SUNSTARTV
ସନଷ୍ଟାରଟିଭି ବ୍ୟୁରୋ: ଓଡିଶାରେ ଆରମ୍ଭ ହୋଇଛି ବିଜେପି ଶାସନ । ଫଳରେ ଗୋଟିଏ ପରେ ଗୋଟିଏ ନିୟମରେ ହେଉଛି ପରିବର୍ତ୍ତନ । ପୂର୍ବରୁ ମୁଖ୍ୟମନ୍ତ୍ରୀ ମୋ ସରକାର ଏବଂ ଲକ୍ଷ୍ମୀ ବସ ଯୋଜନାରେ ପରିବର୍ତ୍ତ ନ ଆଣିଥିବା ବେଳେ ବର୍ତ୍ତମାନ ଶିକ୍ଷା କ୍ଷେତ୍ରରେ ମଧ୍ୟ ପରିବର୍ତ୍ତନ ହେବାକୁ ଯାଉଛି । ଏନେଇ ସଙ୍କେତ ଦେଇଛନ୍ତି ଗଣ ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ତେବେ ଖୁବ୍ ଶୀଘ୍ର ବଦଳିବ ସ୍କୁଲ୍ ପିଲାଙ୍କ ୟୁନିଫର୍ମ । ପ୍ରାଇମେରୀ ସ୍କୁଲ ପିଲାଙ୍କ ଡ୍ରେସ୍ର ରଙ୍ଗ ଯେପରି ଅଛି, ସେହିପରି ରହିବ । ହେଲେ ହାଇସ୍କୁଲ ପିଲାଙ୍କ ଡ୍ରେସର ରଙ୍ଗ ପରିବର୍ତ୍ତନ କରାଯାଇପାରେ । ଏନେଇ ଆଲୋଚନା କରାଯାଉଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି ।
ବିଜେଡି ସରକାର ସମୟରେ ହାଇସ୍କଲ ପିଲାଙ୍କ ୟୁନିଫର୍ମ ରଙ୍କ ପରିବର୍ତ୍ତନ କରାଯାଇ ସବଜୁ ଏବଂ ଧଳା ରଖାଯାଇଛି । ଯାହାକୁ ପୁଣି ବିଜେପି ସରକାର ପରିବର୍ତ୍ତନ କରିବାକୁ ଯାଉଛି । ଏନେଇ ବିଭିନ୍ନ ପ ର୍ଯ୍ୟାୟରେ ଆଲୋଚନା ଚାଲିଥିବା ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି । ତେବେ ସର୍ବପ୍ରଥମେ ହାଇସ୍କଲ ପିଲାଙ୍କ ୟୁନିଫର୍ମର ରଙ୍ଗ ଧଳା ଏବଂ ନୀଳ ରହିଥିଲା । ଯାହା ପରବର୍ତ୍ତୀ ସମୟରେ ଧଳା ଏବଂ ସବୁଜ କରାଯାଇଥିଲା । ତେବେ ୫ଟି ସ୍କୁଲ ରଙ୍ଗ ସହିତ ସ୍କଲର ଡ୍ରେସ କୋଡକୁ ମଧ୍ୟ ପରିବର୍ତ୍ତନ କରିଥିଲା ବିଜେଡି ସରକାର ।
ଚଳିତ ଥର ଓଡିଶାରେ ବିଜେପି ସରକାର ଆରମ୍ଭ ହୋଇଥିବା ବେଳେ ସ୍କୁଲ ୟୁନିଫର୍ମ ଉପରେ ଫୋକସ କରିଛି ଭାଜପା । ଯାହାଫଳରେ ଏହି ରଙ୍ଗକୁ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେବା ସହ ହେଉଛି ଆଲୋଚନା । ତେବେ ଭାଜପା ସମୟରେ ସ୍କୁଲ ୟୁନିଫର୍ମ ରଙ୍ଗ କେଣ ରହିବ ନା ପୂର୍ବ ରଙ୍ଗକୁ ଫେରିବ ତାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି । ଏଥିସହିତ ଗଣଶିକ୍ଷାମନ୍ତ୍ରୀଙ୍କ ନିଷ୍ପତ୍ତି ଉପରେ ରହିଛି ରାଜ୍ୟବାସୀ ଙ୍କ ନଜର ଖାସ କରି ଛାତ୍ର ଛାତ୍ରୀମାନେ ତାଙ୍କ ସ୍କୁଲ ପୋଷାକର ରଙ୍ଗ ପରିବର୍ତ୍ତନକୁ ନେଇ ଉତ୍କଣ୍ଠାର ସହ ଅପେକ୍ଷା କରିଥିବା ଜଣାପଡିଛି । ବା ସହ ରହିଛି ସମସ୍ତଙ୍କ ନଜର ।