SunstarTV
ଆଉ ଡ୍ରେନ ପାଇଁ ଯିବନି ଜୀବନ । ମାସକ ଭିତରେ ମୁକୁଳା ଡ୍ରେନ ଉପରେ ପଡ଼ିବ ସ୍ଲାବ । ସପ୍ତାହକ ଭିତରେ ସରିବ ଡ୍ରେନ ବାରିକେଡ୍ କାମ । ଭୁବନେଶ୍ଵର ସହରରେ ମୋଟ ୧୮୦୦ କିଲୋମିଟର ଡ୍ରେନ ରହିଛି । ସେଥିରୁ ବିଏମସି ଅଧୀନରେ ୧୩୮୦ କିଲୋମିଟର ଡ୍ରେନ ଅଛି । ଏହା ଭିତରୁ ୨୭ କିଲୋମିଟର ମୁକୁଳା ଡ୍ରେନ ରହିଛି ।
ତେବେ ସବୁ ମୁକୁଳା ଡ୍ରେନ ଚିହ୍ନଟ ହୋଇଛି ଏବଂ ଯୁଦ୍ଧକାଳୀନ ଭିତ୍ତିରେ ସ୍ଲାବ୍ କାମ ସରିବ ବୋଲି ସୂଚନା ଦେଇଛନ୍ତି ବିଏମସି କମିଶନର ରାଜେଶ ପ୍ରଭାକର ପାଟିଲ୍ । ସେ କହିଛନ୍ତି, କିଛି ସ୍ଥାନରେ ଡ୍ରେନ ଉପରେ ଜବରଦଖଲ ରହିଛି । ବିଭିନ୍ନ ବିଭାଗ ସହ ସମନ୍ଵୟ ବୈଠକ କରାଯାଇ ଜବରଦଖଲ ଉଛେଦ ପାଇଁ ପଦକ୍ଷେପ ନିଆଯାଉଛି । ବ୍ୟାରିକେଡ଼ ପାଇଁ ୩୪ଟି ସ୍ଥାନ ଚିହ୍ନଟ ହୋଇଛି । ସପ୍ତାହକ ଭିତରେ ଏସବୁ ସ୍ଥାନରେ ବ୍ୟାରିକେଡ଼ ଲାଗିବ ।
ସୂଚନା ମୁତାବକ ସହରରୁ ପାଣି ନିଷ୍କାସନ ପାଇଁ ଡ୍ରେନ ନିର୍ମାଣର ଯଥେଷ୍ଟ ଆବଶ୍ୟକତା ରହିଛି। ଏହି କ୍ରମରେ ବରଗଡ଼ ସହରର ବିଭିନ୍ନ ଗଳିକନ୍ଦିରେ ଡ୍ରେନ ନିର୍ମାଣ ହୋଇଥିବା ବେଳେ କେତେକ ସ୍ଥାନରେ ଡ୍ରେନ ନିର୍ମାଣାଧୀନ ରହିଛି । କିନ୍ତୁ ଏହି ମୁକୁଳା ଡ୍ରେନ ପାଇଁ ନିରୀହ ଶିଶୁ ମାନଙ୍କ ଜୀବନ ଯାଉଛି । ଟିକିଏ ବର୍ଷା ହେଲେ ଏହି ଡ୍ରେନ ଗୁଡି ପୂରି ମରଣ ଜନ୍ତା ପାଲଟି ଯାଉଛି । ଯାହା ପାଇଁ ଏଥିରେ ରୋକ ଲଗାଇବାକୁ ସରକାର ଏଭଳି ନିଷ୍ପତ୍ତି ନେଇଛି ।