SUNSTARTV
ସନଷ୍ଟାରଟିଭି ବ୍ୟୁରୋ: ଚଳିତ ବର୍ଷ ଏପ୍ରିଲ ଆରମ୍ଭରୁ ରାଜ୍ୟରେ ଗ୍ରୀଷ୍ମ ଲହର ଜାରି ରହିଛି । ଫଳରେ ଖରା ରମରେ ଆଉଟୁ ପାଉଟୁ ହେଉଛି ଜନ ଜୀବନ । ଦିନ ୧୦ ଟା ବାଜିରେ ଘରୁ ବାହାରିବା ଅସମ୍ଭବ ହୋଇ ପଡୁଛି । ଏହି ଖରା ଗରମ ପାଇଁ ଅନେକ ଲୋକଙ୍କ ଜୀବନ ମଧ୍ୟ ଜାଇଛି । ପାଣିପାଗ ବିଭାଗ ତାପମାତ୍ରାକୁ ଦୃଷ୍ଟିରେ ରଖି କେଉଁ ଜିଲ୍ଲାକୁ ରେଡ ଆଲର୍ଟ ଜାରୀ କରୁଛି ତ ପୁଣି କେଉଁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଦେଉଛି । ତେବେ ଚଳିତ ଥର ଓଡିଶାକୁ ମୌସୁମା ଶୀଘ୍ର ପ୍ରବେଶ କରିଥିଲେ ମଧ୍ୟ ତାହା ସକ୍ରୀୟ ହୋଇପାରୁ ନାହିଁ । ଫଳରେ ଏବେବି ମାଲକାନଗିରି ଓ କୋରାପୁଟରେ ଅଟକି ରହିଛି ମୌସୁମୀ । ତେବେ ଆସନ୍ତା ୧୭ ତାରିଖରୁ ରାଜ୍ୟରେ ବର୍ଷା ବଢିବ ନେଇ ଆକଳନ କରାଯାଇଥିଲେ ମଧ୍ୟ ସେପରି କିଛି ଦେଖିବାକୁ ମିଳୁନାହିଁ । ଫଳରେ ଏବେ ବି ରାଜ୍ୟରେ ଗରମ ଓ ଗୁଳୁଗୁଳି ଜାରୀ ରହିଛି । ତେବେ ଏହି ସବୁ ଭିତରେ ପାଣିପାଗ ବିଭାଗ ପକ୍ଷରୁ ଏକ ଅକଳ କରାଯାଉଛି । ଯାହା ସାଧାରଣ ଜନତାଙ୍କୁ ଟିକେ ଆଶ୍ୱସ୍ଥି ପ୍ରଦାନ କରିଛି ।
ମିଳିଥିବା ସୂଚନା ଅନୁଯାୟୀ ଆସନ୍ତା ଜୁନ ୨୭ ରାରିଖରେ ବଙ୍ଗୋସାଗରରେ ଏକ ଘୂର୍ଣ୍ଣି ବଳୟ ସୃଷ୍ଟି ହବାକୁ ଯାଉଛି । ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଯାହାକୁ ନେଇ ପୂର୍ବ ଅନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଏହି ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୨୪ ତାରିଖରୁ ପାଗରେ ପବିବର୍ତ୍ତନ ଦେଖା ଦେବା ସହ ରାଜ୍ୟର କେତେକ ସ୍ଥାନରେ ପବନ ସାଙ୍ଗକୁ ପ୍ରବଳ ବର୍ଷା ହେବ । ଏହାପରେ ଜୁନ୍ ୩୦ ତାରିଖ ସୁଦ୍ଧା ସାରା ରାଜ୍ୟରେ ମୌସୁମୀ ପ୍ରଭାବରେ ବର୍ଷା ହେବ ବୋଲି ପାଣିପାଗ ବଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ତେବେ ଜୁନ୍ ୨୮ ତରିଖ ଯାଏଁ ରାଜ୍ୟର ଅନେକ ସ୍ଥାନରେ ପାଗ ମେଘୁଆ ରହିବା ସହ ଘଡଘଡି ଏବଂ ବର୍ଷା ହେବ । ସେହିପରିି କିଛି ସ୍ଥାନରେ ପାଗ ଆଂଶିକ ମୋଘୁଆ ରହିବ । କିନ୍ତୁ ଆସନ୍ତା ୪ ଦିନ ଯାଏଁ ଅର୍ଥାତ୍ ଜୁନ୍ ୨୪ ଯାଏଁ ଖରା ଗରମ ସହ ଗୁଳୁଗୁଳି ଅନୁଭୂତ ହେବ । ଏହାପରେ ଜୁନ୍ ୨୫ରୁ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଅଧିକ ହେବା ସହ ତାପମାତ୍ରା ୩୬ ଡିଗ୍ରୀ ତଳକୁ ଖସିବାର ସମ୍ଭାବନା ରହିଛି । ଜୁନ୍ ୨୮ ତାରିଖ ପର୍ଯ୍ୟନ୍ତ ମାଲକାନଗିରି, ମୟୂରଭଞ୍ଜ, ସୁନ୍ଦରଗଡ଼ ଓ କୋରାପୁଟ ଜିଲ୍ଲାରେ ୬୦ରୁ ୧୦୦ ମିଲିମିଟର ବର୍ଷା ହେବାର ସମ୍ଭାବନା ରହିଛି। ସେହିଭହିଳି ଉପକୂଳ ଓ ସଂଲଗ୍ନ ଜିଲ୍ଲାରେ ୪୦ରୁ ୫୦ ମିମି ବର୍ଷା ହୋଇପାରେ। ଅନେକ ସ୍ଥାନରେ ସ୍ୱାଭାବିକଠାରୁ କମ୍ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି ।