SUNSTARTV
ସନଷ୍ଟାରଟିଭି ବ୍ୟୁରୋ: ବଲିଉଡ ଜଗତକୁ କିଛି ନା କିଛି ଖବର ସାମ୍ନାକୁ ଆସୁଛି । ଯାହାକୁ ନେଇ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ହଉଛି । ପୂର୍ବରୁ ଏହିପରି ଖବର ଅନେକ ଆସିଥିବା ବେଳେ ପୁଣି ଏକ ଖବର ସାମ୍ନାକୁ ଆସିଛି । ଯାହା ସବୁ ଚର୍ଚ୍ଚା ଉପର ବିରାମ ଲଗାଇଛି । ତେବେ ନିକଟରେ ଅଭିନେତ୍ରୀ ସୋନାକ୍ଷୀଙ୍କ ବିବାହକୁ ନେଇ ଉଠିଥିବା ଖବର ସତ ହୋଇଛି । ସେ ଆଜି ନିଜର ପ୍ରେମିକକୁ ବିବାହ କରିବାକୁ ଯାଉଛନ୍ତି । ଯାହାକୁ ନେଇ ବର୍ତ୍ତମାନ ସବୁଠି ଚର୍ଚ୍ଚା ହେବା ସହ ତାଙ୍କ ଫ୍ୟାନ୍ସମାନେ ତାଙ୍କୁ ଅଭିନନ୍ଦ୍ ଜଣାଉଛନ୍ତି ।
ବଲିଉଡର ଦବଙ୍ଗ ଗାର୍ଲ ସୋନାକ୍ଷୀ ଆଜି ତାଙ୍କ ପ୍ରେମିକ ଇକବାଲଙ୍କ ସହ ସାତଫେରା ନେବାକୁ ଯାଉଛନ୍ତି । ଏହା ପୂର୍ବରୁ ସୋନାକ୍ଷୀଙ୍କ ମେହେନ୍ଦି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ରେଭାଇରାଲ ହେଉଛି । ଯାହା ସୋସିଆଲ ମିଡିଆର ସେନସେସନ ପାଲଟିଛି । ଏଥିସହିତ ଏହି ଭିଡିଓକୁ ନେଇ ମଧ୍ୟ ଅନେକ ଖବର ଚର୍ଚ୍ଚା ହେଉଛି । ତେବେ ସୋନାକ୍ଷୀଙ୍କ ଏହି ମୋହେନ୍ଦି ରସମରେ ତାଙ୍କ ପରିବାରର କେହି ତାଙ୍କ ସହ ନଥିବା ଦେଖିବାକୁ ମିଲଥିଲା । କେବେଳ ବାପା ଶତ୍ରୁଘ୍ନ ସିହ୍ନାଙ୍କୁ ଛାଡି ଦେଲେ ମାଆ , ଭାଇ ଏବଂ ପରିବାରର ଅନ୍ୟମାନେ କେହି ସେନାକ୍ଷୀଙ୍କ ମେହେନ୍ଦୀ ରସମରେ ସାମିଲ ହୋଇ ନଥିବା ଜଣାପଡିଛି । ଯାହାକୁ ନେଇ ତୋଙ୍କ ଫ୍ୟାନ୍ସଙ୍କ ମନରେ ଅନେକ ପ୍ରଶ୍ନ ଉଠିଛି । ତେବେ ବଲିଉଡର ଦବଙ୍ଗ ଗର୍ଲ ସୋନାକ୍ଷୀ ସିହ୍ନା। ୨୩ ଜୁନ୍ ଅର୍ଥାତ୍ ଆଜି ହାତକୁ ଦି ହାତ ହେବେ। ଅଭିନେତ୍ରୀ ତାଙ୍କର ଦୀର୍ଘ ସମୟର ପ୍ରେମିକ ଜହିର ଇକବାଲଙ୍କୁ ବିବାହ କରୁଛନ୍ତି। କପଲଙ୍କ ବିବାହ ସମ୍ବନ୍ଧୀୟ ପ୍ରତ୍ୟେକ ମୁହୂର୍ତ୍ତର ଅପଡେଟ୍ ସୋସିଆଲ ମିଡିଆରେ ଆସୁଛି ।
