SunstarTV
ଲୋକସଭାର କାମଚଳା ବାଚସ୍ପତି ଭାବେ ଶପଥ ନେଇଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାବ। ରାଷ୍ଟ୍ରପତି ଭବନରେ ଦେଶର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ସାଂସଦ ଭର୍ତ୍ତୃହରି ମହତାବଙ୍କୁ କାମଚଳା ବାଚସ୍ପତି ଭାବେ ଶପଥ ପାଠ କରାଇଛନ୍ତି। ଭର୍ତ୍ତୃହରିଙ୍କ ଶପଥ ପାଠ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ଅନେକ ବରିଷ୍ଠ ନେତା ରାଷ୍ଟ୍ରପତି ଭବନରେ ଉପସ୍ଥିତ ଥିଲେ।
କାମଚଳା ବାଚସ୍ପତି ଭାବେ ଶପଥ ନେବା ପରେ ଭର୍ତ୍ତୃହରି ଆଜି ସଂସଦରେ ନବ ନିର୍ବାଚତ ସାଂସଦ ମାନଙ୍କୁ ଶପଥ ପାଠ କରାଉଛନ୍ତି। ଆଜି ପ୍ରଥମ ଦିନରେ ୨୮୦ ସାଂସଦ ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି । ଅବଶିଷ୍ଟ ସାଂସଦ ଆସନ୍ତାକାଲି ଶପଥ ନେବେ ।
ଭର୍ତ୍ତୃହରି ମହତାବ କଟକରୁ ଲଗାତର ସାତ ଥର ସାଂସଦ ହୋଇଛନ୍ତି। ସେ ଲୋକସଭା ନିର୍ବାଚନ ପୂର୍ବରୁ ବିଜେଡି ଛାଡ଼ି ବିଜେପିରେ ସାମିଲ ହେବା ସହ ବିଜେପି ଟିକେଟରେ ଲୋକସଭାକୁ ବିଜୟୀ ହୋଇଛନ୍ତି।
୨୦୧୭ରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ତାଙ୍କୁ ଆଉଟଷ୍ଟାଣ୍ଡି ପାଲ୍ୟାମେଣ୍ଟାରିଆନ ଆୱାର୍ଡ ମିଳିଥିଲା। ୨୦୧୭ ମସିହାରେ ଶ୍ରୀ ମହତାବଙ୍କୁ ଭାରତର ସଂସଦରେ ପୁରସ୍କୃତ କରାଯାଇଥିଲା। ତାଙ୍କ ବକୃତାରେ ଉତ୍ତମ ପ୍ରଦର୍ଶନ ପାଇଁ ତାଙ୍କ ୨୦୧୭ ଓ ୨୦୧୮ ମସିହାରେ ସଂସଦ ରତ୍ନ ପୁରସ୍କାର ପ୍ରଦାନ କରାଯାଇଥିଲା