SUNSTARTV
ସନଷ୍ଟାରଟିଭି ବ୍ୟୁରୋ: ଗତ କିଛି ଦିନ ହେବ ଭାରତୀୟ କ୍ରିକେଟର ମହମ୍ମହ ଶାମୀ ଏବଂ ପୂର୍ବତନ ଟେନିସ୍ ତାରକା ସାନିଆ ମିର୍ଜାଙ୍କୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି । କିଏ କହୁଛି ବିବାହ କରିଲେଣି ଶାମୀ ଏବଂ ସାନିଆ ତ ଆଉ କଏ କହୁଛି ନୂଆକରି ଗଢିଲେଣି ସଂସାର । ଏହାରି ଭିତରେ ଉଭୟଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାର ଲାଗିଛି । ଯାହା ବିବାହର ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଉଛି । ତେବେ ଶାମୀ ଏବଂ ସାନିଆଙ୍କ ଏକ ୱେଡିଙ୍ଗ ଫଟୋ ମୋବାଇଲରୁ ମୋବାଇଲକୁ ଘୂରି ବୁଲୁଛି । ଯେଉଁଥିରେ ସାନିଆ ବଧୂବେଶରେ ସଜେଇ ହୋଇଥିବା ବେଳେ ମହମ୍ମଦ ସାମୀ ମଧ୍ୟ ବର ବେଶରେ ନଜର ଆସୁଛନ୍ତି । କିନ୍ତୁ ଏହିସବୁ ଖବର ଭିତରେ ମୁହଁ ଖୋଲିଛନ୍ତି ସାନିଆଙ୍କ ବାପା ଇମ୍ରାନ । ଫଳରେ ଏହି ଚର୍ଚ୍ଚା ଏକ ନୂଆ ମୋଡ ନେଇଛି ।
ମିଳିଥିବା ସୂଚନା ଅନୁଯାୟୀ, ସାନିଆଙ୍କ ବାପା ଇମ୍ରାନ କହିଛନ୍ତି ଯେ, ବାହାଘରକୁ ନେଇ ଚାଲିଥିବା ଗୁଜବର କୌଣସି ସତ୍ୟାସତ୍ୟ ନାହିଁ । ନିଶ୍ଚିତ ରୂପେ ଏହା ଏକ ଗୁଜବ । ସାନିଆ କେବେବି ଶାମିଙ୍କୁ ଭେଟିନାହିଁ । କହିବାକୁ ଗଲେ ସାନିଆ ମିର୍ଜା ୨୦୧୦ରେ ପାକିସ୍ତାନ କ୍ରିକେଟର ସୋଏବ ମଲିକଙ୍କୁ ବିବାହ କରିଥିଲେ । ଚଳିତ ବର୍ଷ ଉଭୟଙ୍କ ଛାଡ଼ପତ୍ର ହେବା ପରେ ସୋଏବେ ନିକଟରେ ପାକିସ୍ତାନର ଜଣେ ଅଭିନେତ୍ରୀଙ୍କୁ ବିବାହ କରିଛନ୍ତି । କ୍ରିକେଟର ମହମ୍ମଦ ଶାମି ମଧ୍ୟ ପତ୍ନୀ ହସିନାଙ୍କଠାରୁ ଅଲଗା ରହୁଛନ୍ତି । ଏପରି ସମୟରେ ଉଭୟଙ୍କ ବାହାଘର ସମୟର ଫଟୋ ଭାଇରାଲ୍ ହେଇଥିଲା, ଯାହାକୁ ସତ ମାନି ନେଇଥିଲେ ନେଟିଜେନ୍ସ ।
ବାସ୍ତବରେ ଭାଇରାଲ୍ ହେଉଥିବା ଫଟୋ ହେଉଛି ସୋଏବ ଓ ସାନିଆଙ୍କ ବାହାଘର ସମୟର। ୨୦୧୦ର ଏହି ଫଟୋକୁ ବିକୃତ କରାଯାଇ ସେଥିରେ ଶାମିଙ୍କ ଫଟୋ ଲଗାଯାଇଛି । ଜୁନ୍ ୧୨ରେ ଏହି ଫଟୋ ପୋଷ୍ଟ ହେବା ପରେ ଭାଇରାଲ୍ ହୋଇଥିଲା, ଯାହାକୁ ନେଇ ସାନିଆଙ୍କ ବାପା ସ୍ପଷ୍ଟୀକରଣ ଦେଇଛନ୍ତି ।
ଫଳରେ ଏହି ଚର୍ଚ୍ଚା ଉପରେ ଧୀରେ ଧାରେ ପୂର୍ଣ୍ଣଚ୍ଛେଦ ପଡିବାକୁ ଯାଉଛି । ତେବେ ଇମ୍ରାନଙଅକ ଏହି ବୟାନକୁ କିଛି ୟୁଜର୍ସ ଗ୍ରହଣ କରିଥିବା ବେଳେ କିଛି ଡଣ ପୁଣି ଟ୍ରୋଲ କରୁଥିବା ଜଣାପଡିଛି । ତେବେ କିଏ କହୁଛି ଏମାନେ ନିଜକୁ ହାଇଲାଇଟ୍ କରିବାକୁ ଏପରି କହୁଛନ୍ତି ତ ଆଉ କିଏ କହୁଛି ଝିଅକୁ ବଞ୍ଚାଇବାକୁ ବାପା ଏପରି କହୁଛନ୍ତି । ତେବେ ଏହି ଘଟଣା ପ୍ରକୃତରେ କେତେ ଦୂର ସତ କି ମିଛ ତାହା ସମ୍ପୂର୍ଣ୍ଣ ଭାବରେ ଜଣାପଡି ନଥିବା ବେଳେ ଆଗକୁ ଉଭୟଙ୍କ ଜୀବନରେ କଣ ହେଉଛି ତାହା ଉପରେ ଫ୍ୟାନ୍ସମାନଙ୍କ ନଜର ରହିଛି । ତେବେ ଭାରତୀୟ କ୍ରିକେଟର ମହମ୍ମଗ ଶାମୀ ଏବଂ ପୂବତନ ଟେନିସ୍ ତାରକା ସାନିଆ ଏହି ଘଟମା ଉପରେ ମୁହଁ ଖୋଲି ନଥିବା ଡଣାପଡିଛି ।