Sunstar TV
ଛୋଟ ବେଳୁ ଆପଣ ଗଣିତ ପଢୁଥିବେ । ମ୍ୟାଥ୍ କେତେକଙ୍କ ପାଇଁ ମଜେଦାର ଆଉ କିଛି ଜଣ ମ୍ୟାଥ୍ ରେ ଖୁବ୍ ବୋରିଂ ଫିଲ୍ କରନ୍ତି , ହେଲେ ବନ୍ଧୁ ଲାଇଫ୍ ଗୋଟେ ଜଟିଳ ଗଣିତ । ଏ ଗଣିତରେ ପାସ୍ କରିଗଲେ ତ ଲାଇଫ୍ ଆପଣଙ୍କୁ ସବୁ ଦେବ ଯାହା ଆପଣ ଚାହୁଁଛନ୍ତି । ସେ ରିଲେସନ୍ ସିପ୍ ହେଉ କିମ୍ୱା ଘର ଚଳାଇବାଠୁ ଚାକିରୀ କିମ୍ୱା ବିଜ୍ ନେସ୍ । ସବୁଠି ଦରକାର ଦକ୍ଷତା ଆଉ ସ୍କିଲ୍ ଅଫ୍ ସଲ୍ୟୁସନ୍ ।
ଲାଇଫ୍ ର ଗୋଟିଏ ପ୍ରୋବଲେମ୍ ତାର ବି ସେଇ ଗୋଟିଏ ମ୍ୟାଥ୍ ଆଉ ତାର ଗୋଟିଏ ସଲ୍ୟୁସନ୍ ।
Time + Work = Money
ନମସ୍କାର ବନ୍ଧୁ ମୁଁ ଶିବ ସନ୍ତୋଷ ଖୁଣ୍ଟିଆ , ସିନିୟର ବିଜନେସ୍ କନସଲଣ୍ଟାଣ୍ଟ୍ ଆଜି ଆପଣଙ୍କ ପାଇଁ ଆଣିଛି ଏମିତି ଗୋଟେ ପାୱାରଫୁଲ୍ ଭିଡିଓ ଆପଣ ଦେଖିଲେ ଜାଣି ପାରିବେ, ପାଠର ଗଣିତ ତ କଷିଛନ୍ତି ହେଲେ ଲାଇଫ୍ ର ଗଣିତ କଷିବାରେ ଭୁଲ୍ କରୁଛନ୍ତି । ଗୋଟେ ଗୋଟେ କରି କହିବି ବନ୍ଧୁ । ଭିଡିଓ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଚ୍ୟାନେଲ୍ କୁ ଜଲ୍ଦି ସବସ୍କ୍ରାଇବ୍ କରି ବହୁତ ବହୁତ ଭଲ ପାଇବା ଦିଅନ୍ତୁ ।
ଏବେ ଆସନ୍ତୁ ଟପିକ୍ ଉପରକୁ ।
ସବୁ ପ୍ରୋବଲେମ୍ ର ସଲ୍ୟୁସନ୍ ଅଛି । ଠିକ୍ ମ୍ୟାଥ୍ ପରି ବାସ୍ ସୂତ୍ର ଆପ୍ଲାଏ କରନ୍ତୁ ଆଉ ମୁକ୍ତି ପାଆନ୍ତୁ ।
ଆସନ୍ତୁ ପ୍ରୋବଲେମ୍ ଉପରେ ନଜର ପକାଇବା
ଭାବୁଛନ୍ତି କି ଉପାର୍ଜନ ପାଇଁ କଣ କରିଲେ ଠିକ୍ ରହିବ,
ଖର୍ଚ୍ଚ ବହୁତ ହେଉଛି , ସେ ଅନୁସାରେ ରୋଜଗାର କିନ୍ତୁ ଆସୁନି,
ଘର ଚଳାଇବାରେ ଅସୁବିଧା ହୋଇଛି,
ବହୁତ ବାକି ହୋଇ ଗଲାଣି…
ପିଲା ବଡ ହେଲେଣି ତାଙ୍କ ଭବିଷ୍ୟତ କଥା କଣ କରାଯିବ ?
ନିଜ ଘର ନାହିଁ କରିବା କଣ ?
ବାପା ମାଆଙ୍କ ବୟସ ହେଲାଣି ତାଙ୍କୁ ବି ସୁସ୍ଥ ରଖିବାକୁ ହେବ ,
ସାଇଡ୍ ଇନକମ୍ ବି ନାହିଁ କରିବା ଯଦି କରିବା କଣ ?
ସବୁ ନିଷ୍ପତ୍ତି ଆପଣଙ୍କର ଭୁଲ୍ ହେଉଛି….
ବନ୍ଧୁ ଏ କଥା ଭାବିଦେଲା ବେଳକୁ ମୁଣ୍ଡ କଣ ହୋଇ ଯାଉଛି , ଥରେ ଚିନ୍ତା କଲେ ଯେଉଁ ମାନେ ଏମିତି ଯାବତୀୟ ଅସୁବିଧା ଭିତରେ ପଡିଥିଲା ଲୋକର ଅବସ୍ଥା କଣ ହେଉଥିବ ?
ବନ୍ଧୁ ଏ ସବୁ ଅସୁବିଧାର କାରଣ ବି ଆମ ପାଖରେ ଅଛି , ଆଉ ତାର ସମାଧାନ ବି ଆମ ପାଖରେ ଅଛି…
ବନ୍ଧୁ ଗଣିତ ଯେମିତି ଗୋଟେ ସୂତ୍ରର ପାଠ ଏଇଟା ବି ସେମିତି ଗୋଟେ ସୂତ୍ର,
ବନ୍ଧୁ ତିନୋଟି ପିଢିର କଥା ଏଇଠି କହିବି.. କେମିତି ଗୋଟିଏ ପିଢିର କାମରେ ଆଗାମୀ ପିଢି ମାନେ ଉଦ୍ଧାର ପାଇଗଲେ ।
ଗପଟିଏ କହୁଛି ଶୁଣନ୍ତୁ , ଆମ ଓଡିଶା ହେଉଛି ଚାଷର ରାଜ୍ୟ, ମୁଖ୍ୟ ବେଉସା ହେଉଛି ଚାଷ , ଯାହା ଗତ 1990ରୁ ଧିରେ ଧିରେ କମି କମି ବର୍ତ୍ତମାନ ବେଶି ନାହିଁ କହିଲେ ଚଳେ ।