SunstarTV
ନିଟ୍ ପରୀକ୍ଷାର ଅନିୟମିତତା ଓ ଦୁର୍ନୀତିକୁ ଦୃଷ୍ଟିରେ ରଖି ନୂଆ ନିୟମ ବାହାର କରିଛନ୍ତି କେନ୍ଦ୍ର ସରାକର। ପରୀକ୍ଷାରେ କାଗଜ ଲିକ ରୋକିବା ପାଇଁ ଏକ ନିର୍ଣ୍ଣାୟକ ପଦକ୍ଷେପରେ ସରକାର ଶୁକ୍ରବାର ଦିନ ପବ୍ଲିକ୍ ଏକ୍ସାମିନେସନ୍ସ (ପ୍ରିଭେନସନ୍ ଅଫ୍ ଅନ୍ଫେୟାର୍ ମିନ୍ସ) ଆଇନ ପ୍ରଣୟନ କରିଛନ୍ତି।
ନିଟ୍ ଏବଂ ୟୁଜିସି ପରୀକ୍ଷାକୁ ନେଇ ଏକ ବଡ଼ ବିବାଦ ମଧ୍ୟରେ ଏହି ଆଇନ କାର୍ଯ୍ୟକାରୀ ହେବ, ଯାହା କାଗଜ ଲିକ୍ ଏବଂ ଅନିୟମିତତାକୁ ରୋକିବ। ଏହି ନୂଆ ନିୟମ ଅନୁସାରେ, ଦୋଷୀଙ୍କୁ ୧ କୋଟି ଟଙ୍କାର ଜରିମାନା ସହ ୧ ବର୍ଷ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ। ଚଳିତ ମାସ ଜୁନ ୨୧ ତାରିଖରୁ ଏହା ଲାଗୁ କରାଯାଇଛି। କେନ୍ଦ୍ର
ସରକାରଙ୍କ କାର୍ମିକ ବିଭାଗ ପକ୍ଷରୁ ଏ ନେଇ ଘୋଷଣା କରାଯାଇଛି। ଅନ୍ୟାନ୍ୟ ଅଧିନିୟମ ଯଥା ୟୁନିଅନ୍ ପବ୍ଲିକ୍ ସର୍ଭିସ କମିସନ (ୟୁପିଏସ୍ସି), ଷ୍ଟାଫ୍ ସିଲେକସନ କମିସନ (ଏସଏସସି), ରେଳବାଇ, ବ୍ୟାଙ୍କିଙ୍ଗ୍ ନିଯୁକ୍ତି ପରୀକ୍ଷା ଏବଂ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନ୍.ଟି.ଏ) ଭଳି ସାଧାରଣ ସଂସ୍ଥା ଦ୍ୱାରା କରାଯାଇଥିବା ସାଧାରଣ ପରୀକ୍ଷାରେ ଠକାମି ଓ ଅନିୟମିତତାକୁ ରୋକିବା ପାଇଁ ଏହି ଆଇନର ଲକ୍ଷ୍ୟ।
ସୂଚନା ଅନୁସାରେ, ପ୍ରଶ୍ନପତ୍ର ପ୍ରଘଟ ନିରୋଧ ବିଲ୍ ଚଳିତବର୍ଷ ଫେବୃୟାରୀ ମାସରେ ସଂସଦରେ ପାରିତ ହୋଇଥିଲା। ଏହି ଆଇନ ଲାଗୁ ହେବା ପରେ ଏଣିକି ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଦୋଷୀ ସାବ୍ୟସ୍ତ ହେଉଥିବା ବ୍ୟକ୍ତି ବିଶେଷଙ୍କୁ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ସହିତ ୧ କୋଟି ଟଙ୍କା ଜରିମାନାରେ ଦଣ୍ଡିତ କରାଯିବାର ବ୍ୟବସ୍ଥା ରହିଛି। ସେହିପରି ସାବର୍ଜନିକ ପରୀକ୍ଷାରେ ଅନୁଚିତ ଉପାୟ ଅବଲମ୍ବନ କରୁଥିବା ଧରାପଡ଼ିଲେ ୩ରୁ ୫ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ସହିତ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ହୋଇପାରେ।