SunstarTV
ପିସିସି ସଭାପତିଙ୍କୁ କାଳି ମାଡ଼ ଘଟଣା ରେ କଂଗ୍ରେସ ଶୃଙ୍ଖଳା କମିଟି ର ଚେୟାରମ୍ୟାନ ସନ୍ତୋଷ ସିଂ ସାଲୁଜାଙ୍କ ପ୍ରତିକ୍ରିୟା ପ୍ରକାଶ ପାଇଛି । ସାଲୁଜା କହିଛନ୍ତି କଂଗ୍ରେସ ଗୋଟିଏ ଶୃଙ୍ଖଳିତ ଦଳ । ଯେଉଁଭଳି ଭାବରେ ସେଦିନ ପିସିସି ସଭାପତିଙ୍କ ଉପରେ କାଳି ମାର କରାଗଲା ତାହା ନିନ୍ଦନୀୟ ।
ସାରା ଦେଶରେ ହେବାକୁ ଥିବା ନିଟ ପରୀକ୍ଷା ରେ ବିଭ୍ରାଟ ପାଇଁ ପ୍ରତିବାଦ କରିବାକୁ ଆସିଥିବା ସମୟରେ ନାରାବାଜି ଓ କାଳି ମାଡ଼ କରାଗଲା । ଏହାକୁ ତର୍ଜମା କରିବା ପରେ CCTV ଫୁଟେଜ ଆଧାରରେ ୫ଜଣଙ୍କୁ ପିସିସି ସଭାପତି ନିଲମ୍ବିତ କରିଛନ୍ତି। ସମସ୍ତ କଂଗ୍ରେସ କର୍ମୀ ଓ ନେତା ପିସିସି ସଭାପତିଙ୍କୁ ସମ୍ମାନ ଦେବା କଥା । ଏଥିରେ ବିଚ୍ୟୁତି ହେଲେ ଦଳ ବରଦାସ୍ତ କରିବ ନାହିଁ ତେଣୁ ଯେଉଁ ମାନେ ଏଭଳି କରିଛନ୍ତି ତାଙ୍କୁ ନିଶ୍ଚୟ ଦଣ୍ଡ ମିଳିବ।
ପିସିସି ଶୃଙ୍ଖଳା କମିଟି ତରଫରୁ ବିଶୃଙ୍ଖଳା କାରୀଙ୍କୁ ୬ ବର୍ଷ ପାଇଁ କଂଗ୍ରେସ ବହିଷ୍କାର କରିଛି । ଏଥିରେ ମୋଟ ୫ ଜଣଙ୍କୁ ବହିଷ୍କାର କରାଯାଇଛି । ପିସିସି ସାଧାରଣ ସମ୍ପାଦକ ପ୍ରକାଶ ମିଶ୍ର , ମହିଳା କଂଗ୍ରେସ ସାଧାରଣ ସମ୍ପାଦିକା ଶ୍ରୀୟାସ୍ମିତା ପଣ୍ଡା ,ଛାତ୍ର କଂଗ୍ରେସ ସମ୍ପାଦକ ସନ୍ଦିପ ରାଉତରାୟ , ଯୁବ କଂଗ୍ରେସ ରାଜ୍ୟ ସମ୍ପାଦକ ଅମରେଶ ପରିଡା , ଛାତ୍ର କଂଗ୍ରେସ ରାଜ୍ୟ ସମ୍ପାଦକ ଆର୍ୟନ ସାସ୍ମଲ ଙ୍କ ବିରୋଧରେ ଆକ୍ସନ ନିଆଯାଇଛି ।