SUNSTARTV
ସନଷ୍ଟାରଟିଭି ବ୍ୟୁରୋ: ରାଜ୍ୟ ତଥା ଦେଶରେ ସକ୍ରୀୟ ହୋଇଛି ମୌସୁମୀ ବାୟୁ । ବିଭିନ୍ନ ସ୍ଥାନରେ ବର୍ଷା ହେବା ସହ ବଦଳୁଛି ପାଣିପାଗ । କେବଳ ଦେଶ ନୁହେଁ ବରଂ ବିଶ୍ୱ ପାଣିପାଗ ପାଇଁ ଆସିଛି ଏକ ଖୁସି ଖବର । ଯାହାକୁ ନେଇ ବର୍ତ୍ତମାନ ହେଉଛି ଆଲୋଚନା । ତେବେ ଚଳିତ ବର୍ଷ ଜୁଲାଇ ଦ୍ୱତୀୟ ସପ୍ତାହରେ ଆକ୍ଟିଭ ହେବ ଲେନିନା । ଫଳରେ ବଦଳିଯିବ ପାଣିପାଗର ମିଜାଜ । ଆଉ ସବୁ କ୍ଷେତ୍ରରେ ହେବ ଅନୁକୂଳ ବାତାବରଣ । ଯାହାର ପ୍ରଭାବ ଓଡିଶାରେ ପଡିବ ବୋଲି ଜଣାପଡିଛି । ଯାହାଫଳରେ ପୂର୍ବପରି ସନ୍ତୁଳନ ହରାଇବ ନାହିଁ ପଣିପାଗ ।
ତେବେ ମିଳିଥିବା ସୂଚନା ଅନୁଯାୟୀ, ବର୍ତ୍ତମାନ ବିଶ୍ୱ ପାଣିପାଗରେ ପରିବର୍ତ୍ତନ ଆସୁଛି । ଫଳରେ ଜୁଲାଇ ଦ୍ୱିତୀୟ ସୁଦ୍ଧା ଲାନିନା ସକ୍ରୀୟ ହେବ । ମୌସୁମୀ ବର୍ଷା ସାଙ୍ଗକୁ ଖରା ଏବଂ ଶୀତର ପ୍ରଭାବ ମଧ୍ୟ ସ୍ୱଭାବିକ ରହିବ । ଯାହାକୁ ନେଇ ଆନ୍ତର୍ଜାତୀୟ ପାଣିପାଗ ବିଜ୍ଞାନୀ ଜାନସ୍ ନିକୋଲ୍ସ ଆକଳନ କରିଛନ୍ତି। ଗତ ବର୍ଷ ରହିଥିଲା ଏଲନିନୋର ପ୍ରଭାବ । ଫଳରେ ବିଗିଡି ଯାଇଥିଲା ପାଣିପାଗର ମିଜାଜ୍ । ପ୍ରଭାବିତ ହୋଇଥିଲା ଖରା, ବର୍ଷା ଓ ଶୀତର ପ୍ରଭାବ ।
ଏଲ୍ନିନୋ ଶବ୍ଦଟି କେନ୍ଦ୍ରୀୟ ଓ ପୂର୍ବ ଗ୍ରୀଷ୍ମମଣ୍ଡଳୀୟ ପ୍ରଶାନ୍ତ ମହାସାଗରରେ ସମୁଦ୍ରପୃଷ୍ଠର ତାପମାତ୍ରା ହାରାହାରିଠାରୁ ଅଧିକ ରହିବାକୁ ବୁଝାଏ। ଲାନିନା ହେଉଛି ତା’ର ବିପରୀତ ଏକ ଜଳବାୟୁ ଢାଞ୍ଚା ଯାହା ଦକ୍ଷିଣ ଆମେରିକାର ଉଷ୍ମମଣ୍ଡଳୀୟ ପଶ୍ଚିମ ଉପକୂଳରେ ଭୂପୃଷ୍ଠ-ସମୁଦ୍ର ଜଳର ଶୀତଳତାକୁ ସୂଚାଏ।