Sunstar Tv
Amarnath Yatra 2024: ଜାମ୍ମୁ କାଶ୍ମୀରରେ ଅମରନାଥ ଯାତ୍ରା ଜୁନ୍ ୨୯ ରୁ ଆରମ୍ଭ ହେବ । ଏହି ଯାତ୍ରା ଅଗଷ୍ଟ ୧୯ ପର୍ଯ୍ୟନ୍ତ ଚାଲିବ । ଅମରନାଥ ଯାତ୍ରା ଜୁନ୍ ୧୯ରେ ବାବା ଅମରନାଥଙ୍କ ‘ପ୍ରଥମ ପୂଜା’ ଆରମ୍ଭ ହୋଇଛି।
ବାବା ବାର୍ଫାନୀଙ୍କୁ ପୂଜା କରିବା ପାଇଁ ହିନ୍ଦୁ ଭକ୍ତମାନଙ୍କ ମଧ୍ୟରେ ଶ୍ରୀ ଅମରନାଥ ଯାତ୍ରାର ମହତ୍ୱ ରହିଛି । ପ୍ରତିବର୍ଷ ଲକ୍ଷ ଲକ୍ଷ ଭକ୍ତ ଭଗବାନ ଶିବଙ୍କୁ ପୂଜା କରିବା ପାଇଁ ଜାମ୍ମୁ କାଶ୍ମୀରର ଅମରନାଥ ଗୁମ୍ଫା ମନ୍ଦିରକୁ ଯାତ୍ରା କରିଥାନ୍ତି ।
ତେବେ ଏହି ଯାତ୍ରା କରିବାକୁ ଚାହୁଁଥିବା ଭକ୍ତଙ୍କୁ ଆଗୁଆ ପଞ୍ଜୀକଣ କରିବାକୁ ହେବ । ଆମେ ଆପଣଙ୍କୁ ଅମରନାଥ ଯାତ୍ରାର ତାରିଖ, ପଞ୍ଜୀକରଣ, ଭକ୍ତଙ୍କ ପାଇଁ ସମସ୍ତ ସୂଚନା ଦେବୁ ।
କେବେ ଆରମ୍ଭ ଅମରନାଥ ଯାତ୍ରା ?
ଜୁନ୍ ୨୯ରୁ ଅମରନାଥ ଯାତ୍ରା ଆରମ୍ଭ ହେବ ଏବଂ ଅଗଷ୍ଟ ୧୯ ପର୍ଯ୍ୟନ୍ତ ଚାଲିବ ।
କିପରି କରିବେ ପଞ୍ଜୀକରଣ ?
ଅମରନାଥ ଯାତ୍ରା ପାଇଁ ଅନଲାଇନ୍ ପଞ୍ଜୀକରଣ ପ୍ରକ୍ରିୟା ଏପ୍ରିଲ ୧୫ ଆରମ୍ଭ ହୋଇଛି । ପ୍ରଥମେ ପଞ୍ଜୀକରଣ କଲେ, ପ୍ରଥମେ ଦର୍ଶନ କରିବା ନୀତିରେ ଏହି ପଞ୍ଜୀକରଣ କରାଯାଉଛି । ଅଫିସିଆଲ୍ ୱେବସାଇଟ୍ jksasb.nic.in ରେ ଅନଲାଇନ୍ ପଞ୍ଜୀକରଣ କରାଯାଉଛି ।
କଣ ରହିଛି ପଞ୍ଜୀକରଣ ପ୍ରକ୍ରିୟା ?
୧. ସର୍ବପ୍ରଥମେ, ଅମରନାଥ ଯାତ୍ରା ପଞ୍ଜିକରଣ ପାଇଁ ଅଫିସିଆଲ୍ ୱେବସାଇଟ୍ jksasb.nic.in କୁ ଯାଆନ୍ତୁ ।
୨. ହୋମପେଜ୍ ରେ ଦିଆଯାଇଥିବା ‘ରେଜିଷ୍ଟର’ ଲିଙ୍କରେ କ୍ଲିକ୍ କରନ୍ତୁ ।
୩. ସମସ୍ତ ନିର୍ଦ୍ଦେଶନାମାକୁ ଭଲଭାବେ ପଢନ୍ତୁ ଏବଂ କ୍ଲିକ୍ କରିବା ପରେ ନାମ, ଫୋନ୍ ନମ୍ବର ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ସୂଚନା ପ୍ରବେଶ କରନ୍ତୁ ।
୪. ଏହା ପରେ ନିଜର ବୈଧ ଫଟୋଗ୍ରାଫ୍, ଆଇଡି ପ୍ରୁଫ୍ ଏବଂ ମେଡିକାଲ୍ ସାର୍ଟିଫିକେଟ୍ ଅପଲୋଡ୍ କରିବାକୁ ହେବ।
୫. ଏହା ପରେ ପଞ୍ଜୀକରଣ ଫର୍ମ ଦାଖଲ କରନ୍ତୁ ।
୬. ଏହା ପରେ Confirmation Page ଡାଉନଲୋଡ୍ କରନ୍ତୁ ଏବଂ ସେଥିରୁ ଏକ ପ୍ରିଣ୍ଟ୍ ବାହାର କରି ରଖନ୍ତୁ ।
୭. ପଞ୍ଜୀକୃତ ମୋବାଇଲ୍ ନମ୍ବରକୁ ଆସିଥଇବା OTP ପ୍ରବେଶ କରନ୍ତୁ ।
୮. ଅନଲାଇନ୍ ରେ ଆବେଦନ ଶୁଳ୍କ ଦେବା ପରେ ଯାତ୍ରା ପାଇଁ ଅନୁମତି ପତ୍ର ଡାଉନଲୋଡ୍ କରନ୍ତୁ ।
କେତେ ଟଙ୍କା ରହିଛି ଆବେଦନ ଶୁଳ୍କ ?
ଅମରନାଥ ଯାତ୍ରା ପଞ୍ଜୀକରଣ ଶୁଳ୍କ ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ୧୫୦ରୁ ୨୫୦ ଟଙ୍କା ରହିଛି । ପଞ୍ଜୀକରଣ ସମୟରେ ବ୍ୟାଙ୍କ ଶାଖା ମାଧ୍ୟମରେ ପଞ୍ଜୀକରଣ ଶୁଳ୍କ ପ୍ରଦାନ କରାଯାଇପାରିବ ।