ଗତକାଲି ସରିଛି ଟି- ୨୦ ବିଶ୍ୱକପ୍ର ଫାଇନାଲ ମ୍ୟାଚ୍ । ଯେଉଁଥିରେ ଇତିହାସ ରଚିଛି ଭାରତ । ଦୀର୍ଘ ୧୭ ବର୍ଷ ପରେ ଭାରତକୁ ଆସିଛଇ ଟି -୨୦ ବିଶ୍ୱକପର ଟ୍ରଫି । ଯାହାକୁ ନେଇ ହେଉଛି ସବୁଠି ଚର୍ଚ୍ଚା । ବଲିଉଡ ଠାରୁ ଆରମ୍ଭ କରି ସାଉଥ୍ ଏପରି ଭାରତର ପ୍ରଧନମନ୍ତ୍ରୀ ମଧ୍ୟ ଭରତୀୟ ଦଳକୁ ଶୁଭେଚ୍ଛା ଜଣାଉଛନ୍ତି । ଏଥିସହିତ କିପରି ଭାବରେ ଶେଷ ମୁହୂର୍ତ୍ତରେ ହିଁ ମ୍ୟାଚ୍ ଟି ଟିମ୍ ଇଣ୍ଡିଆ ହାତକୁ ଆସିଲା ତାକୁ ନେଇ ମଧ୍ୟ ଏଯାଏଁ ସରୁନି ଚର୍ଚ୍ଚା । କିନ୍ତୁ ଏହିସବୁ ଭିତରେ ଆଉ ଏକ ଖବର ଖୁବ୍ ଭାଇରାଲ ହେବାର ଲାଗିଛି । ଯହା ବି ପୁଣି ବିରୁଷ୍କାଙ୍କୁ ନେଇ ।
ତେବେ ଭାରତ ମ୍ୟାଚ୍ ଜିତିବା ପରେ ବିରାଟ ଫିଲ୍ଡରେ ଥାଇ ଅନୁଷ୍କାଙ୍କୁ ଭିଡିଓ କଲ୍ କରୁଥିବା ଦେଖିବକୁ ମିଳିଛି । ଏଥିସହିତ ବିରାଟ କିଛି କ୍ଷଣ ପାଇଁ ଭାବବିହ୍ୱଳ ମଧ୍ୟ ହୋଇପଡିଥିବା ଦୃଶ୍ୟ ଭାଇରାଲ ହେଉଛି । ସ୍ତ୍ରୀ ଅନୁଷ୍କାଙ୍କ ସହ କଥାବାର୍ତ୍ତା କରୁଥିବା ବେଳେ ବିରାଟଙ୍କ ଆଖିରୁ ଲୁହ ଝରି ଯାଇଥିଲା। ଏହା ବ୍ୟତୀତ ସେ ତାଙ୍କ ଝିଅ ଭାମିକା ଏବଂ ଅକାୟଙ୍କ ସହ ମଧ୍ୟ କଥା ହୋଇଥିଲେ। ପିଲାମାନଙ୍କ ସହ କଥାବାର୍ତ୍ତା କରୁଥିବା ସମୟରେ କୋହଲି ଫ୍ଲାଇଂ କିସ୍ ଦେବା ଏବଂ ମଜାଳିଆ ଅଙ୍ଗଅଙ୍ଗୀ କରୁଥିବା ଦେଖିବାକୁ ମିଳିଥିଲା। ଯାହାକି ସୋସିଆଲ ମିଡିଆର ସେନସେସନ୍ ପାଲଟିଛି । ଯାହାକୁ ଦେଖି ୟୁଜର୍ସମାନେ ଖୁସି ହେଉଛନ୍ତି । ଏଥିସହିତ ଏହା ବିରାଟଙ୍କ ପିଲାଣିଆମୀ ବୋଲି ମଧ୍ୟ କିଛି ୟୁଜର୍ସ କହିଥିବା ଦେଖିବାକୁ ମିଳିଛି । ।
Virat Kohli on the video call with Anushka Sharma and his kids. 🥹❤️pic.twitter.com/w1sbVJLDOR
— Mufaddal Vohra (@mufaddal_vohra) June 30, 2024
ଅନୁଷ୍କା ତାଙ୍କ ମଧ୍ୟ ସ୍ବାମୀ ବିରାଟଙ୍କ ଉପରେ ସୋସିଆଲ ମିଡିଆରେ ପ୍ରେମ ଅଜାଡ଼ି ଦେଇଥିବା ଦେଖିବାକୁ ମିଳିଛି। ଟ୍ରଫି ସହିତ ବିରାଟଙ୍କ ଫଟୋ ଶେୟାର କରି ସେ ଲେଖିଥିଲେ, ଆଉ ମୁଁ ଏହି ବ୍ୟକ୍ତିଙ୍କୁ ଭଲ ପାଏ। ତୁମେ ମୋ ହାତ ଧରି ମତେ ଜୀବନସାଥୀ କରିୁଥିବାରୁ ମୁଁ ବହୁତ କୃତଜ୍ଞ । ବର୍ତ୍ତମାନ ସେଲିବ୍ରେଶନ ସମୟ । ତେବେ ସେଲିବ୍ରେଶନ ପାଇଁ ଏକ ଗ୍ଲାସ ଚମକୁଥିବା ପାଣି ଆଣିବ! ଯାହାକୁ ନେଇ ୟୁଜର୍ସମାନେ ଅନେକ କମେଣ୍ଟ ସହ ଖୁବ ଲାଇକ୍ କରିଥିବ ମଧ୍ୟ ଦେଖିବାକୁ ମିଳିଛି ।
She was there at the defeats, she’s there at the victory. Anushka Sharma is the biggest support system of Virat Kohli. ❤️ pic.twitter.com/LrVtI0LRLY
— Pari (@BluntIndianGal) June 29, 2024