Sunstar TV
ସନଷ୍ଟାରଟିଭି ବ୍ୟୁରୋ : ଆସିଲା ମୌସୁମୀ ଏଣିକି ପ୍ରବଳ ବରଷିବ । ଆଗକୁ ବଢିପାରୁନଥିଲା ମୌସୁମୀ ଅନୁଭୂତ ହେଉଥିଲା ପ୍ରବଳ ଗରମ । ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଟ୍ୱିଟ ମାଧ୍ୟମରେ ରହିଛି ସୂଚନା ଓଡ଼ିଶାର ୨୪ ଜିଲ୍ଲାକୁ ଅଗ୍ରସର ହୋଇଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। କିନ୍ତୁ ବାକି ୬ ଜିଲ୍ଲାକୁ ଏଯାବତ ମୌସୁମୀ ଛୁଇଁ ପାରିନାହିଁ । ସୂଚନା ଅନୁଯାୟୀ, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି,ଗଞ୍ଜାମ,ପୁରୀ, ନୟାଗଡ଼,ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗିର, ବୌଦ୍ଧ, ସୋନପୁର, ବରଗଡ଼, ଅନୁଗୋଳ, ଢେଙ୍କାନାଳ,ଖୋର୍ଦ୍ଧା, କଟକ, ଜଗତସିଂହପୁର କେନ୍ଦ୍ରାପଡ଼ା,ଭଦ୍ରକ,ଯାଜପୁର ଓ ଦେବଗଡ଼ ଜିଲ୍ଲାରେ ମୌସୁମୀ ପ୍ରବେଶ କରିଥିବା ବେଳେ ଝାରସୁଗୁଡ଼ା, ସମ୍ବଲପୁର, କେନ୍ଦୁଝର, ବାଲେଶ୍ୱର,ସୁନ୍ଦରଗଡ଼ ଓ ମୟୂରଭଞ୍ଜ ଜିଲ୍ଲାରେ ମୌସୁମୀ ଛୁଇଁ ନାହିଁ । କିନ୍ତୁ ମୌସୁମୀ ଛୁଇଁବା ନେଇ ପାଗ ଅନୁକୂଳ ରହିଥିବା ସୂଚନା ମିଳିଛି । ଆଗାମୀ ୨ ଦିନ ଯାଏଁ ବର୍ଷା ହେବା ସହ କିଛି ସ୍ଥାନରେ ବିଜୁଳି ଘଡ଼ଘଡ଼ି ଓ ୩୦ ରୁ ୪୦ କିଲୋମିଟର ବେଗରେ ପବନ ହେବାର ସମ୍ଭାବନା ଅଛି। ସେହିଭଳି ୧୪ ଜିଲ୍ଲା କୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ । ସେପଟେ ଦୀର୍ଘ ଦିନରୁ ଗରମ ରେ ସନ୍ତୁଳି ହେଉଥିବା ଲୋକେ ଆଗକୁ ଗ୍ରୀଷ୍ମ ଦାଉ ରୁ ମୁକ୍ତି ପାଇବା ପାଇଁ ବର୍ଷାକୁ ଚାହିଁ ରହିଁଛନ୍ତି ।