସରକାର ମଧ୍ୟରେ ସମନ୍ୱୟ ରକ୍ଷା କରାଯିବ ସେନେଇ ଶାହାଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି ।
ବିଜେପି ସରକାର ଗଢିବା ପରେ ମୋହନଙ୍କ ୩ ଦିନିଆ ଦିଲ୍ଲୀ ଗସ୍ତ ଶେଷ ହୋଇଛି । ତେବେ ଦିଲ୍ଲୀରୁ ଫେରିବା ପରେ ଭୁବନେଶ୍ୱର ଠାରେ ଆୟୋଜିତ ବିଜେପିର ସମ୍ବର୍ଦ୍ଧନା ଉତ୍ସବରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀ ।
ଦିଲ୍ଲୀରୁ ଫେରିବା ପରେ ଭୁବନେଶ୍ୱରରେ ଆୟୋଜିତ ବିଜେପିର ସମ୍ବର୍ଦ୍ଧନା ଉତ୍ସବରେ ଯୋଗ ଦେବେ । ଏଥିରେ ଦଳର ସମସ୍ତ ନବ ନିର୍ବାଚିତ ସାଂସଦ ଓ ବିଧାୟକମାନଙ୍କୁ ଦିଆଯିବ ସମ୍ବର୍ଦ୍ଧନା । ଏହି ଉତ୍ସବରେ ମନ୍ତ୍ରିମଣ୍ଡଳର ଅନ୍ୟ ମନ୍ତ୍ରୀମାନେ ମଧ୍ୟ ଉପସ୍ଥିତ ରହିବେ । ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ିଆରେ ହେବାକୁ ଥିବା କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀମାନେ ମଧ୍ୟ ଉପସ୍ଥିତ ରହିବେ । ୨୦୨୪ ନିର୍ବାଚନରେ ବିଧାନସଭାରେ ୭୮ ଟି ଆସନରେ ବିଜୟୀ ହୋଇ ବିଜେପି ପ୍ରଥମ ଥର ସରକାର ଗଢ଼ିଥିବା ବେଳେ ଲୋକସଭାରେ ମୋଟ ୨୧ ଆସନରୁ ୨୦ଟି ରେ ଦଳ ବିଜିମତ କରିଛି । ସାଧାରଣ ନିର୍ବାଚନରେ ବିଧାନସଭାରେ ୭୮ଟି ଆସନରେ ବିଜୟୀ ହୋଇ ଦଳ ରାଜ୍ୟରେ ସରକାରକୁ ଆସିଥିବା ବେଳେ ଲୋକସଭାରେ ମୋଟ ୨୧ଆସନରୁ ୨୦ଟିରେ ଦଳ ବାଜିମାତ କରିଛି । ଏହି ବିଜୟକୁ ନେଇ ଦଳର ସମସ୍ତ କର୍ମୀ ଉତ୍ସାହିତ ଥିବାବେଳେ ଆଜି ସମ୍ବର୍ଦ୍ଧନା ଉତ୍ସବରେ ସମସ୍ତେ ଯୋଗଦେବେ ।