SunstarTV
ଆଜି ନିଜ ଜନ୍ମମାଟିକୁ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ହେବା ପରେ କେନ୍ଦୁଝରକୁ ଏହା ତାଙ୍କର ପ୍ରଥମ ଗସ୍ତ। ଏଥିପାଇଁ କେନ୍ଦୁଝର ଜିଲ୍ଲା ଏବଂ ମୁଖ୍ୟମନ୍ତ୍ରୀଙ୍କ ଜନ୍ମମାଟି ରାଇକଳାରେ ଖେଳିଯାଇଛି ଆନନ୍ଦର ଲହରୀ। ମୁଖ୍ୟମନ୍ତ୍ରୀଙ୍କର ସ୍ବାଗତ, ସମ୍ବର୍ଦ୍ଧନା ପାଇଁ ସାରା କେନ୍ଦୁଝର ପ୍ରସ୍ତୁତି ହୋଇଥିଲା। ଜନ୍ମମାଟି ରାଇକଳାରେ ମୁଖ୍ୟମନ୍ତ୍ରୀଙ୍କୁ ପାରମ୍ପରିକ ଢଙ୍ଗରେ ସ୍ବାଗତ କରାଯାଇଛି। ଏଥିସହିତ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ମନପସନ୍ଦର ଖାଦ୍ୟ ମଧ୍ୟ ପରସିବେ ବୋଲି କହିଛନ୍ତି ତାଙ୍କ ସମ୍ପର୍କୀୟ।
ମୋହନ ମାଝୀ ଏକ ରୋଡ଼ ସୋ ରେ ଯାଇ ପ୍ରଥମେ ମା ତାରିଣୀ ଙ୍କୁ ଦର୍ଶନ କରିବେ। ଏହାପରେ ମଧ୍ୟାହ୍ନ ୧୨ଟା ୪୦ମିନିଟରେ ହେଲିକ୍ୟାପଟର୍ ଯୋଗେ କେନ୍ଦୁଝର ସର୍କିଟ୍ ହାଉସରେ ପହଞ୍ଚିବେ। ଏହାପରେ ରୋଡ଼ ଶୋ କରି କେନ୍ଦୁଝର ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ଏକ ସଭାରେ ଉଦବୋଧନ ଦେବେ।