SunstarTV
ନିଟ୍ ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ମଧ୍ୟରେ ଶିକ୍ଷା ମନ୍ତ୍ରଣାଳୟ ପରୀକ୍ଷାକୁ ସ୍ୱଚ୍ଛ ଓ ନିରପେକ୍ଷ କରିବା ପାଇଁ ଏକ ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟି ଗଠନ କରିଛି। ନିଟ ୟୁଜି ମେଡିକାଲ ପ୍ରବେଶିକା ପରୀକ୍ଷାରେ ଅନିୟମିତତା ଏବଂ ପ୍ରଶ୍ନପତ୍ର ପ୍ରଘଟ ଓ ନେଟ-ୟୁଜିସି ପରୀକ୍ଷା ବାତିଲ ପରେ କେନ୍ଦ୍ର ଉଚ୍ଚଶିକ୍ଷା ମନ୍ତ୍ରାଳୟ ଏକ କମିଟି ଗଠନ କରିଛି। ପରୀକ୍ଷା ପରିଚାଳନା ସୁନିଶ୍ଚିତ କରିବା ପାଇଁ ଏହି ଉଚ୍ଚସ୍ତରୀୟ ବିଶେଷଜ୍ଞ କମିଟି ୨ ମାସ ମଧ୍ୟରେ ମନ୍ତ୍ରଣାଳୟକୁ ରିପୋର୍ଟ ଦେବ। ଏହି କମିଟି ପରୀକ୍ଷା ପ୍ରକ୍ରିୟାରେ ଉନ୍ନତି ଆଣିବା, ଡାଟା ସୁରକ୍ଷା ପ୍ରୋଟୋକଲ୍ ଏବଂ ଏନଟିଏ ଢାଞ୍ଚାରେ ଉନ୍ନତି ଆଣିବା ଉପରେ କାର୍ଯ୍ୟ କରିବ।
ଇସ୍ରୋର ପୂର୍ବତନ ଅଧ୍ୟକ୍ଷ ଡ. କେ ରାଧାକ୍ରିଷ୍ଣନ୍ ଏହି ଉଚ୍ଚସ୍ତରୀୟ କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିବେ। ଏହି ଉଚ୍ଚସ୍ତରୀୟ କମିଟିର ଅଧ୍ୟକ୍ଷ ଏବଂ ସଦସ୍ୟ ତାଲିକାରେ ଏମ୍ସର ଜଣାଶୁଣା ପୂର୍ବତନ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ ମଧ୍ୟ ଅଛନ୍ତି।
ଏହି କମିଟିରେ ଦିଲ୍ଲୀ ଏମ୍ସର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ, ହାଇଦ୍ରାବାଦ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବି ଜେ ରାଓ, ଆଇଆଇଟି ମାଡ୍ରାସର ସିଭିଲ ଇଞ୍ଜିନିୟରିଂ ବିଭାଗର ଅତିଥି ପ୍ରାଧ୍ୟାପକ ପ୍ରଫେସର ରାମମୂର୍ତ୍ତି କେ, ପିପୁଲ ଷ୍ଟ୍ରଙ୍ଗ ଏବଂ କର୍ମଯୋଗୀ ଭାରତର ବୋର୍ଡ ସଦସ୍ୟ ପଙ୍କଜ ବଂଶଲ, ଆଇଆଇଟି ଦିଲ୍ଲୀର ଛାତ୍ର ବ୍ୟାପାର ଡିନ୍ ପ୍ରଫେସର ଆଦିତ୍ୟ ମିତ୍ତଲ ସଦସ୍ୟ ଏବଂ ଭାବେ ଶିକ୍ଷା ମନ୍ତ୍ରଣାଳୟର ଯୁଗ୍ମ ସଚିବ ଗୋବିନ୍ଦ ଜୟସ୍ୱାଲ ସଦସ୍ୟ ସଚିବ ରହିଛନ୍ତି।