SunstarTV
ହରିୟାଣା ସରକାର ଦିଲ୍ଲୀ ଭାଗ ପାଣି ଛାଡ଼ିବା ଦାବିରେ ଆମରଣ ଅନଶନ କରୁଥିବା ଦିଲ୍ଲୀ ମନ୍ତ୍ରୀ ଆତିଶୀଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଛି। ୪ର୍ଥ ଦିନରେ ତାଙ୍କର ସ୍ବାସ୍ଥ୍ୟବସ୍ଥା ବିଗିଯାଇଛି।
ଆଜି ୪ର୍ଥ ଦିନରେ ଲୋକ ନାୟକ ଜୟ ପ୍ରକାଶ ନାରାୟଣ (ଏଲଏନଜେପି) ହସ୍ପିଟାଲର ଡାକ୍ତରମାନେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପରୀକ୍ଷା କରିଛନ୍ତି। ଯାଞ୍ଚ ବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା ଆରମ୍ଭ ହୋଇଥିବା ଜଣାପଡ଼ିଛି। ତେଣୁ ଆତିଶୀଙ୍କୁ ସେମାନେ ତୁରନ୍ତ ହସ୍ପିଟାଲରେ ଆଡମିଟ ହେବାକୁ ପରାମର୍ଶ ଦେଇଛନ୍ତି।
ଡାକ୍ତରଙ୍କ ପରାମର୍ଶ ସତ୍ତ୍ୱେ ଆତିଶୀ ନିଜ ଜିଦରେ ଅଟଳ ରହିଛନ୍ତି। ଦିଲ୍ଲୀବାସୀଙ୍କୁ ପାଣି ଠିକ ଭାବେ ନ ଯୋଗାଣ ହେବା ଯାଏ ସେ ଆନ୍ଦୋଳନ ବନ୍ଦ କରିବେ ନାହିଁ ବୋଲି ସେ କହିଛନ୍ତି।
ଏହି ସମୟରେ ଆମ୍ ଆଦମୀ ପାର୍ଟି ‘ଏକ୍ସ’ ପୋଷ୍ଟରେ ଲେଖିଛନ୍ତି ଯେ ଦିଲ୍ଲୀର ଲୋକମାନେ ସେମାନଙ୍କର ଉପଯୁକ୍ତ ଜଳ ପାଇବାକୁ ନିଶ୍ଚିତ କରିବା ପାଇଁ ଚତୁର୍ଥ ଦିନ ପାଇଁ ଜଳ ମନ୍ତ୍ରୀଙ୍କ ‘ଅନିର୍ଦ୍ଦିଷ୍ଟ ଉପବାସ’ ଜାରି ରହିଛି। ଡାକ୍ତରଙ୍କ ପରାମର୍ଶରେ ଆତିଶୀ କହିଛନ୍ତି ଯେ ହରିୟାଣା ସରକାର ସେମାନଙ୍କ ଅଧିକାର ଅନୁଯାୟୀ ୨୮ ଲକ୍ଷ ଲୋକଙ୍କୁ ଜଳ ଯୋଗାଇବା ପର୍ଯ୍ୟନ୍ତ ମୋର ଅନିର୍ଦ୍ଦିଷ୍ଟ ଉପବାସ ଜାରି ରହିବ। ମୋର ସ୍ୱାସ୍ଥ୍ୟ ଯେତେ ଖରାପ ହେଉନା କାହିଁକି, ମୁଁ ଦିଲ୍ଲୀବାସୀଙ୍କୁ ସେମାନଙ୍କର ଉପଯୁକ୍ତ ଜଳ ଯୋଗାଇବା ଜାରି ରଖିବି |
ସେ କହିଛନ୍ତି, ମୋ ଓଜନ ମଧ୍ୟ ହ୍ରାସ ପାଇଲାଣି। କେଟୋନ ସ୍ତର ମଧ୍ୟ ଅତ୍ୟଧିକ ଅଧିକ ହୋଇଗଲାଣି, କିନ୍ତୁ ମୁଁ ମୋ ଜିଦ୍ରେ ଅଟଳ ରହିଛି । ଏସବୁ ସତ୍ତ୍ୱେ ଆତିଶୀ ହସ୍ପିଟାଲ ଯିବାକୁ ମନା କରି ଦେଇଛନ୍ତି। ସେ କହିଛନ୍ତି, “ଶରୀର ଯେତେ କଷ୍ଟ ପାଇଲେ ମଧ୍ୟ କିଛି ଫରକ ପଡ଼ିବ ନାହିଁ। ହରିୟାଣା ପାଣି ରିଲିଜ ନ କରିବା ଯାଏ ମୁଁ ମୋର ଆନ୍ଦୋଳନ ଜାରି ରଖିବି।”