SUNSTARTV
ସନଷ୍ଟାରଟିଭି ବ୍ୟୁରୋ: ଆଜି ହେଉଛି ବିଶ୍ୱ ଯୋଗ ଦିବସ । ଆଜି କାଲିର ଅସସ୍ତୁଳିତ ଜୀବନ ଶୈଳୀରେ ଯୋଗର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ । ଶରୀର ସହ ମନକୁ ଫିଟ୍ ରଖିବା ପାଇଁ ପ୍ରତ୍ୟେକ ବ୍ୟକ୍ତି ଯୋଗ କରିବା ।ବଶ୍ୟକ । ତେବେ ଆଜିର ଏହି ଯୋଗ ଦିବସରେ ସାଧାରଣ ଜନାତା ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ ସମସ୍ତେ ଯୋଗ କରିବା ସହ ଦେଶ ବାସୀଙ୍କୁ ଶୁଭେଚ୍ଛା ମଧ୍ୟ ଦେଇଛନ୍ତି ।
ତେବେ ଏହି ଯୋଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜମ୍ମୁ-କଶ୍ମୀରର ଶ୍ରୀନଗରରେ ଦଶମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରିଛନ୍ତି। ଡାଲ ହ୍ରଦ କୂଳରେ ଥିବା ଶେର-କଶ୍ମୀର ଆନ୍ତର୍ଜାତୀୟ ସମ୍ମିଳନୀ କେନ୍ଦ୍ରରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ପ୍ରବଳ ବର୍ଷା ହେତୁ ଭିତରେ ଯୋଗ କରିବାର ବନ୍ଦୋବସ୍ତ କରାଯାଇଥିଲା ଓ ପ୍ରଧାନମନ୍ତ୍ରୀ ସେଠାରେ ଯୋଗ କରିଛନ୍ତି।ବର୍ଷା ବନ୍ଦ ହେବା ପରେ ପ୍ରଧାନମନ୍ତ୍ରୀ ଡାଲ ହ୍ରଦରୁ ତାଙ୍କ ଫଟୋ ସେୟାର କରିଛନ୍ତି। ଯୋଗ କିପରି ଯୁବ ମନ ଏବଂ ଶରୀର ଉପରେ ଗଭୀର ପ୍ରଭାବ ପକାଏ ତାହା ଉପରେ ଆଲୋକପାତ କରାଯାଇଛି। ଯୋଗ ଅଭ୍ୟାସରେ ହଜାର ହଜାର ଲୋକଙ୍କୁ ଏକତ୍ରିତ କରିବା, ବିଶ୍ୱ ସ୍ତରରେ ସ୍ୱାସ୍ଥ୍ୟ ଏବଂ ସୁସ୍ଥତାକୁ ପ୍ରୋତ୍ସାହିତ କରିବା ଏହି ଉତ୍ସବର ଲକ୍ଷ୍ୟ।ଚଳିତବର୍ଷ ଯୋଗ ଦିବସ ବିଷୟବସ୍ତୁ ରହିଛି ‘ନିଜ ପାଇଁ ଓ ସମାଜ ପାଇଁ ଯୋଗ’। ଉଭୟ ବ୍ୟକ୍ତିଗତ ସୁସ୍ଥତା ଏବଂ ସାମାଜିକ ସମନ୍ୱୟ ରକ୍ଷା କରିବାରେ ଯୋଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଗୁରୁତ୍ୱାରୋପ କରାଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଏକ ସମାବେଶକୁ ସମ୍ବୋଧିତ କରି କହିଛନ୍ତି ଯେ ଦିନଟି ବିଶ୍ୱରେ ନୂଆ ରେକର୍ଡ ସୃଷ୍ଟି କରୁଛି।
ଅପରପକ୍ଷେ ମହାମହିମ ରାଷ୍ଟ୍ରପତି ମଧ୍ୟ ଯୋଗ ଦିବସରେ ନିଜକୁ ସାମିଲ କରିବା ସହ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଫଟୋ ପୋଷ୍ଟ କରିଛନ୍ତି । ଏଥିସହିତ ବିଶ୍ୱ ଯୋଗ ଦିବସର ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି । ଏଥିସହିତ ଆମ ଶରୀର ପାଇଁ ଯୋଗର କଣ ମହତ୍ୱ ରହିଛି ସେ ବିଷୟରେ ମଧ୍ୟ ସଂକ୍ଷିପ୍ତ ଭାବରେ କହିଛନ୍ତି ।
समस्त विश्व समुदाय, विशेषकर देशवासियों को अंतर्राष्ट्रीय योग दिवस की हार्दिक शुभकामनाएं। योग मानवता को भारत की अतुलनीय देन है। आज असंतुलित जीवन शैली के परिप्रेक्ष्य में योग का महत्व और अधिक बढ़ गया है। योग शारीरिक, मानसिक और आध्यात्मिक उन्नति का मार्ग है। आइए, हम अपने दैनिक जीवन… pic.twitter.com/topUbnEDhm
— President of India (@rashtrapatibhvn) June 21, 2024