SUNSTARTV
ସନଷ୍ଟାରଟିଭି ବ୍ୟୁରୋ: ଚଳିତ ଥର ଓଡିଶାରେ ସରକାର ପରିବର୍ତ୍ତନ ହୋଇଛନ୍ତି । ଯାହାଫଳରେ ବଦଳୁଛି ଗୋଟିଏ ଗୋଟିଏ ନିୟମ । ବିଜେପି ସରକାର ଆସିବା ପରେ ବନ୍ଦ ହେଉଛି ବିଜେଡି ଶାସନ ସମୟରେ ହୋଇଥିବା କାର୍ଯ୍ୟ । ପୂର୍ବରୁ ୫ଟି ଓ ମୋ ସରକାରକୁ ସମସ୍ତ ସରକାରୀ କାର୍ଯ୍ୟାଳୟରୁ ହଟାଯିବା ସହ ଲକ୍ଷ୍ମୀ ବସର ନାଁ ମଧ୍ୟ ପରିବର୍ତ୍ତ କରାଯାଇଛି । ନବୀନ ସରକାର ମୟରେ ହୋଇଥିବା ଲକ୍ଷ୍ମୀ ବସ୍ ଯୋଜନାକୁ ମୁଖ୍ୟମନ୍ତ୍ରୀ ବସ ରଖାଯିବ ବୋଲି ଜଣାପଡିଛି । ଠିକ୍ ସେହିପରି ବର୍ତ୍ତମାନ ବିଜେଡି ଶାସନ ସମୟରେ ହୋଇଥିବା ଆଉ ଏକ ଯୋଜନା ମଧ୍ୟ ବନ୍ଦ ହୋଇଯିବ ବୋଲି ଚର୍ଚ୍ଚା ଜେର ଧରିଛି । ଯାହାକୁ ନେଇ ଚିନ୍ତାରେ ଅଛନ୍ତି ହିତାଧୀକାରୀ ।
ତେବେ ମିଳିଥିବା ସୂଚନା ଅନୁଯାୟୀ ମୋହନ ସରକାର ସମୟରେ ବନ୍ଦ ହୋଇପାରେ “ମୋ ଘର ଯୋଜନା” । ଯାହାକୁ ନେଇ ବର୍ତ୍ତମାନ ସବୁଠି ଆଲୋଚନା ହେଉଛି । ତେବେ ଆମ ଗାଁ ଆମ ବିକାଶ ଓ ମୋ ଘର ଯୋଜନା ଖୁବ୍ ଶୀଘ୍ର ବନ୍ଦ ହୋବାର ଆଶଙ୍କା ରହୁଛି । ତେବେ ଏକଥା ଆମେ କହୁନୁ ବରଂ ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀଙ୍କ ବୟାନରୁ ଏହି ସଂକେତ ମିଳିୁଛି ।
ମନ୍ତ୍ରୀ ରବିନାରାୟଣ ନାୟକଙ୍କ କହିବା ଅନୁଯାୟୀ ରାଜ୍ୟରେ ମୋ ଘର ଯୋଜନାରେ କୌଣସି ହିତାଧିକାରୀ ନାହାନ୍ତି । ଏହି ଯୋଜନା ପୂର୍ବରୁ ହିଁ ବନ୍ଦ ହୋଇ ଯାଇଛି । ବିଜେଡି ସରକାରରେ ପଲ୍ଲୀ ସଭା ବନ୍ଦ କରି ଦିଆଯାଇଥିଲା । କିନ୍ତୁ ନୂଆ ସରକାର ପଲ୍ଲୀସଭାକୁ ଗୁରୁତ୍ୱ ଦେଇ କାମ କରିବେ ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି । ତେବେ ବିଜେପି ସରକାର ସମୟରେ ଆଉ କେଉଁ ସବୁ ଯୋଜନା ପରିବର୍ତ୍ତନ ହେଉଛି ତା ଉପରେ ରହିଛି ସମସ୍ତଙ୍କ ନଜର ।