SunstarTV
ଓଡ଼ିଶା ହେବ ମଦମୁକ୍ତ । କମିବ ନିଶା ବ୍ୟବହାର । ଏଥିପାଇଁ ଅଣ୍ଟା ଭିଡ଼ିଲାଣି ନୂଆ ସରକାର । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀଙ୍କ ବଡ଼ ବୟାନ । ନିଶା ଦ୍ବାରା ସମାଜ କଳୁଷିତ ହେଉଛି । ତେଣୁ ସରକାରୀ ସ୍ତରରେ ଅନେକ ରାଜ୍ୟରେ ମଦ ବନ୍ଦ କରାଯାଇଥିବା ବେଳେ ଏହାକୁ ନେଇ ଓଡିଶା ସରକାର ମଧ୍ୟ କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଆଣିବାକୁ ଯାଉଛନ୍ତି । ଓଡିଶା ସରକାର ମଧ୍ୟ ମଦ ବନ୍ଦ କରିବାକୁ ଚେଷ୍ଟା କରିବା ସହ ନିଶା କାରବାର କମାଇବା ପାଇଁ ସରକାର ଆଗାମୀ ଦିନରେ ନିଷ୍ପତ୍ତି ନେବାକୁ ଯାଉଛନ୍ତି।
ଓଡ଼ିଶାକୁ ମଦ ମୁକ୍ତ ଓ ନିଶା ମୁକ୍ତ କରିବାକୁ ଯୋଜନା କରାଯାଉଛି। ଅବକାରୀ ସମେତ ବିଭିନ୍ନ ବିଭାଗ ସହ ଆଲୋଚନା କରି ପର୍ଯ୍ୟାୟକ୍ରମେ ଏନେଇ ପଦକ୍ଷେପ ନିଆଯିବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଡ୍ରଗ କାରବାର ଵିରୋଧରେ ଏହି କାର୍ଯ୍ୟକ୍ରମ କରାଯାଉଛି। ସୁସ୍ଥ ସମାଜ ଗଠନ ପାଇଁ ଏହା ବେଶ ଆବଶ୍ୟକ ବୋଲି ସେ ସୂଚନା ଦେଇଛନ୍ତି।