Sunstar TV
ସନଷ୍ଟାରଟିଭି ବ୍ୟୁରୋ : ସରକାରକୁ ଫେରିଛି ତେଲୁଗ ଦେଶମ ପାର୍ଟି(ଟିଡିପି)। ଏବେ ଫୁଲ ଆକ୍ସନ ମୋଡ଼ରେ ଚନ୍ଦ୍ରବାବୁ ନାଇଡୁ ସରକାର । YSR କଂଗ୍ରେସ ପାର୍ଟିର କେନ୍ଦ୍ରୀୟ କାର୍ଯ୍ୟାଳୟ ଯାହା କି ଗୁଣଟୁର ଜିଲ୍ଲାର ତାଡେପାଲ୍ଲିରେ ନିର୍ମାଣାଧୀନ ତାହା ଆଜି ଉଚ୍ଛେଦ କରାଯାଇଛି । ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଙ୍କ ଦଳୀୟ କାର୍ଯ୍ୟାଳୟ କୁ ମୁନିସିପାଲିଟି ଦ୍ୱାରା ଉଚ୍ଛେଦ ହୋଇଛି । ଉକ୍ତ କାର୍ଯ୍ୟଳୟଟି ବେଆଇନ ଭାବେ ତିଆରି ହେଉଥିବା ଅଭିଯୋଗ ଆଧାରରେ ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ ଏପରି କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା କୁହାଯାଉଛି । ସୂଚନା ଅନୁସାରେ, ଆଜି ସକାଳ 5.30ରେ ମଙ୍ଗଳାଗିରି-ତାଡେପାଲ୍ଲି ମ୍ୟୁନିସିପାଲିଟି କର୍ପୋରେସନ୍ (MTMC)ର ଅଧିକାରୀମାନେ YSR କଂଗ୍ରେସର ନିର୍ମାଣଧୀନ କୋଠାରେ ବୁଲଡୋଜର ଚଲାଇଛନ୍ତି।
ସୂଚନା ଯୋଗ୍ୟ ଯେ, ବେଆଇନ ନିର୍ମାଣକୁ ନେଇ ପୂର୍ବରୁ କ୍ୟାପିଟାଲ ରିଜିଅନ ଡେଭଲପ୍ମେଣ୍ଟ ଅଥରିଟି YSR କଂଗ୍ରେସ କୁ ନୋଟିସ ଜାରି କରିଥିଲା । ନୋଟିସକୁ ଟକ୍କର ଦେଇ ଗତକାଲି ଜଗନ ମୋହନ ରେଡ୍ଡୀ ଙ୍କ ଦଳ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବା ପରେ ଉଚ୍ଛେଦ ଉପରେ ରୋକ ଲାଗିଥିବା ଦଳର ମୁଖପାତ୍ର କହିଛନ୍ତି ।
ହେଲେ ଆଜି ମ୍ୟୁନିସିପାଲିଟି ନିର୍ମାଣାଧୀନ କୋଠାକୁ ଉଚ୍ଛେଦ କରିବା ଜାଣି ବର୍ଷିଛନ୍ତି ରେଡ୍ଡୀ । ରାଜ୍ୟ ସରକାର କ୍ଷମତା ପାଇବା ପରେ ପ୍ରତିଶୋଧ ପରାୟଣ ହୋଇଥିବା ଅଭିଯୋଗ ଆଣିଛନ୍ତି । ଏହା ମଧ୍ୟ କହିଛନ୍ତି ଯେ, ହାଇକୋର୍ଟଙ୍କ କଥା ଅବମାନନା କରି TDP ସରକାର ଏକଛତ୍ରବାଦ ଶାସନ ଆରମ୍ଭ କରିଛନ୍ତି । ସେପଟେ CRDA ଏବଂ MTMC ଅଧିକାରୀ ପ୍ରକାଶ କରିଛନ୍ତି ଯେ, ଜଳସେଚନ ବିଭାଗର ଜମିରେ YSRCP କାର୍ଯ୍ୟାଳୟ ନିର୍ମାଣ କରାଯାଉଥିବାରୁ ଏହାକୁ ଉଚ୍ଛେଦ କରାଯାଇଛି।