SUNSTARTV
ସନଷ୍ଟାରଟିଭି ବ୍ୟୁରୋ : ଚଳିତ ରାଜ୍ୟରେ ଗ୍ରୀଷ୍ମ ଲହରୀ ଲାଗି ରହିଛି । ଫଳରେ ଖରା ଗରମ ପାଇଁ ଅସ୍ତ୍ୟସ୍ତ ହୋଇପଡୁଛି ଜନଜୀବନ ।ସକାଳ ୯ଟରୁ ଘରୁ ବାହାରିବାକୁ ଭୟ ଲାଗୁଛି । ଏପରି ଏହି ଖରା ଗରମ ଚଳିତ ଥର ଅନେକ ଲୋକଙ୍କ ଜୀବନ ମଧ୍ୟ ଯାଇଛି । ତେବେ ଏହି ହିଟ୍ ୱେଭ ପାଇଁ ରାଜ୍ୟର ସମସ୍ତ ବିଦ୍ୟାଳୟକୁ ଆଗୁଆ ଛୁଟି ମଧ୍ୟ କରିଦିଆଯାଇଥିଲା । ତେବେ ଆସନ୍ତା ୧୮ ତାରିଖରୁ ବିଦ୍ୟାଳୟ ଖୋଲିଥିଲେ ମଧ୍ୟ କିଛି କିଛି ସ୍ଥାନରେ ଏହି ଗୁଳୁଗୁଳି ଓ ଗରମ ପାଇଁ ଛୁଟିକୁ ୨୦ ତାରିଖକୁ ଘୁଞ୍ଚାଇ ଦିଆଯାଇଥିଲା । ଏଥିସହିତ ସକାଳୁଆ ସ୍କୁଲ ପାଇଁ ମଧ୍ୟ କିଛି ଜିଲ୍ଲାକୁ ନିର୍ଦ୍ଦେଶ ଜାରି ହୋଇଥିଲା । ତେବେ ଏହି ସ୍କୁଲକୁ ନେଇ ବର୍ତ୍ତମାନ ଏକ ବଡ ଖବର ଆସିଛି । ଯହାଫଳରେ କେବେଠୁ ସ୍କୁଲ ସ୍ୱବାବିକ ଭାବରେ ଚାଲିବ ସେ ନେଇ ମଧ୍ୟ ସୂଚନା ମିଳିଛି ।
ତେବେ ପାଣିପାଗ ବିଭାଗର ସୂଚନାକୁ ଆଧାର କରି ରାଜ୍ୟ ସରକାର ସମସ୍ତ ସରକାରୀ, ବେସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଜୁନ୍ ୨୧ ଯାଏ ସକାଳ ୬ଟା ୩୦ରୁ ୧୦ଟା ୩୦ ପର୍ଯ୍ୟନ୍ତ ଖୋଲା ରହିବ। ୨୨ତାରିଖଠାରୁ ସମସ୍ତ ବିଦ୍ୟାଳୟ ସ୍ବାଭାବିକ ଭାବେ ପରିଚାଳନା କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ସୂତ୍ରରୁ ପ୍ରକାଶ।
ସାରା ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଥିବାରୁ ସ୍କୁଲ ଖୋଲା ରହିବ କି ନାହିଁ ଏନେଇ ନିଷ୍ପତ୍ତି ନେବାକୁ ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ ସରକାର । ଏଥିସହିତ ସେମାନଙ୍କ ଅଞ୍ଚଳର ପାଣିପାଗ ସ୍ଥିତି ମଧ୍ୟ ଅନୁଧ୍ୟନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ତେବେ ବର୍ତ୍ତମାନ ରାଜ୍ୟର ଅନେକ ସ୍ଥାନରେ ବର୍ଷା ହେଉଥିବାରୁ ପାଗରେ ପରିବର୍ତ୍ତନ ।ସିଛି । ଫଳରେ ସ୍କୁଲ କୁ ସ୍ୱଭାବିକ କରିବାକୁ ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି । ତେବେ ଚଳିତଥର ଖରା ଗରମ ପାଇଁ ରାଜ୍ୟରେ ସମୟ ଆଗରୁ ଖରା ଛୁଟି ଦିଆଯାଇଥିଲା ।
ତେବେ ଖରାଛୁଟି ପରେ ମଙ୍ଗଳବାର ଅର୍ଥାତ୍ ଜୁନ୍ ୧୮ରେ ସ୍କୁଲ ଖୋଲା ହୋଇଥାଆନ୍ତା। ମାତ୍ର ସରକାରଙ୍କ ନିର୍ଦ୍ଦେଶ ପରେ ପୁଣି କେତେକ ଜିଲାରେ ସ୍କୁଲ ବନ୍ଦ କରିବାକୁ ଘୋଷଣା କରାଯାଇଥିଲା। ଏହି ନିର୍ଦ୍ଦେଶ ଅନୁଯାୟୀ, ଜିଲାପାଳମାନେ ନିଜ ନିଜ ଜିଲାର ପାଣିପାଗ ସ୍ଥିତିକୁ ନେଇ ସରକାରୀ, ବେସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକର ପ୍ରଥମରୁ ଦାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛୁଟି ଘୋଷଣା କରିବେ କିମ୍ବା ସମୟ ନିର୍ଘଣ୍ଟ ପରିବର୍ତ୍ତନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ନିର୍ଦ୍ଦେଶ ୨୦ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିଥିବା ବେଳେ ଶୁକ୍ରବାର ପର୍ଯ୍ୟନ୍ତ ଏହାକୁ ପୁଣି ବଢ଼ାଇ ଦିଆଯାଇଛି। ୨୨ ତାରିଖ ପରଠାରୁ ସମସ୍ତ ବିଦ୍ୟାଳୟ ସ୍ବାଭାବିକ ଭାବେ ଖୋଲାରହିବ ବୋଲି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି।