Sunstar Tv
Gold-Silver Price Today: ଆଜି ମଙ୍ଗଳବାର ସୁନା ଓ ରୂପା ଦରରେ ବୃହତ ପରିବର୍ତ୍ତନ ଦେଖିବାକୁ ମିଳିଛି। ଆଜି ମଙ୍ଗଳବାର ୨୫ ଜୁନ ୨୦୨୪ ତାରିଖରେ ମଧ୍ୟ ସୁନା ଦରରେ ହ୍ରାସ ପରିଲକ୍ଷିତ ହୋଇଛି।
ଗୁଡସ ରିଟର୍ଣ୍ଣ ତଥ୍ୟ ଅନୁଯାୟୀ ଭାରତୀୟ ସୁନା ବଜାରରେ ଭରି ପିଛା ସୁନା ୧୦ ଟଙ୍କା ହ୍ରାସ ପାଇଛି। ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ଭରି ପିଛା ୧୦ ଟଙ୍କା ହ୍ରାସ ପାଇଥିବା ନେଇ ଗୁଡସ ରିଟର୍ଣ୍ଣ ସୂଚନା ଦେଇଛି।
ତେବେ ଯଦି ଆପଣ ଆଜି ସୁନା ଗହଣା କିଣିବା ପାଇଁ ଯୋଜନା କରିଛନ୍ତି। ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଅଟେ। ତେବେ ଗହଣା କିଣିବା ପୂର୍ବରୁ ନଜର ପକାନ୍ତୁ କେଉଁ ସହରରେ କେତେ ରହିଛି ସୁନା ଦର। ତେବେ ଯଦି ଆପଣ ଆଜି ସୁନା କିଣିବାକୁ ଚାହୁଁଛନ୍ତି ବା ଯୋଜନା କରିଛନ୍ତି ତେବେ ପ୍ରଥମେ ଜାଣି ନିଅନ୍ତୁ ଆଜି ସୁନା ଦର।
ଗୁଡସ ରିଟର୍ଣ୍ଣ ତଥ୍ୟ ଅନୁଯାୟୀ ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନାର ଭରି ପିଛା ମୂଲ୍ୟ ୬୬୨୪୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟର ଦାମ୍ ୭୨,୨୨୦ ଟଙ୍କା ରହିଛି।
ଦେଶର ରାଜଧାନୀ ଦିଲ୍ଲୀରେ ୨୨ କ୍ୟାରେଟ ସୁନା ଭରି ପିଛା ମୂଲ୍ୟ ୬୬୩୯୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ଦାମ୍ ୭୨୩୭୦ ଟଙ୍କା ରହିଛି। ଅନ୍ୟପଟେ ମାୟାନଗରୀ ମୁମ୍ବାଇରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୬୨୪୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ଦାମ୍ ୭୨୨୨୦ ଟଙ୍କା ରହିଛି।
ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ବି ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଚେନ୍ନାଇ ବଜାରରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୭୦୧୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନାର ଭରି ପିଛା ମୂଲ୍ୟ ୭୩୧୧୦ ଟଙ୍କା ରହିଛି।
ଅନ୍ୟପଟେ ଓଡ଼ିଶାର ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ ସୁନାର ଭରି ପିଛା ମୂଲ୍ୟ ୬୬୨୪୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ମୂଲ୍ୟ ୭୨୨୨୦ ଟଙ୍କା ରହିଛି ।
ସେପଟେ ମଙ୍ଗଳବାର ବଜାର ଖୋଲିବା ପୂର୍ବରୁ ବୁଲିଅନ ବଜାର ତଥ୍ୟ ଅନୁଯାୟୀ ୧୪ କ୍ୟାରେଟ ସୁନା ଭରି ପିଛା ୪୬୧୯୦ ଟଙ୍କାରେ କାରବାର କରିଥିବା ଜଣାପଡ଼ିଛି। ସେହିପରି ୧୮ କ୍ୟାରେଟ ସୁନା ୫୮୦୧୦ ହଜାର ଟଙ୍କାରେ କାରବାର କରିଥିବା ଜଣାପଡ଼ିଛି।
ମିସ୍ କଲ କରି ଜାଣିପାରିବେ ସୁନାରୂପା ଦର
୨୨ କ୍ୟାରେଟ୍ ଏବଂ ୧୮ କ୍ୟାରେଟ୍ ସୁନା ଅଳଙ୍କାରର ଖୁଚୁରା ଦର ଜାଣିବା ପାଇଁ, ଆପଣ 8955664433 ରେ ଏକ ମିସ୍ କଲ୍ ଦେଇପାରିବେ। ମିସ କଲ ଦେବାର ଅଳ୍ପ ସମୟ ମଧ୍ୟରେ SMS ମାଧ୍ୟମରେ ଆପଣ ଦର ଜାଣିପାରିବେ।
ଏହା ସହିତ ଆପଣ କ୍ରମାଗତ ଭାବେ ସୁନାଦର ଜାଣିବା ପାଇଁ www.ibja.co କିମ୍ବା ibjarates.com ସାଇଟକୁ ଭିଜିଟ କରି ଜାଣିପାରିବେ।
ଏଭଳି ଭାବେ ଜାଣନ୍ତୁ ସୁନାର ଶୁଦ୍ଧତା
ଯଦି ଆପଣ ବର୍ତ୍ତମାନ ସୁନାର ଶୁଦ୍ଧତା ଯାଞ୍ଚ କରିବାକୁ ଚାହୁଁଛନ୍ତି, ତେବେ ଏଥିପାଇଁ ସରକାର ଏକ ଆପ୍ ପ୍ରସ୍ତୁତ କରିଛନ୍ତି। ବିଏସ୍ କେୟାର ଆପ୍ ସହିତ ଗ୍ରାହକମାନେ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ। ଏହି ଆପ୍ ମାଧ୍ୟମରେ, ଆପଣ କେବଳ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ ନାହିଁ, ବରଂ ଏହା ସହିତ ଜଡିତ କୌଣସି ଅଭିଯୋଗ ମଧ୍ୟ କରିପାରିବେ।