SunstarTV
ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଦାରୁଦିଅଁ ଶ୍ରୀମନ୍ଦିର ରତ୍ନବେଦି ଛାଡ଼ି ସ୍ନାନବେଦିରେ ବିଜେ କରି ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିଛନ୍ତି। ସମସ୍ତ ନୀତିକାନ୍ତି ପରେ ଶ୍ରୀଜିଉ ଗଜାନନ ବେଶରେ ଲକ୍ଷାଧିକ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି।
ସ୍ନାନ ଯାତ୍ରା ଦିନ ମହାପ୍ରଭୁ ଗଜାନନ ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଥାଆନ୍ତି। କେତେକ ଏହାକୁ ହାତୀବେଶ ବୋଲି ମଧ୍ୟ କୁହାଯାଏ। ତେବେ କାହିଁକି ଏହି ଦିନ ଗଜାନନ ବେଶରେ ପ୍ରଭୁ ଭକ୍ତଙ୍କୁ ଦର୍ଶନ ଦିଅନ୍ତି ଏହା ପଛରେ ଏକ ପ୍ରସିଦ୍ଧ ଭକ୍ତଙ୍କ କାହାଣୀ ମଧ୍ୟ ରହିଛି।
ଗଣପତି ଭଟ୍ଟ ନାମକ ଜଣେ ଭକ୍ତ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପାଇଁ ଆସିଥିଲେ। ସେ ଗଣେଶଙ୍କର ଭକ୍ତ ଥିଲେ । କିନ୍ତୁ ଶ୍ରୀଜଗନ୍ନାଥଙ୍କୁ ଦେଖି ରତ୍ନସିଂହାସନରେ ଦର୍ଶନ କରି ତାଙ୍କ ମନ ମାନିଲା ନାହିଁ। ସେ ଭଗବାନଙ୍କୁ କହିଲେ ପ୍ରଭୁ ମୁଁ ଆପଣଙ୍କୁ ଯେଉଁ ବେଶରେ ଦେଖିବାକୁ ଚାହୁଁଥିଲି ହେଲେ ମୋର ମନ ମାନିଲା ନାହିଁ ।
ଗଣପତି ଭଟ୍ଟ ପ୍ରକୃତରେ ମହାପ୍ରଭୁ ଜଗନ୍ନାଥଙ୍କୁ ଶ୍ରୀଗଣେଶଙ୍କ ରୂପରେ ଦେଖିବାକୁ ଚାହୁଁଥିଲେ। ସ୍ୱପ୍ନରେ ମହାପ୍ରଭୁ ତାଙ୍କୁ ଦର୍ଶନ ଦେବା ସହ ଫେରିବାକୁ ନିର୍ଦ୍ଦେଶ ଦେଲେ। ସେ ଫେରି ଆସିଲେ ଓ ରତ୍ନସିଂହାସନରେ ଶ୍ରୀଜଗନ୍ନାଥଙ୍କୁ ଶ୍ରୀଗଜାନନ ଗଣେଶ ରୂପରେ ଦର୍ଶନ କଲେ। ସେହି ଦିନ ଠାରୁ ମହାପ୍ରଭୁ ଭକ୍ତ ମାନଙ୍କୁ ଗଜାନନ ବେଶରେ ଦର୍ଶନ ଦେଉଛନ୍ତି । ତେବେ ଏହା ପୂର୍ବରୁ ଚତୁର୍ଦ୍ଧାବିଗ୍ରହ ୧୦୮ ଗରା ସୁବାସିତ ଜଳରେ ସ୍ନାନବେଦିରେ ସ୍ନାନ କରିଥିଲେ।