SunstarTV
ଦିଲ୍ଲୀକୁ ଜଳ ଯୋଗାଣ ଦାବିରେ ଆମରଣ ଅନଶନ କରୁଥିବା ଆପ୍ ନେତ୍ରୀ ତଥା ଦିଲ୍ଲୀର ଜଳ ମନ୍ତ୍ରୀ ଅତିଶୀଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ବିଗିଡିବାରେ ଲାଗିଛି। ସୋମବାର ସତ୍ୟାଗ୍ରହର ଚତୁର୍ଥ ଦିବସରେ ଆତିଶୀଙ୍କ ଶରୀର ଓଜନ ହ୍ରାସ ସହିତ ତାଙ୍କର ରକ୍ତଚାପ ମଧ୍ୟ ଦ୍ରୁତ ଗତିରେ ହ୍ରାସ ପାଉଛି। ଏହା ବିପଜ୍ଜନକ ବୋଲି ଏଲଏନଜେପି ଡାକ୍ତରଖାନାର ଡାକ୍ତରମାନେ କହିଛନ୍ତି। ଏଥିସହିତ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି।
ସୂଚନା ମୁତାବକ ଭୋରରୁ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବହୁତ ବିଗିଡ଼ିବାରୁ ତାଙ୍କୁ ଦିଲ୍ଲୀସ୍ଥିତ ଲୋକ ନାୟକ ଜୟ ପ୍ରକାଶ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗତକାଲି ଡାକ୍ତରଙ୍କ ପରାମର୍ଶ ସତ୍ତ୍ୱେ ଆତିଶୀ ନିଜ ଜିଦରେ ଅଟଳ ରହିଥିଲେ। ଦିଲ୍ଲୀବାସୀଙ୍କୁ ପାଣି ଠିକ ଭାବେ ନ ଯୋଗାଣ ହେବା ଯାଏ ସେ ଆନ୍ଦୋଳନ ବନ୍ଦ କରିବେ ନାହିଁ ବୋଲି ସେ କହିଥିଲେ।
କାଲି ଡାକ୍ତର ମନା କରିବା ସତ୍ତ୍ବେ ସେ କହିଥିଲେ ମୋର ସ୍ୱାସ୍ଥ୍ୟ ଯେତେ ଖରାପ ହେଉନା କାହିଁକି, ମୁଁ ଦିଲ୍ଲୀବାସୀଙ୍କୁ ସେମାନଙ୍କର ଉପଯୁକ୍ତ ଜଳ ଯୋଗାଇବା ପାଇଁ ଅନଶନ ଜାରି ରଖିବି |
ଆତିଶୀଙ୍କ ଓଜନ ମଧ୍ୟ ହ୍ରାସ ପାଇଥିଲେ, କେଟୋନ ସ୍ତର ମଧ୍ୟ ଅତ୍ୟଧିକ ଅଧିକ ହୋଇଥିଲା । ଏହା ପାଇଁ ଆତିଶୀ ହସ୍ପିଟାଲ ଯିବାକୁ କହିଥିଲେ ।