SunstarTV
ଅତିପ୍ରବଳ ବର୍ଷା ଯୋଗୁଁ ଦିଲ୍ଲୀର ଆଇଜି ବିମାନ ବନ୍ଦରରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୮ଜଣ ଆହତ ହୋଇଥିବା ବେଳେ ଟର୍ମିନାଲ୍ -୧ ର ଛାତର ଏକ ଅଂଶ ଭୁଶୁଡି ପଡିଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି। ପ୍ରବଳ ବର୍ଷା ହେତୁ ଦିଲ୍ଲୀ-ଏନସିଆରର ଅବସ୍ଥା ବିଗିଡି ଯାଇଛି। ସବୁ ରାସ୍ତା ଜଳବନ୍ଦୀ ହୋଇ ରହିଛି। ପ୍ରବଳ ବର୍ଷା ହେତୁ ଆଇଜି ବିମାନ ବନ୍ଦରରେ ଏକ ବଡ଼ ଦୁର୍ଘଟଣା ଘଟିଛି। ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଏବଂ ଚିକିତ୍ସା ଚାଲିଛି।
ଟର୍ମିନାଲ୍ -୧ ରେ ଛାତ ଭୁଶୁଡ଼ିବା କାରଣରୁ ଅପରାହ୍ନ ୨ ଟା ପର୍ଯ୍ୟନ୍ତ ଅନେକ ବିମାନ ବାତିଲ କରାଯାଇଛି। ପ୍ରବଳ ବର୍ଷା ହେତୁ ଦିଲ୍ଲୀ-ଏନସିଆରର ରାସ୍ତା ପାଣିରେ ଭରି ରହିଛି। ଟ୍ରାଫିକ ବ୍ୟବସ୍ଥା ଶୋଚନୀୟ ହୋଇଯାଇଛି। ସଡ଼କଠାରୁ ରେଳ ପର୍ଯ୍ୟନ୍ତ ଏବଂ ମେଟ୍ରୋରୁ ବିମାନ ପର୍ଯ୍ୟନ୍ତ ଗତି ମନ୍ଥର ହୋଇଯାଇଛି | ପାଣିପାଗ ବିଭାଗ ଦୁଇ ଦିନ ପାଇଁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି।
ସୂଚନାମୁତାବକ ଆଜି ଭୋର ୫ଟା ୩୦ ମିନିଟରେ ଏହି ଘଟଣା ଘଟିଥିବା ଜଣାପଡିଛି । ଟର୍ମିନାଲ ଛାତ ତଳେ କେତେକ କାର ଚାପି ହୋଇ ରହିଛି । ଏଥିସହିତ ସିଆଇଏସଏଫ୍, ଦିଲ୍ଲୀ ପୋଲିସ ଏବଂ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ତେବେ ଛାତ ଭୁଶୁଡିବାର ପ୍ରକୃତ କାରଣ ଜଣାପଡିନାହିଁ ।