SunstarTV
ବାର୍ବଡାସରେ ଇତିହାସ ରଚିଲା ଟିମ୍ ଇଣ୍ଡିଆ । ଆଇସିସି ଟ୍ରଫି ହାତେଇଲେ ଭାରତ । ୧୭ ବର୍ଷ ପରେ ଟି-୨୦ ବିଶ୍ୱକପ୍ ଜିତିଛି ଭାରତ, ଆଉ ଏହା ପରେ ସବୁ ଠାରେ ଉତ୍ସବର ମାହୋଲ । ଦଷିଣ ଆଫ୍ରିକାକୁ ୭ ରନ୍ରେ ପରାସ୍ତ କରି ଟାଇଟଲ୍ ହାତେଇଛି ଟିମ୍ ଇଣ୍ଡିଆ ।
କହିବାକୁ ଗଲେ ଦକ୍ଷିଣ ଆଫ୍ରିକା ହାତରୁ ମ୍ୟାଚ ଛଡାଇ ଆଣିଛି । ୧୭୭ ରନର ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଦକ୍ଷିଣ ଆଫ୍ରିକା ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୬୯ ରନ କରିପାରିଥିଲା । ମ୍ୟାଚ୍ରେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଭାରତ। ବିରାଟଙ୍କ ସହ ଅକ୍ଷରଙ୍କ ପାର୍ଟନରସିପ୍ ଖେଳକୁ ବଞ୍ଚାଇ ଦେଇଥିଲେ। ଚତୁର୍ଥ ୱିକେଟ୍ ପାଇଁ ଦୁଇ ବ୍ୟାଟ୍ସମ୍ୟାନ୍ ୭୩ ରନ୍ କରିଥିଲେ । ଏହାପରେ ୩୧ ରନ୍ରେ ୪୭ ରନ୍ କରି ରନ୍ ଆଉଟ୍ ହୋଇଥିଲେ ଅକ୍ଷର ପଟେଲ । ପରେ ପରେ ବିରାଟ ଓ ଶିବମ ଭଲ ପାରି ଖେଳିଲେ। କୋହଲିଙ୍କ ଦମଦାର ୭୬ ରନ୍ ଫଳରେ ଭାରତ ୧୭୬ ରନ୍ କରିବାରେ ସଫଳ ହୋଇଥିଲା ।
ତେବେ ଏହି ବିଜୟ ପରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁଭେଚ୍ଛା ଜଣାଇଛନ୍ତି । ସେ କହିଛନ୍ତି ଭାରତର ଏହି ବିଜୟ ପାଇଁ ଆଜି ସାରା ଭାରତ ଗର୍ବିତ ।
ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହି ଅବସରରେ ଚାମ୍ପିଅନ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି। କଡ଼ା ସଂଘର୍ଷପୂର୍ଣ୍ଣ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଟି-୨୦ ବିଶ୍ୱକପ୍ ଟ୍ରଫି ଜିତିଥିବା ଭାରତୀୟ ଦଳକୁ ଅଭିନନ୍ଦନ ବୋଲି କହିଛନ୍ତି ।