ସୋନାକ୍ଷୀ ଏବଂ ଜହିରଙ୍କ ବିବାହ ପୂର୍ବର କିଛି ଫଟୋ ସୋସିଆଲ ମିଡିଆରେ ଲିକ୍ ହୋଇଛି। ଏହି ଫଟୋ ଗୁଡ଼ିକରେ ଅଭିନେତ୍ରୀ ତାଙ୍କ ଭାବି ସ୍ଵାମୀ ଜହିର ଇକବାଲ ଏବଂ ଅତିଥିମାନଙ୍କ ସହିତ ପୋଜ୍ କରୁଛନ୍ତି । ତେବେ ଏହି ଫଟୋ ଗୁଡ଼ିକରେ ଅଭିନେତ୍ରୀଙ୍କ ମାଆ ପୁନମ୍ ସିହ୍ନା କୌଣସି ପାର୍ଟିରେ ଦେଖାଯାଇନଥିଲେ। ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠୁଛି ଯେ ଅଭିନେତ୍ରୀଙ୍କ ମା ତାଙ୍କ ଝିଅର ବିବାହରେ ଖୁସି ନାହାନ୍ତି? କେବଳ ଯେ ମା ତାହା ନୁହେଁ ସୋନାକ୍ଷୀଙ୍କ ଭାଇ ଲବ-କୁଶ ମଧ୍ୟ ଏହି ପାର୍ଟିରେ କେଉଁଠି ବି ନଜର ଆସି ନଥିଲେ । ଯାହାକୁ ନେଇ ଏବେ ସମସ୍ତଙ୍କ ମନରେ ସେହି ଗୋଟିଏ ପ୍ରଶ୍ନ ଝିଅ ବିବାହକୁ ନେଇ ଖୁସି ନାହାନ୍ତି କି ପରିବାର ଲୋକେ । କାହିଁକି ଝିଅର ଖୁସିରେ ହେଲେ ନାହିଁ ସାମିଲ ।
View this post on Instagram
ଅନ୍ୟପକ୍ଷେ ସୋନାକ୍ଷୀଙ୍କ ବାପା ଶତ୍ରୁଘ୍ନ ସିହ୍ନା ତାଙ୍କ ଭାବି ଜ୍ୱାଇଁ ସହ ନଜର ଆସିଛନ୍ତି । ଉଭୟ ହସ ମାଜା କରିବା ସହ କିଛି କଥା ହେଉଥିବାର ଦେଖିବାକୁ ମିଳୁଛି । ଏଥିସିହତ ଶତ୍ରୁଘ୍ନ ବେଶ ଖୁସି ଥିବା ମଧ୍ୟ ସାମ୍ନାକୁ ଆସୁଛି । ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ ଭେଟେରାନ ଅଭିନେତା ତାଙ୍କ ଝିଅର ଶାଶୁ ଘରେ ପହଞ୍ଚି ସେଠାରେ ଜହିରଙ୍କୁ ଆଲିଙ୍ଗନ କରିଥିଲେ। ଜହିର ମଧ୍ୟ ଶତୃଘ୍ନଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ। ଦୁହିଁଙ୍କ ବନ୍ଧନରୁ ଏହା ସ୍ପଷ୍ଟ ଜଣାପଡୁଥିଲା ଯେ ଅଭିନେତା ତାଙ୍କ ଝିଅର ଖୁସିରେ ଖୁସି ଅଛନ୍ତି। ଏହା ବ୍ୟତୀତ ସେ ତାଙ୍କ ଝିଅ ପାଇଁ ଗର୍ବିତ ବୋଲି ଏକ ବିବୃତ୍ତିରେ ମଧ୍ୟ କହିଛନ୍ତି।
View this post on Instagram