SunstarTV
ଟ୍ରାଫିକ ପୋଷ୍ଟରୁ ହଟିବ ରେଡ ଲାଇଟ୍। ଆଉ ଘଣ୍ଟା ଘଣ୍ଟା ଧରି ଟ୍ରାଫିକରେ ଲୋକଙ୍କୁ ଅପେକ୍ଷା କରିବାକୁ ପଡ଼ିବନି। ଏହା ପାଇଁ ଓଭର ବ୍ରିଜ, ଆପ୍ରୋଚ୍ ରୋଡ ପରି ବ୍ୟବସ୍ଥା କରାଯିବ। ଖୁବ୍ ଶୀଘ୍ର ଏ ନେଇ ବିଭାଗ ସ୍ତରୀୟ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର।
ଯାତ୍ରୀ ମାନଙ୍କ ଯାତାୟାତ ସୁଗମ କରିବାକୁ ଭୁବନେଶ୍ୱରରେ ମେଟ୍ରୋ ପ୍ରକଳ୍ପକୁ ଗୁରୁତ୍ୱ ଦିଆଯିବ । ରାଜ୍ୟ ବଜେଟ ସ୍ଥିତି ସମୀକ୍ଷା ପରେ ଦରକାର ପଡ଼ିଲେ କେନ୍ଦ୍ର ସରକାରଙ୍କ ସହଯୋଗ ନିଆଯିବ । ଡବଲ ଇଞ୍ଜିନ ସରକାର ନିଶ୍ଚିତ ଏଥିପାଇଁ ଓଡ଼ିଶାକୁ ସହଯୋଗ କରିବେ ବୋଲି କହିଛନ୍ତି ମନ୍ତ୍ରୀ । ତେବେ ଏଭଳି କରାଗଲେ ଲୋକ ମାନେ ଯେଉଁ ନାହିଁ ନଥିବା ସମସ୍ୟା ଭୋଗୁଥିଲେ ଆଉ ଭୋଗିବେ ନାହିଁ ।