SunStarTV
ଅନେକ ସମୟରେ ଦୁର୍ଘଟଣା ଘଟଣାରେ ଲୋକ ହେଲମେଟ ପିନ୍ଧିନଥିବା ଦେଖିବାକୁ ମିଳିଥାଏ। ହେଲମେଟକୁ ନେଇ ଅନେକ ନିୟମ ଆସିଥିଲେ ମଧ୍ୟ ଲୋକ ତାକୁ ପାଳନ କରିବା ଦୂର ଆଡ ଆଖିରେ ମଧ୍ୟ ଦେଖୁ ନାହାନ୍ତି। କିନ୍ତୁ ଏହାକୁ ନେଇ ମୋହନା ବିଇଓ ଅଧିକ କଢ଼ା ଅନୁଷ୍ଠାନ ଗ୍ରହଣ କରୁଛନ୍ତି। ଗାଡି ଚଳାଇବା ବେଳେ ହେଲମେଟ ନପିନ୍ଧିଲେ ଏଣିକି ଦରମା ମିଳିବନି। ମୋହନା ବିଇଓ ଏନେଇ ଶିକ୍ଷକଙ୍କୁ କରିଛନ୍ତି ତାଗିଦ୍। ଦୁର୍ଘଟଣା ଜନିତ ମୃତ୍ୟୁକୁ ରୋକିବାକୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି।
ସୂଚନା ମୁତାବକ ଏହି ନିଆରା ପଦକ୍ଷେପ ନେଇଛନ୍ତି ଗଜପତି ଜିଲା ମୋହନା ବ୍ଲକ ଶିକ୍ଷାଧିକାରୀ। ବାଇକରେ ଯିବା ସମୟରେ ହେଲମେଟ ପିନ୍ଧିବାକୁ ତାଗିଦ୍ କରିଛନ୍ତି। ମୋହନା ବ୍ଲକରେ କାର୍ଯ୍ୟରତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଏନେଇ ଅବଗତ କରିବା ସହ ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଅନ୍ୟ ମାନଙ୍କୁ ନିୟମ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ଅବମାନନା କଲେ ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଗୋଟିଏ ମାସର ଦରମା ବନ୍ଦ ପାଇଁ ପଦକ୍ଷେପ ନିଆଯିବ। ଯାହାକୁ ନେଇ ଏବେ ସବୁଆଡେ ଚର୍ଚ୍ଚା ଦେଖିବାକୁ ମିଳିଛି ।