SUNSTARTV
ସନଷ୍ଟାରଟିଭି ବ୍ୟୁରୋ : ଚଳିତ ନିର୍ବାଚନ ଫଳାଫଳ ପରେ ଓଡିଶାରେ ଆରମ୍ଭ ହୋଇଛି ଭାଜପା ସରକାର । ଫଳରେ ଜିରୋ ଗ୍ରାଉଣ୍ଡରୁ ହୋଉଛି କାମ । ବିଭିନ୍ନ କାର୍ଯ୍ୟକୁ ନେଇ ମୁଖ୍ୟମନ୍ତ୍ରୀ ଘନ ଘନ ବୈଠକ କରିବା ସହ ତୁରନ୍ତ ପଦକ୍ଷେପ ନେବାକୁ ଦେଉଛନ୍ତି ନିର୍ଦ୍ଦେଶ । ବିଜେପି ସରକାରକୁ ଆସିବା ପରେ ବିଭିନ୍ନ କାର୍ଯ୍ୟ ଏବଂ ଯୋଜନା ଉପରେ ହେଉଛି ଆଲୋଚନା । ନିର୍ବାଚନ ପୂର୍ବରୁ ଦେଇଥିବା ସବୁ ପ୍ରତିଶ୍ରୁତିକୁ ପୁରଣ କରୁଛି ବିଜେପି । ତେବେ ଶତ୍ତାକୁ ଆସିବା ପରେ ବିଜେପି ପୁରୀ ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲିଥିବା ବେଳେ ଧନର ଏମଏସପି ବି ବୃଦ୍ଧି କରିଛି ଭାଜପା ସରକାର । ଏଥିସହିତ ସୁଭଦ୍ରା ଯୋଜନକୁ ନେଇ ମଧ୍ୟ ଆରମ୍ଭ ହୋଇଛି କାମ । ତେବେ ଏହି ସୁଭଦ୍ରା ଯୋଜନାକୁ ନେଇ ବର୍ତ୍ତମାନ ଏକ ବଡ ଖବର ସାମ୍ନାକକୁ ଆସୁଛି ।
ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟର ଉପ-ମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ କଲ୍ୟାଣ ବିଭାଗର ମନ୍ତ୍ରୀ ପ୍ରଭାତୀ ପରିଡା ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରିବା ନେଇ ବଡ ବୟାନ ରଖିଛନ୍ତି ।। ସେ କହିଛନ୍ତି, କ୍ୟାବିନେଟ୍ ମୋହର ବାଜିବା ପରେ ସୁଭଦ୍ରା ଯୋଜନା ଡ୍ରାଫ୍ଟିଂ ଷ୍ଟେଜରେ ଅଛି । ଆସନ୍ତା ୧୦୦ ଦିନ ଭିତରେ ସୁଭଦ୍ରା ଯୋଜନା ଲଞ୍ଚ ହେବ । ତେବେ ନିଷ୍ପତ୍ତି ଅନୁଯାୟୀ ରାଜ୍ୟର ସମସ୍ତ ମହିଳାଙ୍କୁ ଏହି ଯୋଜନାର ଲାଭ ମିଳିବ ବୋଲି ଉପ ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି । ତେବେ ନବୀନ ସରକାର ସମୟରେ ମହିଳାମାନଙ୍କୁ ଶସକ୍ତ କରିବା ପାଇଁ ମିଶନ ଶକ୍ତି ଭଳି ଜନକଲ୍ୟାଣକାରୀ ଯୋଜନା କରିଥିବା ବେଳେ ବିଜେପି ସରକାର ମଧ୍ୟ ମହିଳାଙ୍କୁ ପ୍ରାଧନ୍ୟ ଦେଇଛି । ଏନେଇ ସାରା ଦେଶ ସମେତ ରାଜ୍ୟରେ ମଧ୍ୟ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ ହେବ । ଯେଉଁଥିରେ ପ୍ରତ୍ୟୋକ ମହିଳାଙ୍କୁ ଆର୍ଥିକ ସହାୟତା ୫୦ ହଜାର ଟଙ୍କାର ଏକ ଭାଉଚର ମିଳିବ ବୋଲି ଜଣାପଡିଛି ।
ସେ କହିଛନ୍ତି, ମହିଳା ଓ ଶିଶୁ ବିଭାଗ ସମ୍ପୂର୍ଣ୍ଣ ଭାବେ ଏହି ସ୍କିମକୁ ମହିଳାମାନଙ୍କ ପାଖରେ ପହଞ୍ଚାଇବା ପାଇଁ ପ୍ରସ୍ତୁତ ରହିଛି । ଆଉ ସ୍କିମ ପାଇଁ ଯେଉଁ ବଜେଟର ଆବଶ୍ୟକତା ରହିଛି, ସେ ନେଇ କେନ୍ଦ୍ର ସରକାରଙ୍କୁ ଅବଗତ କରାଯାଇଛି ବୋଲି ପ୍ରଭାତୀ ପରିଡା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।