SunstarTV
ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ମିଳିଛି ବଡ ଆଶ୍ୱସ୍ତି । ହେମନ୍ତଙ୍କୁ ଜାମିନ ପ୍ରଦାନ କରିଛନ୍ତି ଝାଡଖଣ୍ଡ ହାଇକୋର୍ଟ। ଜମି ଦୁର୍ନୀତି ମାମଲାରେ ନବମ ଥର ସମନ ପରେ ୩୧ ଜାନୁଆରୀରେ ଇଡ଼ି ତାଙ୍କୁ ଗିରଫ କରିଥିଲା । ଏହାପରେ ସେ ଜେଲରେ ରହିଥିଲେ । ଜେଲରେ ରହିବା ଭିତରେ କିଛି ଦିନ ପାଇଁ ଜାମିନରେ ବାହାରକୁ ଆସିଥିଲେ ଆଉ ପୁଣି ଗତ ୫ମାସ ହେବ ଜେଲରେ ରହିଥିଲେ ହେମନ୍ତ ସୋରେନ ।
ଟଙ୍କା ଲଣ୍ଡରିଂ ମାମଲାର ତଦନ୍ତ ସଂପର୍କରେ ଜାନୁୟାରୀ ୩୧ ରେ ସୋରେନଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଗିରଫ କରିଥିଲା। ସୋରେନ ବିର୍ସା ମୁଣ୍ଡା ଜେଲରେ ରହୁଥିଲେ ।
ସୂଚନାମୁତାବକ ରାଞ୍ଚିର ବଡଗାଇ ଅଞ୍ଚଳରେ ୮.୬୬ ଏକର ଜମି ବେଆଇନ ଦଖଲ ଏବଂ ଟଙ୍କା ହେରଫେର ମାମଲାରେ ତାଙ୍କୁ ଜେଲ ପଠାଇଥିଲା ଗତ ଜାନୁୟାରୀ ୩୧ରେ ଇଡି ହେମନ୍ତ ସୋରେନଙ୍କୁ ଗିରଫ କରିଥିଲା।