SunstarTV
ଲୋକ ସଭା ବାଚସ୍ପତି ପଦବୀ ପାଇଁ ଆଜି ନିର୍ବାଚନ ଅନୁଷ୍ଠିତ ହେଇଥିଲା। ଆଉ ଏଥିରେ ଭାଜପା ନେତୃତ୍ୱାଧୀନ ଏନଡିଏ ପୂର୍ବତନ ବାଚସ୍ପତି ଓମ ବିର୍ଲା ପୁଣି ଥରେ ଲୋକ ସଭାର ବାଚସ୍ପତି ଭାବେ ଚୟନ ହୋଇଛନ୍ତି। ବରିଷ୍ଠ କଂଗ୍ରେସ ଏମ୍ପି କୋଡିକୁନିଲ ସୁରେଶଙ୍କୁ ହରାଇ ଓମ୍ ବିର୍ଲା ବିଜୟ ହୋଇଛନ୍ତି।
ସୂଚନା ମୁତାବକ ଆଜି ଲୋକସଭା ଭବନରେ ବାଚସ୍ପତି ନିର୍ବାଚନ ଚାଲିଥିଲା । ଓମ୍ ବିର୍ଲା ନିର୍ବାଚିତ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ମଧ୍ୟ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ମୋଦୀ କହିଛନ୍ତି ମୁଁ ତାଙ୍କୁ ଶୁଭେଚ୍ଛା ଜଣାଉଛି । ଲୋକସଭା ଏହା ସୌଭାଗ୍ୟ ତାଙ୍କ ଭଳି ନେତା ପୁଣି ଥରେ ବାଚସ୍ପିତପଦରେ ବସିବେ । ଆପଣଙ୍କ ମୁହଁରେ ମିଠା ମିଠା ହସ ପୁରା ସଂସଦକୁ ଖୁସି ରଖିଥାଏ, ଆଗାମୀ ଦିନରେ ମଧ୍ୟ ଏହା ଦେଖିବାକୁ ମିଳିବ ବୋଲି ସେ କହିଛନ୍ତି । ୧୮ତମ ଲୋକସଭାରେ ବାଚସ୍ପତି ଭାବେ ଦ୍ୱିତୀୟ ଥର ପାଇଁ ପଦବୀ ହାସଲ କରି ଓମ ବିର୍ଲା ରେକର୍ଡ ସୃଷ୍ଟି କରିଛନ୍ତି ।
ସୂଚନା ମୁତାବକ ଲୋକସଭା ବାଚସ୍ପତି ପାଇଁ ବିରୋଧୀ ଦଳର ସହମତିରେ ଆଣିବାରେ ଶାସକ ଦଳ ବିଫଳ ହୋଇଥିଲା। ଯାହା ପାଇଁ ଏହି ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଆଉ ଏହି ନିର୍ବାଚନରେ ବାଜି ମାରିଛନ୍ତି ବିଜେପି ସାଂସଦ ଓମ୍ ବିର୍ଲା । ତାଙ୍କ ବିପକ୍ଷ ପ୍ରାର୍ଥୀ କଂଗ୍ରେସ କେ. ସୁରେଶଙ୍କୁ ହରାଇ ସେ ଲୋକସଭା ବାଚସ୍ପତି ହୋଇଛନ୍ତି ।