SUNSTARTV
ସନଷ୍ଟାରଟିଭି ବ୍ୟୁରୋ: ଚଳିତ ନିର୍ବାଚନରେ ଓଡିଶା ରାଜନୀତିରେ ଏକ ବିରଟ ପରିବର୍ତ୍ତନ ଘଟିଛି । ଫଳରେ ବଦଳି ଯାଇଛନ୍ତି ଓଡିଶା ସରକାର । ୨୪ ବର୍ଷର ବିଜେଡି ସରକାରକୁ ପରାଜିତ କରି ଆରମ୍ଭ ହୋଇଛି ଭାଜପା ଲହର । କିନ୍ତୁ ବିଜେଡିର ଏପରି ଶୋଚନିୟ ପରାଜୟକୁ ସହଜରେ ଗ୍ରହଣ କରିପାରି ନଥିଲେ ସାଧାରଣ ଜନତା ।ସେମାନେ ବିଶ୍ୱାସ କରିପାରୁ ନଥିଲେ ନବୀନ ଶାସନର ଅନ୍ତକୁ । କେବଳ ଯେ ସାଧାରଣ ଜନାତା ତାହା ନୁହେଁ ଏହି ପରାଜୟକୁ ଜଣେ ନେତା ମଧ୍ୟ ସହଜରେ ହଜମ କରିପାରି ନଥିଲେ । ଫଳରେ ସେ ଇଭିଏମ୍ ଯାଞ୍ଚ କରାଯାଉ ବୋଲି ଦାବି କରିଥିଲେ । ଆଉ ଆଜି ନିର୍ବାଚନ କମିସନ ତାଙ୍କ ଦାବି ଉପରେ ମୋହର ମାରିଛନ୍ତି ।
ତେବେ ମିଳିଥିବା ସୂଚନା ଅନୁଯାୟୀ , ସ୍ୱାସ୍ଥ୍ୟମନ୍ତ୍ରୀ ସ୍ୱର୍ଗତ ନବ ଦାସଙ୍କ ଝିଅ ଦୀପାଳି ଦାସ ବାପାଙ୍କ ମୃତ୍ୟୁ ପରେ ତାଙ୍କ ଗଡ ସମ୍ଭାଳିଥିଲେ । ସେ ଝାରସୁଗୁଡାରେ ନିର୍ବାଚନ ଲଢି ବିଜୟୀ ହୋଇଥିଲେ । ତେବେ ଚଳିତ ନିର୍ବାଚନରେ ମଧ୍ୟ ଦୀପାଳି ଝାରସୁୁଡା ବିଧାନସଭା ଆସନରୁ ବିଧାୟକ ହୋଇଥିବା ବଳେ ସେ ପରାଜିତ ହୋଇଛନ୍ତି । ବିଜେଡିରୁ ପାର୍ଥୀ ହୋଇଥିବା ଦୀପାଳି କିନ୍ତୁ ତଙ୍କ ପରାଜୟକୁ ସହଜରେ ଗ୍ରହଣ କରିପାରି ନଥିଲେ । ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ସେ ଅସନ୍ତୋଷ ପ୍ରକାଶ କରିବା ସହ ଇଭିଏମ୍ ଯାଞ୍ଚ କରିବାକୁ ଇସିଆଇ ନିକଟରେ ଅଭିଯୋଗ କରିଥିଲେ । ଯାହାକୁ ନେଇ ବର୍ତ୍ତମାନ ଏକ ବଡ ଖବର ସାମ୍ନାକୁ ଆସିଛି । ଦୀପାଳି ଯେଉଁ ଇଭିଏମ ଯାଞ୍ଚ କରିବା ପାଇଁ ଆବେଦନ କରିଥିଲେ, ତାହା ଗୃହୀତ ହୋଇଛି । ସେ ଇଭିଏମ ଯାଞ୍ଚ କରିବା ପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଆବେଦନ କରିଥିଲେ । ତେବେ ଚେକିଂ ଓ ଭେରିଫିକସନ ପାଇଁ ଇସିଆଇ ଦୀପାଳିଙ୍କ ଆବେଦନକୁ ଗ୍ରହଣ କରିଥିବା ଜଣାଯାଇଛି । ଫଳରେ ଝାରସୁଗୁଡ଼ାର ୧୩ ପୋଲିଂ ଷ୍ଟେସନର ଇଭିଏମ ଯାଞ୍ଚ କରାଯିବାକୁ ଇସିଆଇ ଅନୁମତି ପ୍ରଦାନ କରିଛନ୍ତି ।
ପ୍ରକାଶ ଯେ ଚଳିତ ସାଧାରଣ ନିର୍ବାଚନରେ ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ୧୩୩୩ ଖଣ୍ଡ ଭୋଟ୍ ବ୍ୟବଧାନରେ ପରାଜିତ ହୋଇଛନ୍ତି। ତେବେ ଭୋଟ୍ ଗଣତିରେ ବା ନିର୍ବାଚନରେ ଇଭିଏମ୍ ତ୍ରୁଟି ରହିଥିବା ଆଶଙ୍କା କରି ଦୀପାଳି ଇଭିଏମ୍ର ପୁନଃ ଯାଞ୍ଚ ପାଇଁ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଆବେଦନ କରିଥିଲେ । ଏଥିପାଇଁ ସେ ଆବଶ୍ୟକ ଫି ମଧ୍ୟ ଜମା କରିଥିବା ବେଳେ ଆବେଦନପତ୍ରକୁ ଜିଲ୍ଲା ପ୍ରଶାସନ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟକୁ ପଠାଇଖିଲେ । ସେଠାରୁ ପୁଣି ଆବେଦନ ପତ୍ର ଭାରତୀୟ ନିର୍ବାଚନ ଆୟୋଗଙ୍କ ନିକଟକୁ ଯାଇ ମଞ୍ଜୁର ହେବା ପରେ ଇଭିଏମ୍ର ପୁନଃ ଯାଞ୍ଚ ପାଇଁ ଅନୁମତି ପ୍ରଦାନ କରାଯାଇଛି । ଏଥିପାଇଁ ଗତ ୧୦ ତାରିଖ ଆବେଦନର ଶେଷ ତାରିଖ ରହିଥିଲା। ଏହି ନିୟମ ଆଧାରରେ ଦୀପାଳି ୫ ପ୍ରତିଶତ ବା ୧୩ ସେଟ୍ ଇଭିଏମ୍ ଓ ଭିଭିପିଏଟି ଯାଞ୍ଚ ପାଇଁ ଆବେଦନ କରିଥିଲେ। ପ୍ରତିଟି ସେଟ୍ର ଯାଞ୍ଚ ପାଇଁ ଧାର୍ଯ୍ୟ ହୋଇଥିବା ୪୭ ହଜାର ଟଙ୍କା ହିସାବରେ ସେ ୬ ଲକ୍ଷ ୧୧ ହଜାର ଟଙ୍କା ମଧ୍ୟ ଜମା ଦେଇଥିଲେ।