SUNSTARTV
ସନଷ୍ଟାରଟିଭି ବ୍ୟୁରୋ: ଓଡିଶାରେ ଆରମ୍ଭ ହୋଇଛି ବିଜେପି ସରକାର । ଏହାପରେ ରାଜ୍ୟର ସ୍ଥିତି ପରକ୍ଷିବା ସହ ବିଭିନ୍ନ ବିଭାଗକୁ ନେଇ ହେଉଛି ସଜାଗ । ସରକାରଙ୍କ ମନ୍ତ୍ରୀମଣ୍ଡଳରେ ଥିବା ନେତାମାନଙ୍କୁ ଦାୟିତ୍ୱ ନେଇଥିବା ନିଜ ନିଜ ବିଭାଗକୁ ନେଇ ସମସ୍ତେ ତପ୍ତର ଅଛନ୍ତି । ତେବେ ପୂର୍ବରୁ କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ନିଜ କଳିଙ୍ଗ ଷ୍ଟାଡିୟମ ପରିଦର୍ଶନ କରି ସମୀକ୍ଷା କରିଥିବା ବେଳେ ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ମଧ୍ୟ କଟକ ଏସିବି ହସ୍ପିଟାଲ ପରିଦର୍ଶନ କରିଛନ୍ତି । ଏହାପରେ ସେ ଡାକ୍ତରଙ୍କୁ ଯେଉଁ ପରାମର୍ଶ ଦେଇଛନ୍ତି ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।
ତେବେ ମିଳିଥିବା ସୂଚନା ଅନୁଯାୟୀ, ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଡାକ୍ତର ମାନଙ୍କୁ ହିନ୍ଦିର ଏକ ଫିଲ୍ମ ମୁନ୍ନା ଭାଇ ଏମ୍ ବି ବି ଏସ୍ ମୁଭି ଦେଖିବାକୁ ପରାମର୍ଶ ଦେଇଛନ୍ତି । ଯାହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି । ଏଥିସହିତ ସ୍ୱାସ୍ଥ୍ୟମନ୍ତ୍ରୀ ରୋଗୀଙ୍କ ସହ ଭଲ ବ୍ୟବହାର କରିବାକୁ ମଧ୍ୟ ଡାକ୍ତରମାନଙ୍କୁ ପରାମର୍ଶ ଦେିଛନ୍ତି । ସେ କହିଛନ୍ତି ଡାକ୍ତରଙ୍କୁ ସୁରକ୍ଷା ଏବଂ ରୋଗୀଙ୍କୁ ଚିିକିତ୍ସା ହେଉଛି ସରକାରଙ୍କର ଦାୟିତ୍ୱ । ଉଭୟଙ୍କ ମଧ୍ୟରେ କେହି ବାଧା ଦେଇପାରିବେନି ବୋଲି କହିଛନ୍ତି ରାଜ୍ୟର ନୂତନ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ।
ତେବେ ଆଜି ସ୍ୱାସ୍ଥ୍ୟମନ୍ତ୍ରୀ କଟକର ଏସିବି ହସ୍ପିଟାଲ ପରିଦର୍ଶନରେ ଯଇ ଡାକ୍ତରଙ୍କମାନଙ୍କ ସହ କଥାହେଇଥିଲେ । ଏଥିସହିତ ସମସ୍ତ ଚିକିତ୍ସା ସୁବିଧା ବିଷୟରେ ରୋଗୀଙ୍କୁ ପଚାରିଥିଲେ ମୁକେଶ ମହାଲିଙ୍ଗ । ଏହାପରେ ଜୁନିଅର ଡାକ୍ତର ଆସୋସିଏସନ ପକ୍ଷରୁ ହୋଇଥିବା ଏକ ସମ୍ବର୍ଦ୍ଧନା ସଭାରେ ଯୋଗ ଦେବା ସହ ଡାକ୍ତରମାନଙ୍କୁ ହିନ୍ଦୀର ଏକ ଚଳଚ୍ଚିତ୍ର ମୁନ୍ନା ଭାଇ ଏମ୍ ବି ବି ଏସ୍ ମୁବି ଦେଖିବାକୁ କହିଥିଲେ । ଏଥିସହିତ ଭିନିନ୍ନ ପ୍ରସଙ୍ଗରେ ମଧ୍ୟ ଆଲୋଚନା କରିଥିଲେ । ଏହାପରେ ପ୍ରିନିସିପାଲଙ୍କ କନଫରେନ୍ସ ହଲରେ ଆୟୋଜିତ ବୈଠକରେ ଯୋ ଦେଇ ବିଭିନ୍ନ କାର୍ଯ୍ୟ ବିଷୟରେ ସମୀକ୍ଷା କରିଥିଲେ । ତେବେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଏହି ବୟାନ ପରେ ବିଭି୍ନ୍ନ ମହଲରେ ଏହକୁ ନେଇ ଚର୍ଚ୍ଚା ହେଉଛି ।