SunstarTV
ଭାରତୀୟ ରେଳବାଇ ପକ୍ଷରୁ ଉତ୍ତରପୂର୍ବାଞ୍ଚଳ ରେଳ (ଏନଇଆର) ଜୋନରେ ଅନେକ ପଦବୀ ପାଇଁ ନିଯୁକ୍ତି ସୁଯୋଗ ପ୍ରକାଶ ପାଇଛି। ମୋଟ ଏଥିରେ ୧,୧୦୪ଟି ପଦବୀ ପୂରଣ ହେବ। ଏହି ପଦବୀ ପାଇଁ ଏବେ ଅନଲାଇନ ଆବେଦନ ଜାରି ରହିଛି। ଜୁଲାଇ ୭ ହେଉଛି ଆବେଦନ ପ୍ରକ୍ରିୟାର ଶେଷ ତାରିଖ।
ପଦବୀ ସଂଖ୍ୟା: ରେଲୱେ ଆପ୍ରେଣ୍ଟିସ (ଟେକ୍ନିକାଲ) – ୧,୧୦୪
ଯୋଗ୍ୟତା:
ପ୍ରାର୍ଥୀମାନଙ୍କ ବୟସ ୧୫ରୁ ୨୪ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ
ପ୍ରାର୍ଥୀମାନେ ଅତିକମରେ ମାଟ୍ରିକ ପାସ କରିଥିବା ଆବଶ୍ୟକ
ସେମାନେ ମାଟ୍ରିକରେ ୫୦ ପ୍ରତିଶତ ନମ୍ବର ରଖିଥିବା ଆବଶ୍ୟକ
ପ୍ରାର୍ଥୀମାନେ କୌଣସି ଏକ ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରୁ ଆଇଟିଆଇ ପାସ୍ କରିଥିବା ଆବଶ୍ୟକ
ସେମାନେ ରେଲୱେ ପକ୍ଷରୁ ଜାରି ହୋଇଥିବା ଶାରୀରିକ ଯୋଗ୍ୟତାକୁ ପୂରଣ କରୁଥିବା ଆବଶ୍ୟକ
ଚୟନ ପ୍ରକ୍ରିୟା:ଏହି ନିଯୁକ୍ତି ପାଇଁ ପ୍ରାର୍ଥୀମାନଙ୍କ ଉଭୟ ମାଟ୍ରିକ୍ ଏବଂ ଆଇଟିଆଇର ଶତକଡ଼ା ନମ୍ବରକୁ ନେଇ ମେରିଟ୍ ଲିଷ୍ଟ ପ୍ରସ୍ତୁତ କରାଯିବ। ଏହାପରେ ମନୋନୀତ ହୋଇଥିବା ପ୍ରାର୍ଥୀଙ୍କୁ ଏକ ବର୍ଷ ପାଇଁ ଆପ୍ରେଣ୍ଟିସିପ୍ ଟ୍ରେନିଂ ଦିଆଯିବ। ଏହି ସମୟରେ ପ୍ରାର୍ଥୀମାନଙ୍କୁ ଷ୍ଟାଇପେଣ୍ଡ ମଧ୍ୟ ମିଳିବ। ପରେ ଯୋଗ୍ୟତା ଅନୁସାରେ ସେମାନଙ୍କୁ ନିଯୁକ୍ତି ଦିଆଯିବ।
ଆସନ୍ତୁ ଜାଣନ୍ତୁ କେମିତି କରିବେ ଆବେଦନ:
ଉତ୍ତରପୂର୍ବାଞ୍ଚଳ ରେଳର ୱେବସାଇଟ୍ ner.indianrailways.gov.in କୁ ଯାଆନ୍ତୁ
ୱେବସାଇଟ୍ ଭିତରେ ‘ଆପ୍ରେଣ୍ଟିସ’ ରେଜିଷ୍ଟ୍ରେସନ ଅପ୍ସନକୁ କ୍ଲିକ କରନ୍ତୁ
ରେଜିଷ୍ଟ୍ରେସନ ପରେ ସେଠାରେ ଲଗ ଇନ କରନ୍ତୁ
ଆପ୍ଲାଏ ଅନଲାଇନ ଅପ୍ସନକୁ କ୍ଲିକ କରନ୍ତୁ
ଏହାପରେ ପଦବୀ ପାଇଁ ଫର୍ମ ପୂରଣ କରନ୍ତୁ
ଶେଷରେ ପୂରଣ କରିଥିବା ଫର୍ମର ଏକ ପ୍ରିଣ୍ଟ ଆଉଟ ରଖନ୍ତୁ