Sunstar TV
ସନଷ୍ଟାରଟିଭି ବ୍ୟୁରୋ : ଜାମ୍ମୁ କାଶ୍ମୀରରେ ବିଶ୍ୱର ସର୍ବୋଚ୍ଚ ରେଳ ବ୍ରିଜ୍ ଚେନାବ ବ୍ରିଜ୍ ଉପରେ ଆଠଟି କୋଚ୍ ବିଶିଷ୍ଟ ‘ Mainline Electric Multiple Unit ‘ ଟ୍ରେନ୍ ର ଟ୍ରାଏଲ୍ ରନ୍ ସଫଳ ଭାବେ ପରୀକ୍ଷଣ ହୋଇଛି । ଏହି ଟ୍ରାଏଲ ରନ ରେ ସଫଳତା ପାଇବା ସହ ଏହାକୁ ପରିଚାଳନା କରି ଭାରତୀୟ ରେଳବାହୀ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି । ଏହି ଟ୍ରାଏଲ୍ ରନ୍ କାଶ୍ମୀରର ରିୟାସୀ ରୁ ବାରାମୁଲ୍ଲା ପର୍ଯ୍ୟନ୍ତ ନିୟମିତ ରେଳ ସେବା ଆରମ୍ଭ ପାଇଁ ଏକ ପଥ ପରିଷ୍କାର କରିଛି ।
ଜାମ୍ମୁ କାଶ୍ମୀର ପାଇଁ ଏକ ନିର୍ଭରଶୀଳ ପରିବହନ ବ୍ୟବସ୍ଥା ଯୋଗାଇବା ପାଇଁ USBRL ପ୍ରକଳ୍ପ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଆଜି ଯାହାର ଏକ ପ୍ରକାର ଭିତ୍ତିଭୂମି ସ୍ଥାପନ ହୋଇସାରିଛି । ଏହି ପ୍ରକଳ୍ପ 272 କିଲୋମିଟର ଲମ୍ବା ରେଳ ଲାଇନ ମାଧ୍ୟମରେ କାଶ୍ମୀର ଉପତ୍ୟକାକୁ ବିସ୍ତୃତ ଭାରତୀୟ ରେଳ ନେଟୱାର୍କ ସହିତ ସଂଯୋଗ କରି ଉଦ୍ଧମପୁରକୁ ବାରାମୁଲ୍ଲା ସହିତ ସଂଯୋଗ କରିବ ।
ରେଳ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ରହିଛି ଯେ, ଦିନ ୧୨ଟା ୩୫ ମିନିଟ ସମୟରେ ସାଙ୍ଗଲାନ ଠାରୁ ଟ୍ରାଏଲ ରନ ଆରମ୍ଭ ହୋଇ ୨ଟା ୫ମିନିଟରେ ରିୟାସୀ ଠାରେ ପହଁଞ୍ଚିଥିଲା । ଏହାରି ମଧ୍ୟରେ ୯ଟି ସୁଡ଼ଙ୍ଗ ଟ୍ରେନ ଅତିକ୍ରମ କରିଛି । ୯ ଟି ମଧ୍ୟରୁ T – 44 ସୁଡ଼ଙ୍ଗ ସବୁଠାରୁ ଅଧିକ ଲମ୍ବା ଥିଲା ପ୍ରାୟ ୧୧.୧୩ କିମି ଲମ୍ଵ ଥିଲା ଏହି ସୁଡ଼ଙ୍ଗ । ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ମଧ୍ୟ ଏହି ସମ୍ପର୍କରେ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ X ରେ ପୋଷ୍ଟ କରିଛନ୍ତି ।
Successful trial run of MEMU train between Sangaldan – Reasi section of USBRL project.
📍Jammu & Kashmir pic.twitter.com/GjaKX6Ci8Q
— Ashwini Vaishnaw (@AshwiniVaishnaw) June 20, 2024