SUNSTARTV
ସନଷ୍ଟାରଟିଭି ବ୍ୟୁରୋ: ବଲିଉଡ ଜଗତର ସଲୋକପ୍ରିୟ ଅଭିନେତ୍ରୀ ଅନୁଷ୍କା ଶେଟ୍ଟୀ । ସେ ତାଙ୍କ ଆକ୍ଟିଂ ଏବଂ ନିଜର ଲୁକ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି । କିନ୍ତୁ ବର୍ତ୍ତମାନ ଅନୁଷ୍କାଙ୍କୁ ନେଇ ଅଉ ଏକ ଖବର ସାମ୍ନାକୁ ଆସିଛି । ଯାହା ଜାଣିବା ପରେ ତାଙ୍କ ଫ୍ୟାନ୍ସମାନେ ଅଶ୍ଚର୍ଯ୍ୟ ହେବା ସହ କଥାଟିକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ।
ତେବେ ମିଳିଥିବା ସୂଚନା ଅନୁଯାୟୀ, ବାହୁବଳୀର ହିରୋଇନ୍ ଅନୁଷ୍କା ଶେଟ୍ଟୀ ଏକ ସାକ୍ଷାତକାରରେ ତାଙ୍କ ବିଷୟରେ ଏକ ଖୁଲାସା କରିଛନ୍ତି । ଯାହା ଜାଣିବା ପରେ ଏହି କଥାକୁ କେହି ଗ୍ରହଣ କରି ପରୁ ନାହାନ୍ତି ।କାରଣ ଅନୁଷ୍କା ଏକ ବିରଳ ରୋଗର ଶିକାର ହୋଇଛନ୍ତି । ଯାହା ସମସ୍ତଙ୍କ ପାଇଁ ସାଧାରଣ ଏବଂ ପ୍ରାକୃତିକ କାର୍ଯ୍ୟକଳାପ ତାହା କିନ୍ତୁ ଅଭିନେତ୍ରୀ ଅନୁଷ୍କାଙ୍କ ପାଇଁ ଏକ ରୋଗ ।ଆଉ ସେହି ରୋଗଟିର ନାଁ ହେଉଛି ସିଉଡୋବୁଲବାର । ତେବେ ଏକଥା ଆମେ ନୁହେଁ ଅନୁଷ୍କା ନିଜେ ହିଁ କହିଛନ୍ତି ।ସେ ଗୋଟିଏ ସାକ୍ଷାତକାରରେ ତାଙ୍କର ଏକ ପୁରୁଣା ଦେଖିବାକୁ ମିଳିଥିଲା । ଯେଉଁଥିରେ ସେ ଧିକ ସମୟ ଥରି ହସୁଥିବା ନଜର ଆସିଥିଲା । ଏହାପରେ ଶେଟ୍ଟୀ ପ୍ରକାଶ କରିଛନ୍ତି ଯେ ସେ ଏକ ବିରଳ ହସିବା ବ୍ୟାଧିରେ ପୀଡିତ। ଯାହା ହସିବା ଆରମ୍ଭ କରିବା ପରେ ହସିବା ବନ୍ଦ କରିବା ଅସମ୍ଭବ ହୋଇଯାଏ ।
ସେ ପ୍ରକାଶ କରିଛନ୍ତି, ‘ମୋର ହସୁଥିବା ବ୍ୟାଧି ଅଛି, ଆପଣ ଏହା ଜାଣି ଆଶ୍ଚର୍ଯ୍ୟ ହୋଇପାରନ୍ତି । ହସିବା ଏକ ଅସୁବିଧା କି? ‘ ହଁ ଏହା ମୋ ପାଇଁ । ଯଦି ମୁଁ ହସିବା ଆରମ୍ଭ କରେ, ମୁଁ ୧୫ ରୁ ୨୦ ମିନିଟ୍ ପର୍ଯ୍ୟନ୍ତ ଅଟକି ପାରେ ନାହିଁ ।ତାଙ୍କ କହିବାନୁସାରେ, ଏହି କାରଣରୁ ତାଙ୍କୁ ସୁଟିଂ କରିବାରେ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ ଏବଂ ବେଳେବେଳେ ତାଙ୍କୁ ସୁଟିଂ ବନ୍ଦ କରିବାକୁ ପଡେ। ସ୍ନାୟୁବିଜ୍ଞାନୀ ଡକ୍ଟର କହିଛନ୍ତି ଯେ ହସୁଥିବା ରୋଗକୁ ଡାକ୍ତରୀ ଭାଷାରେ ସିଉଡୋବୁଲବାର ପ୍ରଭାବ କୁହାଯାଏ। ଏହି ଲକ୍ଷଣଗୁଡିକ ସିଉଡୋବୁଲବାର ପ୍ରଭାବରେ ପୀଡିତ ଲୋକମାନଙ୍କଠାରେ ଦେଖାଯାଏ – ହଠାତ୍ ହସିବା କିମ୍ବା କାନ୍ଦିବା, ଦୀର୍ଘ ସମୟ ପର୍ଯ୍ୟନ୍ତ ହସିବା ବନ୍ଦ ନକରିବା । ଏହା ଏକ ସ୍ନୀୟୁଗତ ରୋଗ । ସେ ଆହୁରି କହିଛନ୍ତି, ‘ହସିବା ବ୍ୟାଧି ଏକ ମାନସିକ ରୋଗ ବୋଲି ବିବେଚନା କରାଯାଇପାରେ। ଯେହେତୁ ଏହାର ଲକ୍ଷଣଗୁଡିକ ଭାବପ୍ରବଣ ଦେଖାଯାଏ ଏବଂ ଏହାର କାରଣ ମସ୍ତିଷ୍କର ଅସୁବିଧା ସହିତ ଜଡିତ। ଏହାକୁ ଏକ ସ୍ନାୟୁ ଚିକିତ୍ସା ରୋଗ ଭାବରେ ବିବେଚନା କରାଯାଏ ।